ଆଜି ପୁଣି ଓଡ଼ିଶା ଆସିବେ ମମତା: କଟକ ଓ ଭୁବନେଶ୍ୱରରେ ଚିକିତ୍ସାଧୀନ ଆହତଙ୍କୁ ଭେଟିବେ

The Sakala Picture
Published On

ଭୁବନେଶ୍ୱର: ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କଟକ ଓ ଭୁବନେଶ୍ୱରର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଆହତ ରେଳଯାତ୍ରୀଙ୍କୁ ସେ ଭେଟିବେ। ଏ ସମ୍ପର୍କରେ ସେ ନିଜେ ସୂଚନା ଦେଇଛନ୍ତି। ମମତା କହିଛନ୍ତି ଯେ କଟକରେ ପଶ୍ଚିମବଙ୍ଗର ୫୩ ଜଣ ଆହତ ଚିକିତ୍ସାଧୀନ ଅଛନ୍ତି। ଅନ୍ୟାନ୍ୟ ସ୍ଥାନରେ ୨୦୬ ଜଣ ଆହତଙ୍କ ଚିକିତ୍ସା ଚାଲିଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ତଦାରଖ କରିବାକୁ କାଲି କଟକ ଏବଂ ଭୁବନେଶ୍ୱର ସେ ଆସିବେ ବୋଲି କହିଛନ୍ତି। ଏହି […]

ଭୁବନେଶ୍ୱର: ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କଟକ ଓ ଭୁବନେଶ୍ୱରର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଆହତ ରେଳଯାତ୍ରୀଙ୍କୁ ସେ ଭେଟିବେ। ଏ ସମ୍ପର୍କରେ ସେ ନିଜେ ସୂଚନା ଦେଇଛନ୍ତି। ମମତା କହିଛନ୍ତି ଯେ କଟକରେ ପଶ୍ଚିମବଙ୍ଗର ୫୩ ଜଣ ଆହତ ଚିକିତ୍ସାଧୀନ ଅଛନ୍ତି। ଅନ୍ୟାନ୍ୟ ସ୍ଥାନରେ ୨୦୬ ଜଣ ଆହତଙ୍କ ଚିକିତ୍ସା ଚାଲିଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ତଦାରଖ କରିବାକୁ କାଲି କଟକ ଏବଂ ଭୁବନେଶ୍ୱର ସେ ଆସିବେ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

ଏହି ଅବସରରେ ସେ ପଶ୍ଚିମବଙ୍ଗର ମୃତକ ଓ ଆହତଙ୍କ ପାଇଁ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି। ମୃତକଙ୍କ ପରିବାରର ଜଣେ ଲେଖାଏ ବ୍ୟକ୍ତିଙ୍କୁ ସ୍ପେଶାଲ ହୋମଗାର୍ଡ ଚାକିରି ସହିତ ସେମାନଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରାଯିବ ବୋଲି କହିଛନ୍ତି। ସେହିପରି ଯେଉଁମାନେ ଏହି ଦୁର୍ଘଟଣାରେ ସମ୍ପୂର୍ଣ୍ଣ ଅକ୍ଷମ ହୋଇଯାଇଥିବେ ସେମାନଙ୍କ ପରିବାରର ଜଣେ ବ୍ୟକ୍ତିଙ୍କୁ ହୋମଗାର୍ଡ ଚାକିରି ଦିଆଯିବ। ଗୁରୁତର ଆହତଙ୍କୁ ୧ ଲକ୍ଷ ଟଙ୍କା, ଆହତଙ୍କୁ ୫୦ ହଜାର ଓ ସାମାନ୍ୟ ଆହତଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ। ଆହତ ହୋଇ ନ ଥିବା ସତ୍ୱେ ମାନସିକ ଆଘାତ ପାଇଥିବା ଯାତ୍ରୀଙ୍କୁ ୧୦ ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯିବ। ଏହାସହ ସମସ୍ତ ମୃତାହତଙ୍କ ପରିବାରକୁ ୪ ମାସ ଯାଏଁ ମାଗଣା ରାସନ ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

ଅନ୍ୟପକ୍ଷରେ ଦୁର୍ଘଟଣାର ସିବିଆଇ ତଦନ୍ତ ସୁପାରିସକୁ ମମତା ବାନାର୍ଜୀ ନାପସନ୍ଦ କରିଛନ୍ତି। ସେ କହିଛନ୍ତି ଯେ ସିବିଆଇ କ’ଣ ତଦନ୍ତ କରିବ? ସିବିଆଇ କ୍ରିମିନାଲ କେସ୍‌‌ ତଦନ୍ତ କରେ, ଏହା ଏକ ଦୁର୍ଘଟଣା। ମୁଁ ୨୦୧୨ରେ ଜ୍ଞାନେଶ୍ୱରୀ ଏକ୍ସପ୍ରେସ ଦୁର୍ଘଟଣାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲି। ମାତ୍ର ୧୨ ବର୍ଷ ବିତିଲାଣି, ଏଯାବତ ସିବିଆଇ ରିପୋର୍ଟ ଦେଇନି। ତେଣୁ ସିବିଆଇ କ’ଣ ତଦନ୍ତ କରିବ ବୋଲି ସେ ପ୍ରଶ୍ନ କରିଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର