ବ୍ୟାଙ୍କର୍ସ ବୁକ୍ସ ଏଭିଡେନ୍ସ ବିଲ୍‌ ଆଲୋଚନାରେ ମାନସ ମଙ୍ଗରାଜଙ୍କ ପ୍ରସ୍ତାବ: ଡିଜିଟାଲ ସୁରକ୍ଷା ଓ ଗୋପନୀୟତାକୁ ଗୁରୁତ୍ୱ ଦିଆଯାଉ

Madhusudan Das Picture
Published On

ନୂଆଦିଲ୍ଲୀ/ ଭୁବନେଶ୍ୱର: ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଦ୍ରୁତ ଡିଜିଟାଲ ହେଉଥିବାରୁ ଆଇନଗତ ବ୍ୟବସ୍ଥାକୁ ମଧ୍ୟ ସେହି ଅନୁସାରେ ଆଧୁନିକୀକରଣ କରିବା ଆବଶ୍ୟକ ବୋଲି ରାଜ୍ୟସଭାରେ ବ୍ୟାଙ୍କର୍ସ ବୁକ୍ସ ଏଭିଡେନ୍ସ ବିଲ୍‌ ୨୦୨୬ ଉପରେ ଆଲୋଚନା ବେଳେ ପ୍ରସ୍ତାବ ଦେଇଛନ୍ତି ସାଂସଦ ମାନସ ମଙ୍ଗରାଜ। ବିଲ୍‌ ସଂକ୍ରାନ୍ତ ଆଲୋଚନାରେ ଭାଗ ନେଇ ସେ କହିଛନ୍ତି ଯେ ଏହି ବିଲ୍‌କୁ ଆମେ ସମର୍ଥନ ଜଣାଉଛୁ; ମାତ୍ର ଏହା ସହ ଡିଜିଟାଲ ବ୍ୟାଙ୍କିଙ୍ଗ ରେକର୍ଡର ସୁରକ୍ଷା, ପ୍ରାମାଣିକତା ଓ ଗୋପନୀୟତା ଉପରେ ବିଶେଷ ଗୁରୁତ୍ୱ ଦେବା ଆବଶ୍ୟକ।

ଆହୁରି ପଢ଼ନ୍ତୁ: ତପ୍ତପାଣିରେ ମା' କନ୍ଧୁଣୀ ଦେବୀଙ୍କ ଦର୍ଶନ କରି ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି

ସେ କହିଛନ୍ତି ଯେ ବର୍ତ୍ତମାନ ବ୍ୟାଙ୍କର ଅଧିକାଂଶ ରେକର୍ଡ ଇଲେକ୍‌ଟ୍ରୋନିକ୍‌ ଭାବେ ସୃଷ୍ଟି ଓ ସଂରକ୍ଷିତ ହେଉଛି। ତେଣୁ ଏହି ଡିଜିଟାଲ ରେକର୍ଡକୁ ଆଇନଗତ ପ୍ରମାଣ ଭାବେ ସ୍ୱୀକୃତି ଦେବା ସମୟୋପଯୋଗୀ ପଦକ୍ଷେପ। ତେବେ ବ୍ୟାଙ୍କିଙ୍ଗ ତଥ୍ୟରେ ଗ୍ରାହକଙ୍କ ଅତ୍ୟନ୍ତ ସମ୍ବେଦନଶୀଳ ଆର୍ଥିକ ଓ ବ୍ୟକ୍ତିଗତ ସୂଚନା ରହୁଥିବାରୁ ଏହାର ଅନଧିକୃତ ବ୍ୟବହାର, ତଥ୍ୟ ଚୋରି ଓ ସାଇବର ଆକ୍ରମଣ ରୋକିବାକୁ କଡ଼ା ସୁରକ୍ଷା ବ୍ୟବସ୍ଥା ଜରୁରୀ। ଏହି ଅବସରରେ ସେ  ଡିଜିଟାଲ ରେକର୍ଡର ପ୍ରାମାଣିକତା ନେଇ ମଧ୍ୟ ସେ ଚିନ୍ତା ପ୍ରକାଶ କରିଛନ୍ତି। ଅଦାଲତରେ ଉପସ୍ଥାପିତ ରେକର୍ଡ ଯେ ପ୍ରକୃତ ଓ ଅପରିବର୍ତ୍ତିତ, ତାହା ନିଶ୍ଚିତ କରିବାକୁ ପ୍ରମାଣୀକରଣ, ସୁରକ୍ଷିତ ସଂରକ୍ଷଣ, ଟାଇମ୍‌ଷ୍ଟାମ୍ପ ଓ ଅଡିଟ୍‌ ଟ୍ରେଲ୍‌ ଭଳି ବ୍ୟବସ୍ଥା ରହିବା ଆବଶ୍ୟକ। ଏଥିସହ ବିଚାରପତି, ତଦନ୍ତକାରୀ ସଂସ୍ଥା, ବ୍ୟାଙ୍କ ଅଧିକାରୀ ଓ ଆଇନ ପ୍ରବର୍ତ୍ତନକାରୀଙ୍କୁ ଡିଜିଟାଲ ପ୍ରମାଣ ପରିଚାଳନା ନେଇ ଆବଶ୍ୟକ ପ୍ରଶିକ୍ଷଣ ପ୍ରଦାନ ମଧ୍ୟ ଆବଶ୍ୟକ। ଗ୍ରାମୀଣ ଓ ଦୁର୍ଗମ ଅଞ୍ଚଳରେ ଏବେ ବି ଅନେକ ଲୋକ ପାରମ୍ପରିକ ବ୍ୟାଙ୍କିଙ୍ଗ ସେବା ଉପରେ ନିର୍ଭରଶୀଳ ଥିବାରୁ ଡିଜିଟାଲ ବ୍ୟବସ୍ଥା ଲାଗୁ କରିବା ବେଳେ ସେମାନଙ୍କ ସମସ୍ୟାକୁ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି। 

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ, ଅଭିଯୁକ୍ତ ଫେରାର

ଶ୍ରୀ ମଙ୍ଗରାଜଙ୍କ ଉଦ୍‌ବେଗକୁ ଦୃଷ୍ଟିରେ ରଖି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ  ଏହି ବିଲ୍‌ ଅନୁସାରେ ବ୍ୟାଙ୍କିଂ ରେକର୍ଡଗୁଡ଼ିକୁ ଆବଶ୍ୟକତା ଅନୁଯାୟୀ ଭୌତିକ କିମ୍ୱା ଇଲେକ୍ଟ୍ରୋନିକ୍‌ ରୂପରେ ଅଦାଲତରେ ଉପସ୍ଥାପନ କରାଯାଇପାରିବ। ଆସୁଥିବା ଏହି ନୂଆ ବିଲ୍‌ ମାଧ୍ୟମରେ ଏହି ବ୍ୟବସ୍ଥାକୁ ପୂର୍ବରୁ ହିଁ ସକ୍ଷମ କରାଯାଇଛି। ଏହି ବିଲ୍‌ ଆଇନଗତ ପ୍ରକ୍ରିୟାରେ ବ୍ୟାଙ୍କିଂ ରେକର୍ଡର ବ୍ୟବହାର ପାଇଁ ଏକ ସ୍ପଷ୍ଟ, ସୁରକ୍ଷିତ ଏବଂ ସ୍ୱଚ୍ଛ ଆଇନଗତ ଢାଞ୍ଚା ପ୍ରଦାନ କରି ସାଧାରଣ ଲୋକଙ୍କ ଆସ୍ଥାକୁ ଆହୁରି ମଜବୁତ କରିଥାଏ। ଏଥିସହିତ ଗ୍ରାହକମାନଙ୍କର ଗୋପନୀୟତା ଏବଂ ତଥ୍ୟର ଗୁପ୍ତତାକୁ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରଖାଯାଇଛି ବୋଲି ଶୀମତୀ ସୀତାରମଣ ଆଶ୍ୱାସନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ସୋୟାବିନ ତରକାରୀ ଖାଇ ୨୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ! ବସ୍ତା ମେଡିକାଲରେ ଭର୍ତ୍ତି

10 Aug 2026 By Madhusudan Das

ବ୍ୟାଙ୍କର୍ସ ବୁକ୍ସ ଏଭିଡେନ୍ସ ବିଲ୍‌ ଆଲୋଚନାରେ ମାନସ ମଙ୍ଗରାଜଙ୍କ ପ୍ରସ୍ତାବ: ଡିଜିଟାଲ ସୁରକ୍ଷା ଓ ଗୋପନୀୟତାକୁ ଗୁରୁତ୍ୱ ଦିଆଯାଉ

ନୂଆଦିଲ୍ଲୀ/ ଭୁବନେଶ୍ୱର: ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଦ୍ରୁତ ଡିଜିଟାଲ ହେଉଥିବାରୁ ଆଇନଗତ ବ୍ୟବସ୍ଥାକୁ ମଧ୍ୟ ସେହି ଅନୁସାରେ ଆଧୁନିକୀକରଣ କରିବା ଆବଶ୍ୟକ ବୋଲି ରାଜ୍ୟସଭାରେ ବ୍ୟାଙ୍କର୍ସ ବୁକ୍ସ ଏଭିଡେନ୍ସ ବିଲ୍‌ ୨୦୨୬ ଉପରେ ଆଲୋଚନା ବେଳେ ପ୍ରସ୍ତାବ ଦେଇଛନ୍ତି ସାଂସଦ ମାନସ ମଙ୍ଗରାଜ। ବିଲ୍‌ ସଂକ୍ରାନ୍ତ ଆଲୋଚନାରେ ଭାଗ ନେଇ ସେ କହିଛନ୍ତି ଯେ ଏହି ବିଲ୍‌କୁ ଆମେ ସମର୍ଥନ ଜଣାଉଛୁ; ମାତ୍ର ଏହା ସହ ଡିଜିଟାଲ ବ୍ୟାଙ୍କିଙ୍ଗ ରେକର୍ଡର ସୁରକ୍ଷା, ପ୍ରାମାଣିକତା ଓ ଗୋପନୀୟତା ଉପରେ ବିଶେଷ ଗୁରୁତ୍ୱ ଦେବା ଆବଶ୍ୟକ।

ସେ କହିଛନ୍ତି ଯେ ବର୍ତ୍ତମାନ ବ୍ୟାଙ୍କର ଅଧିକାଂଶ ରେକର୍ଡ ଇଲେକ୍‌ଟ୍ରୋନିକ୍‌ ଭାବେ ସୃଷ୍ଟି ଓ ସଂରକ୍ଷିତ ହେଉଛି। ତେଣୁ ଏହି ଡିଜିଟାଲ ରେକର୍ଡକୁ ଆଇନଗତ ପ୍ରମାଣ ଭାବେ ସ୍ୱୀକୃତି ଦେବା ସମୟୋପଯୋଗୀ ପଦକ୍ଷେପ। ତେବେ ବ୍ୟାଙ୍କିଙ୍ଗ ତଥ୍ୟରେ ଗ୍ରାହକଙ୍କ ଅତ୍ୟନ୍ତ ସମ୍ବେଦନଶୀଳ ଆର୍ଥିକ ଓ ବ୍ୟକ୍ତିଗତ ସୂଚନା ରହୁଥିବାରୁ ଏହାର ଅନଧିକୃତ ବ୍ୟବହାର, ତଥ୍ୟ ଚୋରି ଓ ସାଇବର ଆକ୍ରମଣ ରୋକିବାକୁ କଡ଼ା ସୁରକ୍ଷା ବ୍ୟବସ୍ଥା ଜରୁରୀ। ଏହି ଅବସରରେ ସେ  ଡିଜିଟାଲ ରେକର୍ଡର ପ୍ରାମାଣିକତା ନେଇ ମଧ୍ୟ ସେ ଚିନ୍ତା ପ୍ରକାଶ କରିଛନ୍ତି। ଅଦାଲତରେ ଉପସ୍ଥାପିତ ରେକର୍ଡ ଯେ ପ୍ରକୃତ ଓ ଅପରିବର୍ତ୍ତିତ, ତାହା ନିଶ୍ଚିତ କରିବାକୁ ପ୍ରମାଣୀକରଣ, ସୁରକ୍ଷିତ ସଂରକ୍ଷଣ, ଟାଇମ୍‌ଷ୍ଟାମ୍ପ ଓ ଅଡିଟ୍‌ ଟ୍ରେଲ୍‌ ଭଳି ବ୍ୟବସ୍ଥା ରହିବା ଆବଶ୍ୟକ। ଏଥିସହ ବିଚାରପତି, ତଦନ୍ତକାରୀ ସଂସ୍ଥା, ବ୍ୟାଙ୍କ ଅଧିକାରୀ ଓ ଆଇନ ପ୍ରବର୍ତ୍ତନକାରୀଙ୍କୁ ଡିଜିଟାଲ ପ୍ରମାଣ ପରିଚାଳନା ନେଇ ଆବଶ୍ୟକ ପ୍ରଶିକ୍ଷଣ ପ୍ରଦାନ ମଧ୍ୟ ଆବଶ୍ୟକ। ଗ୍ରାମୀଣ ଓ ଦୁର୍ଗମ ଅଞ୍ଚଳରେ ଏବେ ବି ଅନେକ ଲୋକ ପାରମ୍ପରିକ ବ୍ୟାଙ୍କିଙ୍ଗ ସେବା ଉପରେ ନିର୍ଭରଶୀଳ ଥିବାରୁ ଡିଜିଟାଲ ବ୍ୟବସ୍ଥା ଲାଗୁ କରିବା ବେଳେ ସେମାନଙ୍କ ସମସ୍ୟାକୁ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି। 

ଶ୍ରୀ ମଙ୍ଗରାଜଙ୍କ ଉଦ୍‌ବେଗକୁ ଦୃଷ୍ଟିରେ ରଖି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ  ଏହି ବିଲ୍‌ ଅନୁସାରେ ବ୍ୟାଙ୍କିଂ ରେକର୍ଡଗୁଡ଼ିକୁ ଆବଶ୍ୟକତା ଅନୁଯାୟୀ ଭୌତିକ କିମ୍ୱା ଇଲେକ୍ଟ୍ରୋନିକ୍‌ ରୂପରେ ଅଦାଲତରେ ଉପସ୍ଥାପନ କରାଯାଇପାରିବ। ଆସୁଥିବା ଏହି ନୂଆ ବିଲ୍‌ ମାଧ୍ୟମରେ ଏହି ବ୍ୟବସ୍ଥାକୁ ପୂର୍ବରୁ ହିଁ ସକ୍ଷମ କରାଯାଇଛି। ଏହି ବିଲ୍‌ ଆଇନଗତ ପ୍ରକ୍ରିୟାରେ ବ୍ୟାଙ୍କିଂ ରେକର୍ଡର ବ୍ୟବହାର ପାଇଁ ଏକ ସ୍ପଷ୍ଟ, ସୁରକ୍ଷିତ ଏବଂ ସ୍ୱଚ୍ଛ ଆଇନଗତ ଢାଞ୍ଚା ପ୍ରଦାନ କରି ସାଧାରଣ ଲୋକଙ୍କ ଆସ୍ଥାକୁ ଆହୁରି ମଜବୁତ କରିଥାଏ। ଏଥିସହିତ ଗ୍ରାହକମାନଙ୍କର ଗୋପନୀୟତା ଏବଂ ତଥ୍ୟର ଗୁପ୍ତତାକୁ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରଖାଯାଇଛି ବୋଲି ଶୀମତୀ ସୀତାରମଣ ଆଶ୍ୱାସନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର