ମମିତା ହତ୍ୟା ମାମଲା; ଅଯଥା ରାଜନୀତି କରନ୍ତୁ ନାହିଁ ବିରୋଧୀ, ଯିଏ ବି ସମ୍ପୃକ୍ତ ଦଣ୍ଡ ପାଇବ : ବିଜେଡି

The Sakala Picture
Published On

ଭୁବନେଶ୍ବର : କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ  ସାମ୍ବାଦିକ ସମ୍ମିଳନୀ କରିଛି ବିଜେଡି । ଏହି ଘଟଣାରେ ଦୋଷୀଙ୍କୁ ନିଶ୍ଚୟ ଦଣ୍ଡ ମିଳିବ ଓ ମମିତାଙ୍କ ପରିବାରକୁ ନ୍ୟାୟ ମିଳିବ ବୋଲି କହିଛନ୍ତି ବିଜେଡି ଉପ ସଭାନେତ୍ରୀ ତଥା ବିଧାୟିକା ପ୍ରମିଳା ମଲ୍ଲିକ । ତାଙ୍କ କହିବା ମୁତାବକ, ଏହି ଘଟଣାରେ ଏବେ ଜଣେ ଦୁଇଜଣ ଅଭିଯୁକ୍ତ ଗିରଫ ହୋଇସାରିଛନ୍ତି । ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତ ମଧ୍ୟ ଗିରଫ ହେବେ […]

ଭୁବନେଶ୍ବର : କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ  ସାମ୍ବାଦିକ ସମ୍ମିଳନୀ କରିଛି ବିଜେଡି । ଏହି ଘଟଣାରେ ଦୋଷୀଙ୍କୁ ନିଶ୍ଚୟ ଦଣ୍ଡ ମିଳିବ ଓ ମମିତାଙ୍କ ପରିବାରକୁ ନ୍ୟାୟ ମିଳିବ ବୋଲି କହିଛନ୍ତି ବିଜେଡି ଉପ ସଭାନେତ୍ରୀ ତଥା ବିଧାୟିକା ପ୍ରମିଳା ମଲ୍ଲିକ । ତାଙ୍କ କହିବା ମୁତାବକ, ଏହି ଘଟଣାରେ ଏବେ ଜଣେ ଦୁଇଜଣ ଅଭିଯୁକ୍ତ ଗିରଫ ହୋଇସାରିଛନ୍ତି । ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତ ମଧ୍ୟ ଗିରଫ ହେବେ । ହେଲେ ବିରୋଧୀ ନେତାମାନେ ଅଯଥାରେ ରାଜନୀତି କରନ୍ତୁ ନାହିଁ ବୋଲି ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ପଶ୍ଚିମ ଓଡ଼ିଶାରେ ଉତ୍ସାହର ସହ ପାଳିତ ହେଉଛି କୃଷି ଭିତ୍ତିକ ଗଣପର୍ବ ‘ନୂଆଁଖାଇ’: ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେବ ନବାନ୍ନ

ସାମ୍ବାଦିକ ସମ୍ମିଳନୀରେ ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି ଯେ ମମିତାଙ୍କ ମୃତ୍ୟୁ ସମାଜର ଓ ପରିବାରର କ୍ଷତି ହୋଇଛି, ଆମେ ସମାବେଦନା ଜଣାଉଛୁ।  ଏହି ମାମଲାର ତଦନ୍ତ ଦାୟିତ୍ବ ଏନ୍‌ଆଇଏ (NIA)ରେ କାମ କରିଥିବା ଜଣେ ଅଧିକାରୀଙ୍କୁ ଦିଆଯାଇଛି । ଅଭିଯୁକ୍ତ ନିଶ୍ଚୟ ଦଣ୍ଡ ପାଇବେ । ଅନ୍ୟ ଯେଉଁମାନେ ବି ସମ୍ପୁକ୍ତ ସେମାନେ ବି ଦଣ୍ଡ ପାଇବେ।  ଉକ୍ତ ଶିକ୍ଷାନୁଷ୍ଠାନରେ ବହୁ ଛାତ୍ରଛାତ୍ରୀ , ଶିକ୍ଷକ ମାନେ କାମ କରୁଛନ୍ତି । କିଛି ଜଣଙ୍କ ପାଇଁ ପୁରାଶିକ୍ଷାନୁଷ୍ଠାନକୁ ବଦନାମ କରା ନ ଯାଉ । ଅନ୍ୟମାନେ ବି ସେଠାରେ ଅଛନ୍ତି ।ଛାତ୍ରଛାତ୍ରୀ ଭଲ ପାଠ ପଢନ୍ତୁ । ଅନୁଷ୍ଠାନ ଅଛି ମାନେ ମନ୍ତ୍ରୀ, ନେତା ଯିବେ । କିଏ ଫଟ ଉଠେଇଲା, ସିଏ ଦୋଷୀ ହେବା ଠିକ ନୁହଁ । ମନ୍ତ୍ରୀ ଆର୍ଥିକ ଅନୁଦାନ ଦେଲେ ଦୋଷୀ ହେବେ ନାହିଁ । ମନ୍ତ୍ରୀ ସେଠାକୁ ଯାଉ ଥିଲେ କି ନାହିଁ , ତଦନ୍ତ ପରେ ଜଣା ପଡିବ।

ଆହୁରି ପଢ଼ନ୍ତୁ: କରମା ପୂଜା ପାଇଁ ବାଲି ଆଣିବାକୁ ଯାଇଥିଲେ, ଶଙ୍ଖ ନଦୀରେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ

ଅନ୍ୟପଟେ ନେତା, ମନ୍ତ୍ରୀମାନେ କୌଣସ ଅନୁଷ୍ଠାନକୁ ଯିବା ନୂଆ କଥା ନୁହେଁ । କୌଣସି ବେସରକାରୀ ଶିକ୍ଷାନୁଷ୍ଠାନ ସରକାରୀ ଅନୁଦାନ ପାଇବା ମଧ୍ୟ ନୂଆ କଥା ନୁହେଁ । ସେହିପରି ଅପରାଧୀଙ୍କ ସହିତ ବିଭିନ୍ନ ସମୟରେ ନେତା ମନ୍ତ୍ରୀଙ୍କ ଫଟୋ ରହିଥାଏ । ହେଲେ ଏହାକୁ ନେଇ ରାଜନୀତି କରିବା ଠିକ୍ ନୁହେଁ ବୋଲି କହିଛନ୍ତି ବିଜେଡି ବିଧାୟିକା । ବିଜେପିର ବହୁ ନେତାଙ୍କ ଫଟୋ ଅପରାଧୀଙ୍କ ସହ ରହିଛି । । ଉତ୍ତର ପ୍ରଦେଶର ଖେରୀରେ ଯେଉଁ ଭଳି ଭାବେ କୃଷକଙ୍କୁ ଗାଡି ଚଢାଇ ହତ୍ୟା କରାଗଲା ସେଥିରେ କେନ୍ଦ୍ର ମନ୍ତ୍ରୀଙ୍କ ନାଁ ଚର୍ଚା ହେଲା ଏବଂ ମୁଖ୍ୟ ଅଭିଯୁକ୍ତ ତାଙ୍କ ପୁଅ ଗିରଫ ମଧ୍ୟ ହେଲା ସେଥିରେ ବଜେପି ନେତା କଣ ପାଇଁ ସିବିଆଇ ତଦନ୍ତ ପାଇଁ ଦାବି କଲେନି ବୋଲି ପ୍ରଶ୍ନ କରିଛନ୍ତି ପ୍ରମିଳା ମଲ୍ଲିକ।

ଆହୁରି ପଢ଼ନ୍ତୁ: ଅନ୍ଧାରୁଆରେ ଆହତ ଦନ୍ତାକୁ ନେଇ ଭୟ, ଜଙ୍ଗଲ ଛାଡ଼ି ଜନବସତି ନିକଟରେ ବୁଲୁଛି ହାତୀ

ସେ ଆହୁରି ମଧ୍ୟ କହିଛନ୍ତି ଯେ ପୁଲିସ ସବୁବେଳେ ନିରପେକ୍ଷ ଭାବେ କାମ କରୁଛି । ରାଜ୍ୟରେ କୌଣସି ନାରୀ ନିର୍ଯ୍ୟାତନା ମାମଲା ଲୁଚାଇ ରଖା ଯାଉନାହିଁ । ନାରୀ ନିର୍ଯ୍ୟାତନା ଅଭିଯୋଗ ଆସିଲେ ମାମଲା ରୁଜୁ କରାଯାଉଛି । ଆମର ନ୍ୟାୟ ପାଳିକା, ପୁଲିସ ଉପରେ ଭରସା ଅଛି । ବିଜେପି ଶସ୍ତା ରାଜନୀତି କରୁଛି । ମମିତା ନ୍ୟାୟ ପାଇବା ଦରକାର । ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯାଇଛି, ଅନ୍ୟମାନେ ସମ୍ପୃକ୍ତ ଥିଲେ ଗିରଫ ହେବେ । ଯଦି ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବ ସେ ଗିରଫ ହେବେ, ଦଣ୍ଡ ପାଇବେ । ମନ୍ତ୍ରୀ ଇସ୍ତଫା ଦେଇ ଦେଲେ କଣ ନ୍ୟାୟ ମିଳି ଯିବ କି ? ତଦନ୍ତ ବନ୍ଦ ହେବ କି ?  ବୋଲି ପ୍ରଶ୍ନ କରିଛନ୍ତି ପ୍ରମିଳା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର