ମମିତା ମେହେର ହତ୍ୟା ମାମଲା : ବିକ୍ଷୋଭରେ ସାମିଲ ହେବାକୁ ବିଜେପି ବାଣ୍ଟୁଛି ଟଙ୍କା

The Sakala Picture
Published On

ଭୁବନେଶ୍ବର : ମମିତାଙ୍କ ପରିବାର ଲୁହକୁ ନେଇ ରାଜନୀତି କରୁଛି ବିଜେପି। ନ୍ୟାୟ ଦେବା ଲାଗି ନାଟକ କରି ଦେଉଛି ମାନସିକ ନିର୍ଯାତନା। ଦଳ ଦଳ ହୋଇ ବିଜେପି ନେତାମାନେ ମମିତାଙ୍କ ଘରକୁ ଯାଇ ତାଙ୍କ ପରିବାରର ମାନସିକ ଶାନ୍ତିକୁ ନଷ୍ଟ କରୁଛନ୍ତିି। ଡାହା ମିଛ କହିବାକୁ ବି ଲଜ୍ଜାବୋଧ କରୁନାହାନ୍ତି ଦଳୀୟ ନେତା। ମମିତା ହତ୍ୟା ମାମଲାକୁ ନେଇ ବିଜେପି କରୁଥିବା ରାଜନୀତି ଓଡ଼ିଶାବାସୀ ବୁଝି ସାରିଲେଣି । ବିଜେପିର ଏହି ମାଇଲେଜ ନେବା ରାଜନୀତିକୁ […]

ଭୁବନେଶ୍ବର : ମମିତାଙ୍କ ପରିବାର ଲୁହକୁ ନେଇ ରାଜନୀତି କରୁଛି ବିଜେପି। ନ୍ୟାୟ ଦେବା ଲାଗି ନାଟକ କରି ଦେଉଛି ମାନସିକ ନିର୍ଯାତନା। ଦଳ ଦଳ ହୋଇ ବିଜେପି ନେତାମାନେ ମମିତାଙ୍କ ଘରକୁ ଯାଇ ତାଙ୍କ ପରିବାରର ମାନସିକ ଶାନ୍ତିକୁ ନଷ୍ଟ କରୁଛନ୍ତିି। ଡାହା ମିଛ କହିବାକୁ ବି ଲଜ୍ଜାବୋଧ କରୁନାହାନ୍ତି ଦଳୀୟ ନେତା। ମମିତା ହତ୍ୟା ମାମଲାକୁ ନେଇ ବିଜେପି କରୁଥିବା ରାଜନୀତି ଓଡ଼ିଶାବାସୀ ବୁଝି ସାରିଲେଣି । ବିଜେପିର ଏହି ମାଇଲେଜ ନେବା ରାଜନୀତିକୁ ପସନ୍ଦ କରୁନାହାନ୍ତି ସାଧାରଣ ଜନତା । ବିକ୍ଷୋଭରେ ଲୋକଙ୍କୁ ଏକାଠି କରିବାକୁ ବିଜେପିକୁ ମିଳୁନାହାନ୍ତି ଲୋକ । ଟଙ୍କା ଦେଇ ଲୋକଙ୍କୁ ବିକ୍ଷୋଭରେ କରୁଛି ସାମିଲ । ବିଜେପିର ଏହି ଟଙ୍କା ବଣ୍ଟା ଧରାପଡ଼ିଛି କ୍ୟାମେରାରେ ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ସୁଦର୍ଶନ ପଟ୍ଟନାୟକଙ୍କ ଅଭିନବ ବାଲୁକା କଳା: ୨୫୦୦ ଦୀପରେ ସଜେଇଲେ ୨୫ ଫୁଟର ପ୍ରତିକୃତି

ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥରେ ବିଜେପି କର୍ମୀ ବିକ୍ଷୋଭ ପାଇଁ ଆଣିଥିବା ଲୋକଙ୍କୁ ଟଙ୍କା ବାଣ୍ଟୁଥିବାର ଭିଡିଓ ହେଉଛି ଭାଇରାଲ ।ବିକ୍ଷୋଭ ପ୍ରଦର୍ଶନ ପାଇଁ ଦଳୀୟ କର୍ମୀ ଯଥେଷ୍ଟ ହେଉ ନଥିବାରୁ ଟଙ୍କା ପାଇସା ଦେଇ ବିଭିନ୍ନ ଲୋକଙ୍କୁ ବିକ୍ଷୋଭରେ ସାମିଲ କରାଉଛି । ବିକ୍ଷୋଭରେ ସାମିଲ ହେଉଥିବା ଲୋକ କେଉଁଥି ପାଇଁ ବିକ୍ଷୋଭ କରାଯାଉଛି, ତାହା ଜାଣନ୍ତି ନାହିଁ । କେବଳ ଟଙ୍କା ପାଇଁ କିଛି ଲୋକ ବିକ୍ଷୋଭରେ ସାମିଲ ହେଉଛନ୍ତି । ବିଜେପିର ଏହି ବିକ୍ଷୋଭ ଓ ମାଇଲେଜ ରାଜନୀତିକୁ ସାଧାରଣରେ ନିନ୍ଦା କରାଯାଇଛି । ମମତା ମାମଲାର ମୁଖ୍ୟ ଅଭିଯୁକ୍ତ ଏବଂ ସହଯୋଗୀ ଗିରଫ ହୋଇ ସାରିଲେଣି । ତଥାପି ବିଜେପିର ଏଭଳି ବିକ୍ଷୋଭ ବେଳେ ଗୁଣ୍ଡାଗର୍ଦ୍ଦି ସମସ୍ତଙ୍କୁ ଚକିତ କରିଛି । ଏପରିକି କିଛି ସ୍ଥାନରେ ବିକ୍ଷୋଭକାରୀମାନେ ଆମ୍ବୁଲାନ୍‌ସକୁ ମଧ୍ୟ ଛା଼ଡୁ ନଥିବା ସମସ୍ତଙ୍କୁ ବ୍ୟଥିତ କରିଛି ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଗୁଜବକୁ ନେଇ ଭୟଭୀତ ହେବାର କାରଣ ନାହିଁ, ସ୍ପଷ୍ଟ କଲେ ଆଇଏମଡି ଡିଜି

ଆଜି ଜଗତସିଂହପୁର ଡ଼ାକବଙ୍ଗଳା ଛକରେ ବିଜେପି ରାସ୍ତାରୋକ କରିଥିଲା । ଏହି ସମୟରେ ପ୍ରମିଳା ସାହୁ ନାମକ ଜଣେ ବୃଦ୍ଧା ଏକ ଅଟୋରେ ମେଡିକାଲ ଯାଉଥିଲେ । ତାଙ୍କ ମୁଣ୍ଡ ବୁଲାଇ ପକାଇବାରୁ ପ୍ରେସକ୍ରିପସନ୍ ଧରି ଯାଉଥିବା ବେଳେ ଡାକବଙ୍ଗଳା ଛକରେ ରାସ୍ତାରୋକ କରୁଥିବା ବିଜେପି କର୍ମୀ ତାଙ୍କ ବାଟ ଓଗାଳି ଥିଲେ । ଜଗତସିଂହପୁର ଜିଲ୍ଲା ବିଜେପି ସଭାପତି ମଧ୍ୟ ଉପସ୍ଥିତ ଥିଲେ । ବୃଦ୍ଧା ଓ ଅଟୋ ଡ୍ରାଇଭର ଯେତେ କାକୁତି ମିନତି ହେଲେ ବି ଏହି ହୃଦୟହୀନ କ୍ଷମତା ଲୋଭି ବିଜେପି ଦଳର ନେତା ଓ କର୍ମୀ ତାଙ୍କ କଥା ଶୁଣି ନଥିଲେ କି ମେଡ଼ିକାଲ ଯିବାକୁ ଦିଆଯାଇ ନଥିଲା । ଶେଷରେ ବାଧ୍ୟ ହୋଇ ଡ୍ରାଇଭର ଅଟୋକୁ ପଛକୁ ହଟାଇ ଥିଲେ ଓ ବୃଦ୍ଧାଙ୍କୁ ଡାକ୍ତରଖାନା ବଦଳରେ ଘରକୁ ଫେରିବାକୁ ପଡ଼ିଥିଲା ।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ୨୫ ଲକ୍ଷ ଟଙ୍କାର ସାଇବର ଠକେଇ: ଗିରଫ ହେଲେ ୩ ଭାଇଭଉଣୀ

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର