ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ପରାମର୍ଶଦାତା କମିଟିର ସଦସ୍ୟ ହେଲେ ମାନସ ମଙ୍ଗରାଜ

The Sakala Picture
Published On

ନୂଆଦିଲ୍ଲୀ: ବିଜେଡିର ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କୁ ମିଳିଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପରାମର୍ଶଦାତା କମିଟିର ସଦସ୍ୟଭାବେ ଶ୍ରୀ ମଙ୍ଗରାଜଙ୍କୁ ମନୋନୀତ କରାଯାଇଛି। ଭାରତ ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ପୂର୍ବରୁ ଜୁଲାଇ ୨୮ ତାରିଖରେ ଶ୍ରୀ ମଙ୍ଗରାଜ ସାମୁଦ୍ରିକ ଉତ୍ପାଦନ ରପ୍ତାନୀ କର୍ତ୍ତୃପକ୍ଷ (ଏମ୍‍ପିଇଡିଏ)ର ସଦସ୍ୟଭାବେ ନିର୍ବାଚିତ ହୋଇଥିଲେ। ପ୍ରଥମ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା […]

ନୂଆଦିଲ୍ଲୀ: ବିଜେଡିର ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କୁ ମିଳିଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପରାମର୍ଶଦାତା କମିଟିର ସଦସ୍ୟଭାବେ ଶ୍ରୀ ମଙ୍ଗରାଜଙ୍କୁ ମନୋନୀତ କରାଯାଇଛି। ଭାରତ ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ପୂର୍ବରୁ ଜୁଲାଇ ୨୮ ତାରିଖରେ ଶ୍ରୀ ମଙ୍ଗରାଜ ସାମୁଦ୍ରିକ ଉତ୍ପାଦନ ରପ୍ତାନୀ କର୍ତ୍ତୃପକ୍ଷ (ଏମ୍‍ପିଇଡିଏ)ର ସଦସ୍ୟଭାବେ ନିର୍ବାଚିତ ହୋଇଥିଲେ। ପ୍ରଥମ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଶ୍ରୀ ମଙ୍ଗରାଜଙ୍କୁ ପ୍ରଥମ ପାଳି ଆରମ୍ଭରୁ ହିଁ ଭାରତ ସରକାର ଦୁଇ ଦୁଇଟି ଗୁରୁ୍‍ତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ଆଜି ଶ୍ରୀ ମଙ୍ଗରାଜଙ୍କୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧୀନସ୍ଥ କନସଲଟେଟିଭ୍‍ କମିଟିର ସଦସ୍ୟଭାବେ ମନୋନିତ କରାଯିବା ବେଶ୍‍ ଗୁରୁତ୍ୱବହନ କରୁଛି। ସାମ୍ବାଦିକତାରୁ ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ଶ୍ରୀ ମଙ୍ଗରାଜଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳରେ ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ଭାବେ ନିଯୁକ୍ତ କରିଥିଲେ। ଏହା ପରେ ପରେ ତାଙ୍କୁ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଥିଲା। ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଶ୍ରୀ ମଙ୍ଗରାଜ ଏହି ପଦରୁ ଇସ୍ତଫା ଦେଇଥିଲେ। ଦୀର୍ଘ ଦିନ ଧରି ସାମ୍ବାଦିକତା କ୍ଷେତ୍ରରେ ଅଭିଜ୍ଞତା ହାସଲ କରିଥିବା ଶ୍ରୀ ମଙ୍ଗରାଜ ରାଜନୀତିରେ ପାଦ ଥାପିବା ପରେ ମଧ୍ୟ ଏଥିରୁ ଦୂରେଇ ଯାଇନାହାନ୍ତି। ବିଜୁ ଜନତା ଦଳରେ ଗଣମାଧ୍ୟମ ବ୍ୟାପାର ଦାୟିତ୍ୱ ପାଇବା ପରେ ସାମ୍ବାଦିକ କଲ୍ୟାଣ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଆସିଛି। ସାମ୍ବାଦିକମାନଙ୍କର ସ୍ୱାର୍ଥ ସମ୍ବଳିତ ଦାବି ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରିବା ସହିତ ତାହା କିପରି ଯଥାଶୀଘ୍ର ପୂରଣ ହେବ ସେ ଦିଗରେ ଶ୍ରୀ ମଙ୍ଗରାଜ କାର୍ଯ୍ୟ କରୁଛନ୍ତି। କୋଭିଡ୍‍ ମହାମାରୀ ସମୟରେ ରାଜ୍ୟରେ ଅନେକ ଗଣମାଧ୍ୟମ ପ୍ରତିନିଧି ପ୍ରାଣ ହରାଇ ଥିବା ବେଳେ ସେମାନଙ୍କ ପରିବାର ସଦସ୍ୟଙ୍କୁ କୋଭିଡ୍‍ କ୍ଷତିପୂରଣ ରାଶି ପ୍ରଦାନ, ସାମାଜିକ ସୁରକ୍ଷା, ପିଲାମାନଙ୍କ ପାଇଁ ଶିକ୍ଷା ବ୍ୟବସ୍ଥାରେ ତାଙ୍କର ଯୋଗଦାନ ରହି ଆସିଛି। ସେହିପରି ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା, ମୃତ୍ୟୁକାଳୀନ ଏବଂ ଚିକିତ୍ସା ସହାୟତା ଆଦି ଯୋଗାଇବାରେ ଶ୍ରୀ ମଙ୍ଗରାଜଙ୍କ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା ମିଳିଛି।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପରାମର୍ଶଦାତା କମିଟିର ସଦସ୍ୟ ଭାବରେ ମନୋନୀତ ହେବା ପରେ ଶ୍ରୀ ମଙ୍ଗରାଜ ଟ୍ୱିଟ୍‍ କରି ଖୁସି ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରେରଣା ଓ ଆଦର୍ଶକୁ ଆଧାର କରି ପ୍ରଦାନ କରାଯାଇଥିବା ଦାୟିତ୍ୱକୁ ସଫଳତାର ସହ ସମ୍ପାଦନ ଦିଗରେ କାର୍ଯ୍ୟ କରିବେ ବୋଲି ନିଜ ଟ୍ୱିଟ୍‍ରେ ଶ୍ରୀ ମଙ୍ଗରାଜ ଉଲ୍ଲେଖ କରିଛନ୍ତି।

04 Aug 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର