କୁଡୁମୀ ସମାଜ ଓ ମୟୂରଭଞ୍ଜବାସୀଙ୍କୁ ଧୋକ୍କା ଦେଇଛନ୍ତି ମମତା: ବିଜେଡ଼ି

The Sakala Picture
Published On

ଭୁବନେଶ୍ବର: ଆଜି ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ ସାଂସଦ ମମତା ମହାନ୍ତ । ବିଜେପିରେ ଯୋଗାଦେବା ପୂର୍ବରୁ ସେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ । ମମତା ବିଜେପିରେ ସାମିଲ ହେବାକୁ କଟୁ ଭାଷାରେ ସମାଲୋଚନା କରିଛି ବିଜେଡି । ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି, ବ୍ୟକ୍ତିଗତ ସ୍ବାର୍ଥ ସାଧନ ପାଇଁ ମମତା ଇସ୍ତଫା ଦେଇଛନ୍ତି । ମମତା ତାଙ୍କ ଇସ୍ତଫାପତ୍ରରେ ଯାହା କହିଛନ୍ତି ତାହା ନିନ୍ଦନୀୟ । କୁଡୁମୀ ସମାଜ ଓ […]

ଭୁବନେଶ୍ବର: ଆଜି ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ ସାଂସଦ ମମତା ମହାନ୍ତ । ବିଜେପିରେ ଯୋଗାଦେବା ପୂର୍ବରୁ ସେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ । ମମତା ବିଜେପିରେ ସାମିଲ ହେବାକୁ କଟୁ ଭାଷାରେ ସମାଲୋଚନା କରିଛି ବିଜେଡି ।

ଆହୁରି ପଢ଼ନ୍ତୁ: କେନ୍ଦୁଝରରେ ବଜ୍ରପାତ ନେଲା ଦୁଇ ଜଣଙ୍କ ଜୀବନ, ଆନନ୍ଦପୁର ଅଞ୍ଚଳରେ ଶୋକର ଛାୟା

ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି, ବ୍ୟକ୍ତିଗତ ସ୍ବାର୍ଥ ସାଧନ ପାଇଁ ମମତା ଇସ୍ତଫା ଦେଇଛନ୍ତି । ମମତା ତାଙ୍କ ଇସ୍ତଫାପତ୍ରରେ ଯାହା କହିଛନ୍ତି ତାହା ନିନ୍ଦନୀୟ । କୁଡୁମୀ ସମାଜ ଓ ମୟୂରଭଞ୍ଜବାସୀଙ୍କୁ ଧୋକ୍କା ଦେଇଛନ୍ତି ମମତା । ମୟୂରଭଞ୍ଜବାସୀ ଏହାର ଜବାବ ମମତାଙ୍କୁ ଦେବେ ।

ଆହୁରି ପଢ଼ନ୍ତୁ: UPI ପ୍ରସଙ୍ଗରେ ନବୀନଙ୍କ ବଡ଼ ବୟାନ: 'ସାଧାରଣ ଲୋକ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ସ୍ୱାର୍ଥ ସୁରକ୍ଷିତ ରହିବା ଦରକାର'

ଦଳ ପକ୍ଷରୁ ଆହୁରି କୁହାଯାଇଛି, ବିନାଶମୁଖି ରାସ୍ତା ଆପଣାଇଛି ବିଜେପି । ବିଜେପି ପ୍ରଲୋଭନର ଶିକାର ହୋଇଛନ୍ତି ମମତା । ସେ ଲୁଚିଛପି ବିଜେପି ପାଇଁ କାମ କରୁଥିଲେ ।

ଆହୁରି ପଢ଼ନ୍ତୁ: ଏକାମ୍ର ରେସିଡେନ୍ସି ପ୍ରକଳ୍ପରେ ୪୯୬ଟି ଫ୍ଲାଟ୍ ପାଇଁ ଅନଲାଇନ୍ ଆବେଦନ ଆରମ୍ଭ କଲା ବିଡିଏ

ସୂଚନାଯୋଗ୍ୟ, ମମତା ମହାନ୍ତ ବିଜେଡି ଟିକେଟରେ ରାଜ୍ୟସଭାକୁ ଯାଇଥିଲେ । ଗତକାଲି ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ ମମତା । ତାଙ୍କ ଇସ୍ତଫା ପରେ ପ୍ରତିକ୍ରିୟା ରଖିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସେ କହିଥିଲେ, ମମତାଙ୍କ ଇସ୍ତଫା ଏକ ଜାତୀୟ ଦଳର ଚକ୍ରାନ୍ତ । ଜାତୀୟ ଦଳର ସଭାପତିଙ୍କୁ ରାଜ୍ୟସଭା ପଠାଇବାକୁ ଚକ୍ରାନ୍ତ କରାଯାଉଛି । ଆଜି ମମତାଙ୍କ ଇସ୍ତଫାକୁ ନେଇ ପ୍ରମିଳାଙ୍କ ଆକଳନ ସତ ପ୍ରମାଣିତ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର