ଓଟିଇଟି ପରୀକ୍ଷା ପୂର୍ବରୁ ପରିଚାଳନା ବିଭ୍ରାଟ! ପେପର-୧ ପରୀକ୍ଷା କେନ୍ଦ୍ର କେନ୍ଦ୍ରାପଡ଼ା ଓ ପେପର-୨ ପରୀକ୍ଷା କେନ୍ଦ୍ର ଅନୁଗୁଳରେ

The Sakala Picture
Published On

କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଆସନ୍ତା ଜୁଲାଇ ୧ ତାରିଖରେ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଅନୁଷ୍ଠିତ ହେବ। ହେଲେ ପରୀକ୍ଷା ପୂର୍ବରୁ ଦେଖାଦେଇଛି ପରିଚାଳନା ବିଭ୍ରାଟ। ଓଟିଇଟିର ପେପର-୧ (ପ୍ରଥମ ପତ୍ର) ପରୀକ୍ଷା ଏବଂ ପେପର-୨(ଦ୍ୱିତୀୟ ପତ୍ର) ପରୀକ୍ଷା ଗୋଟିଏ ଦିନରେ ହେଉଥିବାବେଳେ ପରୀକ୍ଷାର୍ଥୀଙ୍କର ଭିନ୍ନଭିନ୍ନ ପରୀକ୍ଷା କେନ୍ଦ୍ର ରହିଛି। କିଛି ପରୀକ୍ଷାର୍ଥୀଙ୍କର କେନ୍ଦ୍ରାପଡ଼ାରେ ପେପର-୧ ପରୀକ୍ଷା କେନ୍ଦ୍ର ଓ ପେପର-୨ ପରୀକ୍ଷା କେନ୍ଦ୍ର ଅନୁଗୁଳରେ ହୋଇଛି। ପ୍ରଥମ ପତ୍ର ପରୀକ୍ଷା […]

କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଆସନ୍ତା ଜୁଲାଇ ୧ ତାରିଖରେ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଅନୁଷ୍ଠିତ ହେବ। ହେଲେ ପରୀକ୍ଷା ପୂର୍ବରୁ ଦେଖାଦେଇଛି ପରିଚାଳନା ବିଭ୍ରାଟ। ଓଟିଇଟିର ପେପର-୧ (ପ୍ରଥମ ପତ୍ର) ପରୀକ୍ଷା ଏବଂ ପେପର-୨(ଦ୍ୱିତୀୟ ପତ୍ର) ପରୀକ୍ଷା ଗୋଟିଏ ଦିନରେ ହେଉଥିବାବେଳେ ପରୀକ୍ଷାର୍ଥୀଙ୍କର ଭିନ୍ନଭିନ୍ନ ପରୀକ୍ଷା କେନ୍ଦ୍ର ରହିଛି। କିଛି ପରୀକ୍ଷାର୍ଥୀଙ୍କର କେନ୍ଦ୍ରାପଡ଼ାରେ ପେପର-୧ ପରୀକ୍ଷା କେନ୍ଦ୍ର ଓ ପେପର-୨ ପରୀକ୍ଷା କେନ୍ଦ୍ର ଅନୁଗୁଳରେ ହୋଇଛି। ପ୍ରଥମ ପତ୍ର ପରୀକ୍ଷା ଶେଷ ହେବାର ୨ ଘଣ୍ଟା ମଧ୍ୟରେ ଦ୍ୱିତୀୟ ପତ୍ର ପରୀକ୍ଷା ଆରମ୍ଭ ହେବ। ଏଭଳି ସ୍ଥିତିରେ ଜଣେ ପରୀକ୍ଷାର୍ଥୀ ପ୍ରଥମ ପେପର ପରୀକ୍ଷା ଦେବା ପରେ କିଭଳି ନିର୍ଦ୍ଧାରିତ ସମୟରେ ଦୂର ବାଟକୁ ଯାଇ ଦ୍ୱିତୀୟ ପେପରରେ ପରୀକ୍ଷା ଦେବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଫଳରେ ବହୁ ପରୀକ୍ଷାର୍ଥୀ ଦ୍ୱିତୀୟ ପତ୍ର ପରୀକ୍ଷା ଦେବାରୁ ବଞ୍ଚିତ ହେବାର ସମ୍ଭାବନା ଦେଖାଦେଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ବୋର୍ଡ ପକ୍ଷରୁ ପରୀକ୍ଷାର୍ଥୀଙ୍କ ସମସ୍ୟା ଜଣାଇବା ନିମନ୍ତେ ହେଲ୍ପଲାଇନ୍‌‌ ନମ୍ବର ୦୬୭୧-୨୪୧୨୦୫୯ ଏବଂ ୦୬୭୧-୨୪୧୨୦୬୦ ଜାରି କରାଯାଇଛି। କିନ୍ତୁ ଏହି ନମ୍ବରକୁ ଯୋଗାଯୋଗ କଲେ ମଧ୍ୟ କେହି ଫୋନ୍‌‌ ଉଠାଉ ନ ଥିବା ପରୀକ୍ଷାର୍ଥୀଙ୍କ ପକ୍ଷରୁ ଅଭିଯୋଗ ଉଠିଛି। ଏ ସଂକ୍ରାନ୍ତରେ ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି ଯେ ବୋର୍ଡ ଦ୍ୱାରା କୌଣସି ତ୍ରୁଟି ହୋଇନାହିଁ। ଯଦି କୌଣସି ପରୀକ୍ଷାର୍ଥୀ ଉଭୟ ପ୍ରଥମ ଏବଂ ଦ୍ୱିତୀୟ ପତ୍ରରେ ପରୀକ୍ଷା ଦେବାକୁ ଚାହୁଁଛନ୍ତି, ସେମାନେ ଫର୍ମପୂରଣ କରିବା ସମୟରେ ଗୋଟିଏ ପଞ୍ଜୀକରଣ ନମ୍ବରକୁ ଉଭୟ ପତ୍ର ପରୀକ୍ଷା ପାଇଁ ଦାଖଲ କରିବାର ବ୍ୟବସ୍ଥା ରହିଛି। କିନ୍ତୁ ବହୁ ପରୀକ୍ଷାର୍ଥୀ ପ୍ରଥମ ପତ୍ରର ପଞ୍ଜୀକରଣ ନମ୍ବର ଦେଇଥିବାବେଳେ ସେହି ପଞ୍ଜୀକରଣ ନମ୍ବରକୁ ଦ୍ୱିତୀୟ ପତ୍ର ପରୀକ୍ଷାର ଫର୍ମପୂରଣବେଳେ ଦେଇନାହାନ୍ତି। ଯେଉଁଥିପାଇଁ ଭିନ୍ନ ଭିନ୍ନ ପରୀକ୍ଷା କେନ୍ଦ୍ର ସେମାନଙ୍କର ରହିଛି। ଯେଉଁମାନେ ସଠିକ୍‌‌ ଭାବେ ନିୟମାବଳୀ ଅନୁସାରେ ଫର୍ମପୂରଣ କରିଛନ୍ତି, ସେମାନଙ୍କର ଗୋଟିଏ ପରୀକ୍ଷା କେନ୍ଦ୍ର କରାଯାଇଛି। ତେବେ ଏହି ଅସୁବିଧା ପରୀକ୍ଷାର୍ଥୀଙ୍କ ଦ୍ୱାରା ହୋଇଥିବାବେଳେ କିପରି ଦୂର କରାଯାଇ ପାରିବ ସେଥିପ୍ରତି ଦୃଷ୍ଟି ଦିଆଯାଉଥିବା ସଭାପତି ଶ୍ରୀ ହାଜରା ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

ଏଠାରେ ସୂଚନା ଯୋଗ୍ୟ ଯେ, ଆସନ୍ତା ଜୁଲାଇ ୧ ତାରିଖରେ ଓଟିଇଟି (ଦ୍ୱିତୀୟ) ପରୀକ୍ଷା ବୋର୍ଡ ଦ୍ୱାରା କରାଯିବ। ପୂର୍ବାହ୍ଣ ୮ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ପ୍ରଥମ ପତ୍ରରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ। ସେହିଭଳି ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୨ଟା ୩୦ ପର୍ଯ୍ୟନ୍ତ ଦ୍ୱିତୀୟ ପତ୍ର ପରୀକ୍ଷା ଚାଲିବ। ଏଥିନିମନ୍ତେ ଗତ ୨୩ ତାରିଖଠାରୁ ଅନ୍‌‌ଲାଇନ୍‌‌ରେ ଆଡ୍‌‌ମିଟ୍‌‌ କାର୍ଡ ପରୀକ୍ଷାର୍ଥୀଙ୍କୁ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି। କିନ୍ତୁ ଆଡ୍‌‌ମିଟ୍‌‌ କାର୍ଡ ପାଇବା ପରେ ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ଗୋଟିଏ ଦିନରେ ପରୀକ୍ଷା ଥିବାବେଳେ ବହୁ ଦୂରତ୍ୱ ବ୍ୟବଧାନରେ ଭିନ୍ନ ଭିନ୍ନ ପରୀକ୍ଷା କେନ୍ଦ୍ର ପଡ଼ିଥିବାରୁ ପରୀକ୍ଷାର୍ଥୀମାନେ ଏହାର ପ୍ରତିବାଦ କରିଛନ୍ତି। ଏନେଇ କିଛି ପରୀକ୍ଷାର୍ଥୀ ମୁଖ୍ୟମନ୍ତ୍ରୀ, ‘୫-ଟି’ ସଚିବ, ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଟ୍ୱିଟ୍‌‌ କରି ଅଭିଯୋଗ କରିଛନ୍ତି। ଏପରିକି ଶନିବାର ବହୁ ପରୀକ୍ଷାର୍ଥୀ ବୋର୍ଡର କଟକସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ଆସି କର୍ତ୍ତୃପକ୍ଷଙ୍କୁ ଭେଟିଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର