ଦେବଦୂତ ସାଜିଲେ ରାଜ୍ୟର ଅନେକ ସ୍ବେଛାସେବୀ, ଯୋଗାଇ ଦେଉଛନ୍ତି ୟୁନିଟ୍ ୟୁନିଟ୍ ରକ୍ତ

The Sakala Picture
Published On

ବାଲେଶ୍ବର/ବୌଦ୍ଧ: ‘ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ’ ବୋଲି କୁହାଯାଏ। ହେଲେ ଅପରିଚିତ ଲୋକଙ୍କୁ, ଅଜଣା ସ୍ଥାନରେ, ଅଚିହ୍ନା ଲୋକମାନେ ସହାୟତାର ହାତ ବଢାଇବା ଚିଶ୍ଚିତ ଭାବରେ ଏକ ହୃଦୟସ୍ପର୍ଶୀ କଥା। ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା। ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା କରମଣ୍ଡଳ ଏକ୍ସପ୍ରେସ୍ ଏବଂ ହାୱଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍ ଦୁର୍ଘଟଣାର ଛାତିଥରା ଖବର ଚାରିଆଡେ କ୍ଷୀପ୍ରବେଗରେ ବ୍ୟାପି ଯାଇଥିଲା। ପ୍ରଶାସନ ସହ ସ୍ଥାନୀୟ ଲୋକମାନେ ମଧ୍ୟ ଉଦ୍ଧାର […]

ବାଲେଶ୍ବର/ବୌଦ୍ଧ: ‘ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ’ ବୋଲି କୁହାଯାଏ। ହେଲେ ଅପରିଚିତ ଲୋକଙ୍କୁ, ଅଜଣା ସ୍ଥାନରେ, ଅଚିହ୍ନା ଲୋକମାନେ ସହାୟତାର ହାତ ବଢାଇବା ଚିଶ୍ଚିତ ଭାବରେ ଏକ ହୃଦୟସ୍ପର୍ଶୀ କଥା। ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା। ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା କରମଣ୍ଡଳ ଏକ୍ସପ୍ରେସ୍ ଏବଂ ହାୱଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍ ଦୁର୍ଘଟଣାର ଛାତିଥରା ଖବର ଚାରିଆଡେ କ୍ଷୀପ୍ରବେଗରେ ବ୍ୟାପି ଯାଇଥିଲା। ପ୍ରଶାସନ ସହ ସ୍ଥାନୀୟ ଲୋକମାନେ ମଧ୍ୟ ଉଦ୍ଧାର କାର୍ଯ୍ୟ ଲାଗି ଅଣ୍ଟା ଭିଡ଼ିଥିଲେ। ଦୁର୍ଘଟଣାରେ ମୃତକ ସଂଖ୍ୟା ସହିତ ଆହତ ତାଲିକା ଲମ୍ବି ଚାଲିଥିଲା। ରାତି ଯେତେ ବଢୁଥିଲା ସେତେ ଅଧିକ ଆହତଙ୍କୁ ଟ୍ରେନ୍ ତଳୁ ଉଦ୍ଧାର କରା ଯାଉଥିଲା। ଶହଶହ ସଂଖ୍ୟକ ଆହତଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଉଥିଲା। ଆହତଙ୍କ ଚିକିତ୍ସା ପାଇଁ ଶତାଧିକ ୟୁନିଟ୍ ରକ୍ତ ଆବଶ୍ୟକ ହୋଇଥିଲା। ଏନେଇ ଗଣମାଧ୍ୟମରେ ଅନେକ ଅନୁରୋଧଭିତ୍ତିକ ପୋଷ୍ଟ ଶେୟାର କରା ଯାଇଥିଲା।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ଏଭଳି ଜରୁରୀକାଳୀନ ସମୟରେ ଦେବଦୂତ ସାଜି ଆଗେଇ ଆସିଛନ୍ତି ଅନେକ ଯୁବଗୋଷ୍ଠୀ। ଶହଶହ ସଂଖ୍ୟାକ ଯୁବକ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ବିନାଦ୍ବିଧା, ସ୍ବଇଚ୍ଛାରେ ରକ୍ତଦାନ କରିଥିଲେ। ସେମାନଙ୍କ ପ୍ରଚେଷ୍ଟାରେ ଶୁକ୍ରବାର ରାତି ମଧ୍ୟରେ ପ୍ରାୟ ୫୦୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇ ପାରିଥିଲା। ସ୍ଥାନୀୟ ଲୋକଙ୍କର ଏଭଳି ନିସ୍ବାର୍ଥ ସହାୟତାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରଶଂସା କରିଛନ୍ତି। ‘ଏହି ରେଳ ଦୁର୍ଘଟଣା ମୋତେ ଗଭୀର ଭାବରେ ମର୍ମାହତ କରିଛି। ସ୍ଥାନୀୟ ପ୍ରଶାସନ ଏବଂ ଲୋକଙ୍କ ସହାୟତାରେ ଅନେକ ପିଡିତଙ୍କ ଜୀବନ ରକ୍ଷା ହୋଇ ପାରିଛି। ସାରା ରାତି ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ସ୍ଥାନୀୟ ଲୋକଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି’ ବୋଲି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଗଣମାଧ୍ୟମ ସାମ୍ନାରେ ମତପ୍ରକାଶ କରିଛନ୍ତି। ଏଭଳି କଠିନ ସମୟରେ ସ୍ବଇଚ୍ଛାରେ ରକ୍ତଦାନ କରିଥିବା ଯୁବ ସ୍ବେଚ୍ଛାସେବୀମାନଙ୍କୁ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ମଧ୍ୟ ଧନ୍ୟବାଦ ଜ୍ଞାପନ କରିଛନ୍ତି।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

ଆଜି ବୌଦ୍ଧ ଜିଲ୍ଲାରୁ ମଧ୍ୟ କେତକ  ସ୍ବେଚ୍ଛାସେବୀ ମାନେ ରକ୍ତଦାନ କରିବା ନିମନ୍ତେ କଟକ ମେଡିକାଲ ଅଭିମୁଖେ ଯାଇଛନ୍ତି । ରକ୍ତଦାତା ସୁରେଶ ଦେହୁରୀଙ୍କ ନେତୃତ୍ୱରେ ସ୍ବେଛାସେବୀ ରଞ୍ଜନ ଦଳେଇ, ତନ୍ମୟ ବାନାର୍ଜୀ, ଶେଖ ମୁନା, ବବୁଲ ବେହେରା, ଟିକିନା ପ୍ରଧାନ, ଗଜେନ୍ଦ୍ର ଦାସ, ଗୌତମ ପ୍ରଧାନ,ଓ ପ୍ରଶାନ୍ତ ଦେହୁରୀ ପ୍ରମୁଖ କଟକ ବଡ଼ ମେଡିକାଲ ଯାଇ ରକ୍ତଦାନ କରିଛନ୍ତି । ଏମାନଙ୍କର ଏଭଳି ମହନୀୟ କାର୍ଯ୍ୟ ପାଇଁ ବିଭିନ୍ନ ବୁଦ୍ଧିଜୀବୀ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର