ଆଶ୍ଚର୍ଯ୍ଯ ଜନକ ଘଟଣା: ସାପ କାମୁଡିଲା ବୋଲି ପ୍ରତିଶୋଧ ପରାୟଣ ହୋଇ ଜଣେ ବ୍ଯକ୍ତି ସାପକୁ କାମୁଡି ମାରିଦେବା ସହ ରକ୍ତ ପିଇଦେଲେ

The Sakala Picture
Published On

ଯାଜପୁର: ସାପ କାମୁଡିଲା ବୋଲି ସେ ବି ସାପକୁ କାମୁଡିଦେଲେ। କଥାଟି ଅଡ଼ୁଆ ଲାଗୁଥିଲେ ବି ସତ। ଜଣେ ବ୍ୟକ୍ତିଙ୍କୁ ସାପ କାମୁଡ଼ିଥିଲା,  ଉକ୍ତ ବ୍ୟକ୍ତି ଜଣଙ୍କ ମଧ୍ଯ ସାପକୁ କାମୁଡ଼ିଦେଇଥିଲେ। ଏଭଳି ଆଶ୍ଚର୍ଯ୍ଯ ଜନକ ଘଟଣା ଘଟିଛି ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଶାଳିଜଙ୍ଗା ପାଞ୍ଚୟତର ଗମ୍ଭାରୀପାଟିଆ ଗ୍ରାମରେ। ଏହି ଗ୍ରାମର ୪୫ ବର୍ଷୀୟ କିଶୋର ବଦରା ଗତକାଲି ସନ୍ଧ୍ୟାରେ ନିଜ ଚାଷ ଜମିରୁ ଫେରିବା ସମୟରେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା […]

ଯାଜପୁର: ସାପ କାମୁଡିଲା ବୋଲି ସେ ବି ସାପକୁ କାମୁଡିଦେଲେ। କଥାଟି ଅଡ଼ୁଆ ଲାଗୁଥିଲେ ବି ସତ। ଜଣେ ବ୍ୟକ୍ତିଙ୍କୁ ସାପ କାମୁଡ଼ିଥିଲା,  ଉକ୍ତ ବ୍ୟକ୍ତି ଜଣଙ୍କ ମଧ୍ଯ ସାପକୁ କାମୁଡ଼ିଦେଇଥିଲେ। ଏଭଳି ଆଶ୍ଚର୍ଯ୍ଯ ଜନକ ଘଟଣା ଘଟିଛି ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଶାଳିଜଙ୍ଗା ପାଞ୍ଚୟତର ଗମ୍ଭାରୀପାଟିଆ ଗ୍ରାମରେ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଶୁଣାଣିକୁ ସେପ୍ଟେମ୍ବର ୭କୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ଏହି ଗ୍ରାମର ୪୫ ବର୍ଷୀୟ କିଶୋର ବଦରା ଗତକାଲି ସନ୍ଧ୍ୟାରେ ନିଜ ଚାଷ ଜମିରୁ ଫେରିବା ସମୟରେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା । ଫଳରେ କିଶୋର ସାପଟିକୁ ଉତକ୍ଷିପ୍ତ ହୋଇ ଧରି ପକାଇଥିଲେ । ଏବଂ କାହିଁକି ସାପ କାମୁଡ଼ିଲା ବୋଲି, ପ୍ରତିଶୋଧ ପରାୟଣ ହୋଇ ସେହି ସାପଟିକୁ ଅତି ନିର୍ମମ ଭାବେ ନିଜ ଦାନ୍ତରେ କାମୁଡି ମାରିଦେବା ସହ ସାପର ରକ୍ତ ପିଇଦେଇଥିବା ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ଏହାପରେ ସାପଟିକୁ ନଫୋପାଡ଼ି ଗାଁ ଧରି ଆସିଥିଲେ । ଘଟଣା ସମ୍ପର୍କରେ ନିଜ ପରିବାର ଓ ଗାଁ ଲୋକଙ୍କୁ ମଧ୍ୟ ଜଣାଇଥିଲେ ବଦରା । ପରେ ଗାଁ ଲୋକେ ତାଙ୍କୁ ମେଡିକାଲ ଯିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ସାପକୁ କାମୁଡ଼ିଦେଇଥିବା ବ୍ୟକ୍ତି ଜଣଙ୍କ କୌଣସି ସମ୍ପର୍କୀୟଙ୍କ କଥାକୁ ଶୁଣି ନଥିଲେ । ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଗାଁ ନିକଟରେ ଥିବା ଜଣେ ଗୁଣିଆ ପାଖକୁ ଯାଇ ଝଡ଼ା ଫୁଙ୍କା କରିଥିଲେ । କିନ୍ତୁ ଆଶ୍ଚର୍ଯ୍ଯର କଥା ହେଉଛି ବିଷାକ୍ତ ସାପ ଉକ୍ତ ବ୍ୟକ୍ତିଙ୍କୁ କାମୁଡ଼ିବା ଏବଂ ପରବର୍ତ୍ତୀ ସମୟରେ ବ୍ୟକ୍ତି ଜଣଙ୍କ ମଧ୍ୟ ସାପକୁ କାମୁଡ଼ିଦେଇଥିଲେ । ତଥାପି ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର