ୟୁକ୍ରେନରେ ଫସି ରହିଛନ୍ତି ଆହୁରି ଅନେକ ଓଡ଼ିଆ ଛାତ୍ରଛାତ୍ରୀ: ଭିଡିଓ କଲରେ କହିଲେ ପରିସ୍ଥିତି ଭୟଙ୍କର, ବଙ୍କରରେ କଟୁଛି ଜୀବନ

The Sakala Picture
Published On

ବ୍ରହ୍ମପୁର: ୟୁକ୍ରେନ୍‍ ଉପରେ ଋଷର ଯୁଦ୍ଧ ଘୋଷଣା ପରେ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି ଭାରତୀୟ ଡାକ୍ତରୀ ଛାତ୍ରମାନେ। ସେଠାରେ ଡାକ୍ତରୀ ପାଠ ପଢ଼ିବାକୁ ଯାଇଥିବା ପ୍ରାୟ ୨୦ ହଜାର ଛାତ୍ରଛାତ୍ରୀ ଏବେ ଜୀବନ ଏବଂ ମୃତ୍ୟୁ ସହ ପ୍ରତି ମିନଟରେ ସଂଘର୍ଷ କରୁଛନ୍ତି। ଯୁଦ୍ଧକୁ ଇତି ମଧ୍ୟରେ ସପ୍ତାହ ପୁରିବାକୁ ପାଉଛି। ଏଭଳି ପରିସ୍ଥିତିରେ ଆଜି ଭାରତର ଜଣେ ଡାକ୍ତରୀ ଛାତ୍ରଙ୍କ ଖାରକିଭରେ ମୃତ୍ୟୁ ଘଟଣା ଏବେ ସେଠାରେ ଥିବା ଅନ୍ୟ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପରିବାର ଲୋକଙ୍କୁ […]

ବ୍ରହ୍ମପୁର: ୟୁକ୍ରେନ୍‍ ଉପରେ ଋଷର ଯୁଦ୍ଧ ଘୋଷଣା ପରେ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି ଭାରତୀୟ ଡାକ୍ତରୀ ଛାତ୍ରମାନେ। ସେଠାରେ ଡାକ୍ତରୀ ପାଠ ପଢ଼ିବାକୁ ଯାଇଥିବା ପ୍ରାୟ ୨୦ ହଜାର ଛାତ୍ରଛାତ୍ରୀ ଏବେ ଜୀବନ ଏବଂ ମୃତ୍ୟୁ ସହ ପ୍ରତି ମିନଟରେ ସଂଘର୍ଷ କରୁଛନ୍ତି। ଯୁଦ୍ଧକୁ ଇତି ମଧ୍ୟରେ ସପ୍ତାହ ପୁରିବାକୁ ପାଉଛି। ଏଭଳି ପରିସ୍ଥିତିରେ ଆଜି ଭାରତର ଜଣେ ଡାକ୍ତରୀ ଛାତ୍ରଙ୍କ ଖାରକିଭରେ ମୃତ୍ୟୁ ଘଟଣା ଏବେ ସେଠାରେ ଥିବା ଅନ୍ୟ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପରିବାର ଲୋକଙ୍କୁ ଭୟଭୀତ କରିଦେଇଛି। ବ୍ରହ୍ମପୁର ସହରରୁ ଯାଇଥିବା ୧୧ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ବର୍ତମାନ ସୁଦ୍ଧା ୨ ଜଣ ତିନି ଦିନ ପୂର୍ବେ ଫେରି ଆସିଥିଲେ। ବର୍ତମାନ ସେଠାରେ ଅନ୍ୟମାନେ ଫସି ରହିଛନ୍ତି। ଦିନକୁ ଦିନ ପରିସ୍ଥିତି ଅଣାୟତ ହେଉଥିବା ବେଳେ କେତେବେଳେ କଣ ଘଟିବ ସେ ନେଇ ମଧ୍ୟ ଭୟରେ ସେଠାରେ ରହୁଛନ୍ତି ଭାରତୀୟ ଛାତ୍ରଛାତ୍ରୀମାନେ। କର୍ଣ୍ଣାଟକ ଅଞ୍ଚଳର ଜଣେ ଡାକ୍ତରୀ ଛାତ୍ର ନଭିନ୍‍ ଶେଖରପ୍ପା ସେଠାରେ ଚତୁର୍ଥ ବର୍ଷ ଡାକ୍ତରୀ ଶିକ୍ଷା ନେଉଥିବା ବେଳେ ଆଜି ଋଷ ସେନାର ଗୁଳି ଏବଂ ବୋମା ମାଡରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଖବର ପ୍ରସାରିତ ହେବା ପରେ ୟୁକ୍ରେନ୍‍ର ଖାରକିଭ ସହରରେ ରହିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ସମେତ ବ୍ରହ୍ମପୁର ସହରର ଛାତ୍ରଛାତ୍ରୀମାନେ ପୂର୍ବପେକ୍ଷା ଅଧିକ ଭୟଭୀତ ହୋଇଯାଇଛନ୍ତି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଖାରକିଭରେ ରହୁଥିବା ବ୍ରହ୍ମପୁର ହିଲପାଟଣା ଅଞ୍ଚଳର ଡାକ୍ତର ନଳିନିକାନ୍ତ ପାଢୀଙ୍କ ପୁଅ ଅର୍ପଣ କୁମାର ପାଢୀଙ୍କ ସହ ଦିନ ରାତି ଯୋଗାଯୋଗରେ ରହିଛନ୍ତି ତାଙ୍କ ମାଆ ଏବଂ ପରିବାର ଲୋକେ। ଏ ନେଇ ଆଜି ଆମ ପ୍ରତିନିଧି ୟୁୂକ୍ରେନ୍‍ର ଖାରକିଭରେ ରହୁଥିବା ଅର୍ପଣ ପାଢୀଙ୍କ ସହ ଭିଡିଓ କଲରେ କଥା ହୋଇଥିଲେ। ମୋବାଇଲ୍‍ ରିଙ୍ଗ ହେବା କ୍ଷଣି ଅର୍ପଣ ଫୋନ୍‍ ଉଠାଇଥିଲେ। ସାର ୫ ମିନଟ ପାଇଁ ମୋ ରୁମ୍‍କୁ ଆସିଛି। ଯାହା ପଚାରିବା କଥା ତୁରନ୍ତ ପଚାରନ୍ତୁ ପୁଣି ବଙ୍କର ଭିତରକୁ ଚାଲିଯିବୁ ବୋଲି କହିଥିଲେ। ପରିସ୍ଥିତି ନିହାତି ଭାବେ ଭୟଙ୍କର କେତେବେଳେ କଣ ଘଟିବ କିଛି କହି ହେବନି ବୋଲି ଅତି ଭୟଭୀତ ଚେହେରାରେ କହିଥିଲେ। ଅର୍ପଣ ପରିବାର ଲୋକଙ୍କ ସହ ସୁବିଧା ଦେଖି କଥା ହେଉଛି। ଖାଇବା ପିଇବା ଧିରେ ଧିରେ ସରିବାକୁ ଗଲାଣି। ବୋମା ମାଡ ଶବ୍‍ଦ ପ୍ରତି ମୁହୁର୍ତରେ ଶୁଭାଯାଉଛି। ଏକ ବୋମା ମାଡରେ ଚତୁର୍ଥ ବର୍ଷ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ କଥା କହିିଥିଲେ ଅର୍ପଣ। ଭାରତୀୟ ଦୁତାବାସ ପକ୍ଷରୁ ଆମକୁ ସେଠାରୁ ନେବା ପାଇଁ ଚେଷ୍ଟା କରାଯାଉଛି। କିନ୍ତୁ କୌଣସି ସୁଫଳ ବର୍ତମାନ ଯାଏଁ ମିଳିନଥିବା ସେ କହିଥିଲେ। ୟୁକ୍ରେନ୍‍ ବୋର୍ଡର ଦେଇ ଯାଉଥିବା ରାସ୍ତା ଖଚାଖଚ ଭର୍ତି ହୋଇଥିବା ଯୋଗୁଁ ସେଠାରେ ମଧ୍ୟ ଛାତ୍ରଛାତ୍ରୀମାନେ ଫସି ରହିଛନ୍ତି। କେବଳ ଭଗବାନଙ୍କୁ ଡାକିବା ଛଡା ଆଉ କିଛି ନାହିଁ ବୋଲି କହିଥିଲେ ଅର୍ପଣ। କିଛି ସମୟ କଥା ହେବା ପରେ ଫୋନ୍‍ ରଖିବା କଥା କହି ପୁଣି ବଙ୍କରକୁ ଚାଲିଯିବି ବୋଲି କହିଥିଲେ। ପରିବାର ଲୋକେ ଭୟଭୀତ ହୋଇ ରହିଛନ୍ତି। କିନ୍ତୁ ମୋ ଭଳି ଅନ୍ୟ ସହପାଠୀ ମଧ୍ୟ ସେହିପରି ରହିଛନ୍ତି ତେଣୁ ଭୟଭୀତ ହେଲେ ମଧ୍ୟ ଭଗବାନଙ୍କୁ ପ୍ରାର୍ଥନା କରିବା ଛଡା ଆଉ କିଛି ବିକଳ୍ପ ନାହିଁ ବୋଲି ଅର୍ପଣ କହିଛନ୍ତି। ପ୍ରଥମ ଦିନରୁ ବର୍ତମାନ ଋଷ ଆହୁରି ଅଧିକ ଭୟାନକ ହୋଇ ବୋମା ମାଡ ଜାରି ରହିଛି।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

 

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର