BJDର ବିକ୍ଷୋଭ ବେଳେ ଅନେକ ନେତା ଓ କର୍ମୀ ଆହତ; ତୀବ୍ର ନିନ୍ଦା କଲେ ବିରୋଧୀ ଦଳ ନେତାଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର…

The Sakala Picture
Published On

ଭୁବନେଶ୍ବର: ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ବିଏଡ୍ ଛାତ୍ରୀ ସୌମ୍ୟାଶ୍ରୀ ବିଶି ମୃତ୍ୟୁ ମାମଲାରେ ଆଜି ବିରୋଧୀ ବିଜେଡି ଲୋକସେବା ଭବନ ଘେରାଉ କରିବାକୁ ଉଦ୍ୟମ କରିଥିବା ବେଳେ ପୁଲିସ ସହ ମୁହଁମୁହିଁ ହୋଇଥିଲା। ବିଜେପି ସରକାର ନିଜ ଦୋଷ ଘୋଡ଼େଇବା ପାଇଁ ବିଜେଡ଼ି ନେତା ଓ କର୍ମୀ ମାନଙ୍କ ଉପରେ ବର୍ବର ଆକ୍ରମଣ କରିଛନ୍ତି। ବିଜେଡିର  ନେତା ପ୍ରୀତିରଞ୍ଜନ ଘଡେଇ, ପ୍ରଣାବ ପ୍ରକାଶ ଦାସ ଏବଂ ସୁଲତା ଦେଓଙ୍କ ସମତେ ଅନେକ କର୍ମୀ ପୁଲିସ […]

ଭୁବନେଶ୍ବର: ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ବିଏଡ୍ ଛାତ୍ରୀ ସୌମ୍ୟାଶ୍ରୀ ବିଶି ମୃତ୍ୟୁ ମାମଲାରେ ଆଜି ବିରୋଧୀ ବିଜେଡି ଲୋକସେବା ଭବନ ଘେରାଉ କରିବାକୁ ଉଦ୍ୟମ କରିଥିବା ବେଳେ ପୁଲିସ ସହ ମୁହଁମୁହିଁ ହୋଇଥିଲା। ବିଜେପି ସରକାର ନିଜ ଦୋଷ ଘୋଡ଼େଇବା ପାଇଁ ବିଜେଡ଼ି ନେତା ଓ କର୍ମୀ ମାନଙ୍କ ଉପରେ ବର୍ବର ଆକ୍ରମଣ କରିଛନ୍ତି। ବିଜେଡିର  ନେତା ପ୍ରୀତିରଞ୍ଜନ ଘଡେଇ, ପ୍ରଣାବ ପ୍ରକାଶ ଦାସ ଏବଂ ସୁଲତା ଦେଓଙ୍କ ସମତେ ଅନେକ କର୍ମୀ ପୁଲିସ ଆକ୍ରମଣରେ ଆହତ ହେଇଛନ୍ତି। ଏହାର ତୀବ୍ର ନିନ୍ଦା କରି ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି, ଆସିପାରେ ବଡ଼ ନିର୍ଦ୍ଦେଶ

 

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ସେ ନିଜ ‘ଏକ୍ସ’ରେ ଲେଖିଛନ୍ତି ଯେ, ରାଜ୍ୟ ସରକାର ନିଜର ଅପାରଗତାକୁ ଘୋଡ଼େଇବା ପାଇଁ, ଓଡ଼ିଶାର ନାଗରିକ ମାନଙ୍କର ଉଚିତ ଦାବି ପୂରଣ ନକରି ପାରି ଏବଂ ସୋମ୍ୟାଶ୍ରୀଙ୍କୁ ମୃତ୍ୟୁରୁ ବଞ୍ଚେଇ ନ ପାରି ଓଡ଼ିଶାର ବିଜେପି ସରକାର ନିଜ ଦୋଷ ଘୋଡ଼େଇବା ପାଇଁ ବିଜେଡ଼ି ନେତା ଓ କର୍ମୀ ମାନଙ୍କ ଉପରେ ବର୍ବର ଆକ୍ରମଣ କରିଛନ୍ତି। ଯଦି ଓଡ଼ିଶାର ବିଜେପି ସରକାର ଶାନ୍ତି ପୂର୍ବକ ଗଣତନ୍ତ୍ର ପ୍ରକ୍ରିୟାକୁ ସମ୍ମାନ ଦେଇପାରିବେ ନାହିଁ ଏବଂ ପୁଲିସ ଶକ୍ତି ଦ୍ୱାରା ଲୋକମାନଙ୍କର ସ୍ୱରକୁ ଚାପିବା ପାଇଁ ଚେଷ୍ଟା କରିବେ, ତାହେଲେ ନିଜର ଗାଦି ଛାଡି ଚାଲି ଯିବା ଉଚିତ। ଏ ଭଣ୍ଡ ଭ୍ରଷ୍ଟ ସରକାର ଓଡ଼ିଶାରେ ଚାଲିବ ନାହିଁ। ଓଡ଼ିଶାବାସୀ ଏହାକୁ ସହିବେ ନାହିଁ। ବିଜୁ ଜନତା ଦଳ ଏହାକୁ ଘୋର ବିରୋଧ କରିବ। ଓଡ଼ିଶା ସରକାରଙ୍କର ସମସ୍ତ ଗୁଳି ସରିବା ପର୍ଯ୍ୟନ୍ତ ଏହାର ବିରୋଧ କରିବ ବୋଲି ବିରୋଧୀ ଦଳ ନେତାଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର