ମନୋରଞ୍ଜନ
ଓଡ଼ିଶା
ରାଜ୍ଯସଭାରେ ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଶ୍ନ: କୋ-ଅପରେଟିଭ ସୋସାଇଟି ସଭ୍ୟଙ୍କ କ୍ଷମତା ବୃଦ୍ଧି ପାଇଁ କଣ ପଦକ୍ଷେପ ନିଆଯାଇଛି ?
ନୂଆଦିଲ୍ଲୀ: ରାଜ୍ୟରେ କୋ-ଅପରେଟିଭ ସୋସାଇଟି ସଦସ୍ୟମାନଙ୍କ ଦକ୍ଷତା ବୃଦ୍ଧି ପାଇଁ କୌଣସି ତାଲିମ କାର୍ଯ୍ୟକ୍ରମ କରାଯିବାର ଯୋଜନା ଅଛି କି ବୋଲି ରାଜ୍ୟସଭାରେ ପ୍ରଶ୍ନ କରିଛନ୍ତି ସାଂସଦ ମାନସ ମଙ୍ଗରାଜ ଓ ମୁଜିବୁଲ୍ଲା ଖାନ। ୩ ବର୍ଷରେ କେତୋଟି କର୍ମଶାଳା ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି, ତାର ସୂଚନା ମାଗିଥିଲେ ସାଂସଦ । ଏହା ସହିତ ଓଡ଼ିଶାରେ କୋଅପରେଟିଭ ସୋସାଇଟିଗୁଡିକର କୌଣସି ଶିକ୍ଷାନୁଷ୍ଠାନ କିମ୍ବା ବିଶେଷଜ୍ଞଙ୍କ ସହଯୋଗିତାରେ ତାଲିମ ପାଇଁ କାର୍ଯ୍ୟକ୍ରମ କରାଯାଉଛି କି […]
ନୂଆଦିଲ୍ଲୀ: ରାଜ୍ୟରେ କୋ-ଅପରେଟିଭ ସୋସାଇଟି ସଦସ୍ୟମାନଙ୍କ ଦକ୍ଷତା ବୃଦ୍ଧି ପାଇଁ କୌଣସି ତାଲିମ କାର୍ଯ୍ୟକ୍ରମ କରାଯିବାର ଯୋଜନା ଅଛି କି ବୋଲି ରାଜ୍ୟସଭାରେ ପ୍ରଶ୍ନ କରିଛନ୍ତି ସାଂସଦ ମାନସ ମଙ୍ଗରାଜ ଓ ମୁଜିବୁଲ୍ଲା ଖାନ। ୩ ବର୍ଷରେ କେତୋଟି କର୍ମଶାଳା ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି, ତାର ସୂଚନା ମାଗିଥିଲେ ସାଂସଦ । ଏହା ସହିତ ଓଡ଼ିଶାରେ କୋଅପରେଟିଭ ସୋସାଇଟିଗୁଡିକର କୌଣସି ଶିକ୍ଷାନୁଷ୍ଠାନ କିମ୍ବା ବିଶେଷଜ୍ଞଙ୍କ ସହଯୋଗିତାରେ ତାଲିମ ପାଇଁ କାର୍ଯ୍ୟକ୍ରମ କରାଯାଉଛି କି ବୋଲି ପ୍ରଶ୍ନ କରିଛନ୍ତି ମାନସ ମଙ୍ଗରାଜ।
ଏହାର ଉତ୍ତରରେ ମନ୍ତ୍ରୀ ଅମିତ ଶାହ କହିଛନ୍ତି, ନ୍ୟାସନାଲ କାଉନସିଲ ଫର କୋଅପରେଟିଭ ଟ୍ରେନିଂ ଜରିଆରେ ପୂରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସମଗ୍ର ଦେଶରେ ୨୦ ଟି ଟ୍ରେନିଂ ଇନଷ୍ଟିଚ୍ୟୁଟ ଅଛି। ଭୁବନେଶ୍ଵରରେ ଥିବା ମଧୁସୂଦନ ଇନଷ୍ଟିଚ୍ୟୁଟ ଅଫ କୋପରେଟିଭ ମ୍ୟାନେଜମେଣ୍ଟ ମାଧ୍ୟମରେ ପରିଚାଳନାଗତ କୌଶଳ ଶିକ୍ଷା ପ୍ରଦାନ କରାଯାଉଛି । ୩ ବର୍ଷର ସୂଚନା ଦେବାକୁ ଯାଇ ମନ୍ତ୍ରୀ ଅମିତ ଶାହ କହିଛନ୍ତି ୨୦୨୧-୨୨ରେ ୯୪ ଟି କାର୍ଯ୍ୟକ୍ରମ ମାଧ୍ୟମରେ ୪୪୪୬ ଜଣ, ୨୦୨୨-୨୩ ରେ ୧୬୬ ଟି କାର୍ଯ୍ୟକ୍ରମ ଜରିଆରେ ୯୧୬୫ ଜଣ ଓ ୨୦୨୩-୨୪ ରେ ୧୯୧ ଟି କାର୍ଯ୍ୟକ୍ରମ ମାଧ୍ୟମରେ ୯୪୫୬ ଜଣ ତାଲିମ ନେଇଛନ୍ତି। ମଧୁସୂଦନ ଇନଷ୍ଟିଚ୍ୟୁଟ ଅଫ୍ କୋଅପରେଟିଭ ମ୍ୟାନେଜମେଣ୍ଟ, ନାବାର୍ଡ, ରିଜର୍ଭ ବ୍ୟାଙ୍କ, ରାଜ୍ୟ କୋ ଅଅପରେଟିଭ ବ୍ୟାଙ୍କରେ ଟ୍ରେନିଂ ଦିଆଯାଏବୋଲି କହିଛନ୍ତି ମନ୍ତ୍ରୀ।






