ଗଣମାଧ୍ୟମ ଓ ରାଜନୈତିକ ଦଳକୁ ମମିତାଙ୍କ ପରିବାରର କୋହଭରା ଅନୁରୋଧ: ‘ମମିତା ନାଁରେ ଅପପ୍ରଚାର କରନ୍ତୁ ନାହିଁ’

The Sakala Picture
Published On

ବଲାଙ୍ଗିର/ କଣ୍ଟାବାଞ୍ଜି: ‘ମମିତା’ର ମୃତ୍ୟୁ ପରେ ବାପା ସୁଚନ୍ଦ୍ର ମେହେରଙ୍କ ପରିବାର ଉପରେ ଭାଙ୍ଗି ପଡ଼ିଛି ଆକାଶ । ବାପା-ମା’ଙ୍କ ଆଖିରୁ ଲୁହ ଶୁଖୁ ନାହିଁ । ଝିଅକୁ ଝୁରିଝୁରି ହୃଦ୍‌ରୋଗ ପୀଡ଼ିତା ମା’ ଘଡ଼ିକୁ ଘଡ଼ି ବେହୋସ ହୋଇ ଯାଉଛନ୍ତି। ମାତ୍ର ମମିତାର ମୃତ୍ୟୁ ଓ ତାଙ୍କର ପରିବାରର ଲୁହକୁ ନେଇ ରାଜନୀତି କରିବାକୁ ବାହାରି ପଡ଼ିଛନ୍ତି କିଛି ବିରୋଧୀ ଦଳ । ବନ୍ଦ ଡାକରା ଦେଉଛନ୍ତି, ଥାନା ଘେରାଉ କରୁଛନ୍ତି। ଅନ୍ୟପଟେ ନିଜ କାଗଜର […]

ବଲାଙ୍ଗିର/ କଣ୍ଟାବାଞ୍ଜି: ‘ମମିତା’ର ମୃତ୍ୟୁ ପରେ ବାପା ସୁଚନ୍ଦ୍ର ମେହେରଙ୍କ ପରିବାର ଉପରେ ଭାଙ୍ଗି ପଡ଼ିଛି ଆକାଶ । ବାପା-ମା’ଙ୍କ ଆଖିରୁ ଲୁହ ଶୁଖୁ ନାହିଁ । ଝିଅକୁ ଝୁରିଝୁରି ହୃଦ୍‌ରୋଗ ପୀଡ଼ିତା ମା’ ଘଡ଼ିକୁ ଘଡ଼ି ବେହୋସ ହୋଇ ଯାଉଛନ୍ତି। ମାତ୍ର ମମିତାର ମୃତ୍ୟୁ ଓ ତାଙ୍କର ପରିବାରର ଲୁହକୁ ନେଇ ରାଜନୀତି କରିବାକୁ ବାହାରି ପଡ଼ିଛନ୍ତି କିଛି ବିରୋଧୀ ଦଳ । ବନ୍ଦ ଡାକରା ଦେଉଛନ୍ତି, ଥାନା ଘେରାଉ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ଅନ୍ୟପଟେ ନିଜ କାଗଜର ବିକ୍ରି ବଢ଼ାଇବାକୁ କିଛି ଖବରକାଗଜ, ଦର୍ଶକ ସଂଖ୍ୟା ବଢ଼ାଇବାକୁ କିଛି ବୈଦ୍ୟୁତିକ ଗଣମାଧ୍ୟମ ମମିତାଙ୍କ ମୃତ୍ୟୁକୁ ନେଇ ମସଲାଦାର ଖବର ପରିବେଷଣ କରି ଆତ୍ମତୃପ୍ତି ଲାଭ କରୁଛନ୍ତି । ମାତ୍ର ପୀଡ଼ିତାଙ୍କ ପରିବାର ଏଥିରୁ କେତେ କଷ୍ଟ ପାଉଛନ୍ତି ତାହା କେହି ବୁଝିପାରୁ ନାହାନ୍ତି। ବିରୋଧୀଙ୍କ କଳରବ ଓ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ଏତାଦୃଶ ଆଚରଣ ମମିତାଙ୍କ ପରିବାରର ଧୈର୍ଯ୍ୟର ବନ୍ଧ ଭାଙ୍ଗି ଦେଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ବାରମ୍ବାର ପୁଲିସ ତଦନ୍ତ ପ୍ରକ୍ରିୟାରେ କୌଣସି ଆପତ୍ତି ନ ଥିବା କହି ଆସୁଥିବା ମମିତାଙ୍କ ବାପା ସୁଚନ୍ଦ୍ର ମେହେର ଆଜି ଏକ ଭିଡ଼ିଓ ବାର୍ତ୍ତାରେ ତାଙ୍କ ଝିଅ ମମିତାର ହତ୍ୟାକାଣ୍ଡ ଓ ତାଙ୍କ ପରିବାରର ଲୁହକୁ ନେଇ ରାଜନୀତି ନ କରିବାକୁ ଓ ଝିଅ ସଂକ୍ରାନ୍ତ ଖବର ପରିବେଷଣ ନ କରିବାକୁ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି। ସୁଚନ୍ଦ୍ର କହିଛନ୍ତି ଯେ ‘ମୋ ଝିଅ ଗୋଟିଏ ଭଲ ଝିଅ
ଥିଲା। ତା’ର ମୃତ୍ୟୁ ଆମକୁ ଭୀଷଣ କଷ୍ଟ ଦେଇଛି । ଆମେ ଘରୁ ବାହାରକୁ ବାହାରୁ ନାହୁଁ । ଘର ଭିତରେ ରହୁଛୁ। ପୁଲିସ ତଦନ୍ତରେ ଆମେମାନେ ଖୁସି ଅଛୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମକୁ ନ୍ୟାୟ ଦେବେ ବୋଲି ଭରସା ରଖିଛୁ । ଗଣମାଧ୍ୟମ ଓ ରାଜନୈତିକ ଦଳଗୁଡ଼ିକୁ ଆମେ ହାତ ଯୋଡ଼ି ଅନୁରୋଧ କରୁଛୁ ଯେ ଆମ ଝିଅ ନାଁରେ ଅପପ୍ରଚାର କରନ୍ତୁ ନାହିଁ ।’

ତୁରେକେଲା ଥାନା ଝରଣୀ ଗାଁର ଘରୋଇ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ମାମଲା ସାମ୍ନାକୁ ଆସିବା ପରେ ବିରୋଧୀ ନେତାଙ୍କ ରାଜନୀତିର ଆଖଡ଼ାଘର ପାଲଟିଛି ଝରଣୀ ଗାଁ । ପ୍ରତିଦିନ କୌଣସି ରାଜନୈତିକ ଦଳର କେହି ନା କେହି ଆସି ମମିତାଙ୍କ ପରିବାର ସଦସ୍ୟଙ୍କୁ ଭେଟୁଛନ୍ତି ଏବଂ ଘଟଣାକୁ ନେଇ ନିଜକୁ ସୁହାଇବା ପରି ଗଣମାଧ୍ୟମରେ ପ୍ରତିକ୍ରିୟା ରଖୁଛନ୍ତି। ବାରମ୍ବାର ଏପରି ନାଟକକୁ ନେଇ ପରିବାର ଲୋକ ଅସନ୍ତୋଷ ଜାହିର କରିବା ଆରମ୍ଭ କରିଛନ୍ତି। ନିଜ ଝିଅକୁ ହରାଇଥିବା ପରିବାରଙ୍କୁ ସମବେଦନା ଜଣାଇବାକୁ ଆସୁଥିବା ଏହି ନେତାମାନେ ନିଜ ରାଜନୈତିକ ଫାଇଦା ନେବା ପାଇଁ ଚେଷ୍ଟା କରୁଥିବା ପୀଡିତାଙ୍କ ସମ୍ପର୍କୀୟମାନେ କହିଛନ୍ତି। ମମିତାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ଝିଅ ହତ୍ୟା ଘଟଣାକୁ ନେଇ ସେମାନେ ସମ୍ପୂର୍ଣ ଭାଙ୍ଗି ପଡ଼ିଛନ୍ତି । ତେଣୁ ମମିତାଙ୍କୁ ବଦନାମ ନ କରିବାକୁ ସେମାନେ ଅନୁରୋଧ କରିଛନ୍ତି।

ମମିତାଙ୍କ ବାପା ସୁଚନ୍ଦ୍ର ପୁଣି କହିଛନ୍ତି ଯେ ଅଭିଯୁକ୍ତ ଗୋବିନ୍ଦ ସହ ମମିତା କେବେ ବି ରାୟପୁର ଯାଇ ନ ଥିଲା । ତେଣୁ ତାହାର ଚରିତ୍ର ସଂହାର କରନ୍ତୁ ନାହିଁ। ଏହା ଆମକୁ ବହୁତ କଷ୍ଟ ଦେଉଛି । ପୁଲିସ ତଦନ୍ତ ଉପରେ ଆମର ସମ୍ପୂର୍ଣ୍ଣ ବିଶ୍ବାସ ଅଛି । ହତ୍ୟାକାରୀ ଗୋବିନ୍ଦ ସାହୁ ଧରାପଡ଼ିଛି । ଆମ ଝିଅକୁ ଯିଏ ଆମ ପାଖରୁ ଛଡ଼ାଇ ନେଇଛି, ହତ୍ୟା କରିଛି, ତାକୁ ଫାଶୀ ଦଣ୍ଡ ମିଳିବା ଦରକାର । ମାତ୍ର ଏହାକୁ ନେଇ ଆମ ଘରକୁ ବାରମ୍ବାର ଆସି ଆମକୁ କଷ୍ଟ ଦିଅନ୍ତୁ ନାହିଁ ବୋଲି ଗଣମାଧ୍ୟମ ଓ ରାଜନୈତିକ ଦଳଗୁଡ଼ିକୁ ଅନୁରୋଧ କରିଛନ୍ତି ସୁଚନ୍ଦ୍ର। ସେହିପରି ମମିତାଙ୍କ ମା’ ଜଣେ ହୃଦ୍‌ରୋଗୀ ହୋଇଥିବାବେଳେ ତାଙ୍କ ପାଇଁ ମଧ୍ୟ ଏହା କଷ୍ଟଦାୟକ ବୋଲି ମମିତାଙ୍କ ବାପା କହିଛନ୍ତି ।

ମମିତା ହତ୍ୟାକାଣ୍ଡ ସମ୍ପର୍କରେ ପୁଲିସ ପ୍ରାଥମିକ ତଦନ୍ତ ଶେଷ କରିଛି। ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍ ପଠାଇସାରିଛି I ତାକୁ ସହଯୋଗ କରିଥିବା କିଛି ବ୍ୟକ୍ତି ବିଶେଷ ମଧ୍ୟ ଗିରଫ ହୋଇଛନ୍ତି। ଏ ସମ୍ପର୍କରେ ଗଣମାଧ୍ୟମ ସାମ୍ନାରେ ମମିତାଙ୍କ ପରିବାର ଲୋକ ପୁଲିସ ଉପରେ ଖୋଲାଖୋଲି ଭାବରେ ସନ୍ତୁଷ୍ଟ ଥିବା କହୁଥିବାବେଳେ ବିଜେପି ଓ ଅନ୍ୟ ବିରୋଧୀ ନେତା ଏଥିରେ ଯେଉଁ ରାଜନୀତି କରୁଛନ୍ତି ତାହା ସ୍ଥାନୀୟ ଜନସାଧାରଣଙ୍କୁ ବି କ୍ଷୁବ୍ଧ କରିଛି। ତାଙ୍କ ଗାଁକୁ ରାଜନୈତିକ ପର୍ଯ୍ୟଟନସ୍ଥଳରେ ପରିଣତ ନ କରିବାକୁ ଗ୍ରାମବାସୀ ସ୍ପଷ୍ଟ ଭାବରେ କହିଛନ୍ତି। ସମବେଦନା ଅଳରେ ମମିତାଙ୍କ ପରିବାରକୁ ଯେପରି ବାରମ୍ବାର ବିଭିନ୍ନ ଦଳର ନେତାମାନେ ଯାତାୟାତ କରୁଛନ୍ତି ତାହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ କୁହୁଳିବା ଆରମ୍ଭ କରିଛି ।

07 Nov 2021 By The Sakala

https://www.thesakala.in/latest-odisha-news/mamita-mehers-fathers-reaction-over-her-daughter-murder-investigation/article-6656
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର