ଶିକ୍ଷାର ଆଲୋକବର୍ତ୍ତିକା ‘ଯମୁନା’: ଶଶୁର ଘର ପାଲଟିଛି ଚାଟଶାଳୀ, ପାଠ ଛାଡ଼ି ବୁଲୁଥିବା ପିଲାମାନଙ୍କୁ ଘରକୁ ଆଣି ପଢ଼଼ାଉଛନ୍ତି….

The Sakala Picture
Published On

ଭୁବନେଶ୍ୱର: କରୋନା ପାଇଁ ସ୍କୁଲ ବନ୍ଦ। ଅପହଞ୍ଚ ଅଞ୍ଚଳରେ ପାଠପଢ଼଼ା ଭାରି ପ୍ରଭାବିତ ହୋଇଛି। ନେଟୱର୍କ ନାହିଁ, ଅନଲାଇନ କ୍ଲାସର ସ୍ଥିତି ଭାରି ଉଦ୍‍ବେଗଜନକ। ପ୍ରାଥମିକ ଶ୍ରେଣୀରେ ପଢ଼ୁଥିବା ପିଲାଙ୍କ ପାଇଁ ବିଶେଷ କିଛି ବ୍ୟବସ୍ଥା ହୋଇପାରିନି। ଏମିତି ସ୍ଥିତିରେ ମାଲକାନଗିରି ଜିଲ୍ଲା କାଳିମେଳା ବ୍ଲକ ପରଜାଗୁଡ଼ା ଗାଁର ଯମୁନା ପୋଡ଼ିଆମୀ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି। ପାଠ ଛାଡ଼ି ବୁଲୁଥିବା ପିଲାମାନଙ୍କୁ ଘରକୁ ଆଣି ପଢ଼଼ାଉଛନ୍ତି। ଶଶୂର ଘରେ ଖୋଲିଥିବା ଚାଟଶାଳୀରେ ଏବେ ୩୫ ପିଲା। […]

ଭୁବନେଶ୍ୱର: କରୋନା ପାଇଁ ସ୍କୁଲ ବନ୍ଦ। ଅପହଞ୍ଚ ଅଞ୍ଚଳରେ ପାଠପଢ଼଼ା ଭାରି ପ୍ରଭାବିତ ହୋଇଛି। ନେଟୱର୍କ ନାହିଁ, ଅନଲାଇନ କ୍ଲାସର ସ୍ଥିତି ଭାରି ଉଦ୍‍ବେଗଜନକ। ପ୍ରାଥମିକ ଶ୍ରେଣୀରେ ପଢ଼ୁଥିବା ପିଲାଙ୍କ ପାଇଁ ବିଶେଷ କିଛି ବ୍ୟବସ୍ଥା ହୋଇପାରିନି। ଏମିତି ସ୍ଥିତିରେ ମାଲକାନଗିରି ଜିଲ୍ଲା କାଳିମେଳା ବ୍ଲକ ପରଜାଗୁଡ଼ା ଗାଁର ଯମୁନା ପୋଡ଼ିଆମୀ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି। ପାଠ ଛାଡ଼ି ବୁଲୁଥିବା ପିଲାମାନଙ୍କୁ ଘରକୁ ଆଣି ପଢ଼଼ାଉଛନ୍ତି। ଶଶୂର ଘରେ ଖୋଲିଥିବା ଚାଟଶାଳୀରେ ଏବେ ୩୫ ପିଲା। ପଢ଼଼ାଇବା ପାଇଁ ସେ ଟଙ୍କାଟିଏ ବି ନେଉନାହାନ୍ତି।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ଯମୁନା କରୋନା କାଳରେ +୨ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ବୟସ ମାତ୍ର ୧୯, ଆଉ ବାହାଘର ବି ସରିଯାଇଛି। ହେଲେ ନିଜର ପାଠପଢ଼଼ାକୁ ସେ ବେକାର ହେବାକୁ ନ ଦେଇ ଏମିତି ଏକ ମହତ କାମରେ ଲାଗିଛନ୍ତି। ପ୍ରଥମରୁ ଷଷ୍ଠ ଶ୍ରେଣୀର ୩୫ ଜଣ ପିଲାଙ୍କୁ ୨୦୨୦ ମସିହା ଜାନୁଆରୀ ମାସରୁ ପଢ଼଼ାଇ ଆସୁଛନ୍ତି। ମୋ ଚାଟଶାଳୀ କରି ସେ ପ୍ରତିଦିନ ଏହି ପିଲାମାନଙ୍କୁ ପଢ଼଼ାଉଛନ୍ତି। ପ୍ରତିଦିନ ସକାଳ ଓ ସଂଧ୍ୟାରେ ୬ଟାରୁ ୯ଟା ଯାଏଁ ସେ ଏହି ପିଲାମାନଙ୍କୁ ପଢ଼଼ାଉଛନ୍ତି। କରୋନା କଟକଣା ଅନୁଯାୟୀ ଅଳ୍ପ ସଂଖ୍ୟକ ପିଲାଙ୍କୁ ବସାଇବାର ବନ୍ଦୋବସ୍ତ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ଗାଁ ସ୍କୁଲ ବନ୍ଦ ହେବା ପରେ ଏହି ପିଲାମାନେ ସାଧାରଣତଃ ଛେଳି ଓ ଗୋରୁ ଆଦି ଗୃହପାଳିତ ପଶୁ ଚରାଇବା ପାଇଁ ବଣ ଜଙ୍ଗଲକୁ ଯାଉଥିଲେ। ବାପା ମା’ଙ୍କୁ ଘରକାମରେ ସହଯୋଗ କରୁଥିଲେ। ହେଲେ ଏହା ଦ୍ୱାରା ସେମାନେ ପାଠପଢ଼଼ାରୁ ବିମୁଖ ହେଉଥିଲେ। ସେମାନଙ୍କ ବାପାମାଆମାନଙ୍କୁ ବହୁ ବୁଝାସୁଝା କରିବା ପରେ ସେମାନେ ପିଲାଙ୍କୁ ପାଠପଢ଼଼ା ପାଇଁ ଛାଡ଼ିଥିଲେ। ଯମୁନା କହନ୍ତି, ଯେହେତୁ ମୁଁ ପାଠ ପଢ଼଼ିଥିଲି ତେଣୁ ପାଠର ମହତ୍ତ୍ୱ ଜାଣିଛି। ମୁଁ ଚାହୁଁ ଥିଲି ମୋ ଅଞ୍ଚଳର ପିଲା ଅନ୍ତତଃପକ୍ଷେ ସର୍ବନିମ୍ନ ଶିକ୍ଷା ଆହରଣ କରନ୍ତୁ। ଶିକ୍ଷାର ମହତ୍ତ୍ୱ ବୁଝନ୍ତୁ। ତାଙ୍କର ଏହି ପ୍ରୟାସରେ ତାଙ୍କ ସ୍ୱାମୀ ଓ ଶଶୁର ଘର ଲୋକେ ତାଙ୍କୁ ସହଯୋଗକରୁଥିବା ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

23 Jan 2022 By The Sakala

ଶିକ୍ଷାର ଆଲୋକବର୍ତ୍ତିକା ‘ଯମୁନା’: ଶଶୁର ଘର ପାଲଟିଛି ଚାଟଶାଳୀ, ପାଠ ଛାଡ଼ି ବୁଲୁଥିବା ପିଲାମାନଙ୍କୁ ଘରକୁ ଆଣି ପଢ଼଼ାଉଛନ୍ତି….

ଭୁବନେଶ୍ୱର: କରୋନା ପାଇଁ ସ୍କୁଲ ବନ୍ଦ। ଅପହଞ୍ଚ ଅଞ୍ଚଳରେ ପାଠପଢ଼଼ା ଭାରି ପ୍ରଭାବିତ ହୋଇଛି। ନେଟୱର୍କ ନାହିଁ, ଅନଲାଇନ କ୍ଲାସର ସ୍ଥିତି ଭାରି ଉଦ୍‍ବେଗଜନକ। ପ୍ରାଥମିକ ଶ୍ରେଣୀରେ ପଢ଼ୁଥିବା ପିଲାଙ୍କ ପାଇଁ ବିଶେଷ କିଛି ବ୍ୟବସ୍ଥା ହୋଇପାରିନି। ଏମିତି ସ୍ଥିତିରେ ମାଲକାନଗିରି ଜିଲ୍ଲା କାଳିମେଳା ବ୍ଲକ ପରଜାଗୁଡ଼ା ଗାଁର ଯମୁନା ପୋଡ଼ିଆମୀ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି। ପାଠ ଛାଡ଼ି ବୁଲୁଥିବା ପିଲାମାନଙ୍କୁ ଘରକୁ ଆଣି ପଢ଼଼ାଉଛନ୍ତି। ଶଶୂର ଘରେ ଖୋଲିଥିବା ଚାଟଶାଳୀରେ ଏବେ ୩୫ ପିଲା। ପଢ଼଼ାଇବା ପାଇଁ ସେ ଟଙ୍କାଟିଏ ବି ନେଉନାହାନ୍ତି।

ଯମୁନା କରୋନା କାଳରେ +୨ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ବୟସ ମାତ୍ର ୧୯, ଆଉ ବାହାଘର ବି ସରିଯାଇଛି। ହେଲେ ନିଜର ପାଠପଢ଼଼ାକୁ ସେ ବେକାର ହେବାକୁ ନ ଦେଇ ଏମିତି ଏକ ମହତ କାମରେ ଲାଗିଛନ୍ତି। ପ୍ରଥମରୁ ଷଷ୍ଠ ଶ୍ରେଣୀର ୩୫ ଜଣ ପିଲାଙ୍କୁ ୨୦୨୦ ମସିହା ଜାନୁଆରୀ ମାସରୁ ପଢ଼଼ାଇ ଆସୁଛନ୍ତି। ମୋ ଚାଟଶାଳୀ କରି ସେ ପ୍ରତିଦିନ ଏହି ପିଲାମାନଙ୍କୁ ପଢ଼଼ାଉଛନ୍ତି। ପ୍ରତିଦିନ ସକାଳ ଓ ସଂଧ୍ୟାରେ ୬ଟାରୁ ୯ଟା ଯାଏଁ ସେ ଏହି ପିଲାମାନଙ୍କୁ ପଢ଼଼ାଉଛନ୍ତି। କରୋନା କଟକଣା ଅନୁଯାୟୀ ଅଳ୍ପ ସଂଖ୍ୟକ ପିଲାଙ୍କୁ ବସାଇବାର ବନ୍ଦୋବସ୍ତ କରୁଛନ୍ତି।

ଗାଁ ସ୍କୁଲ ବନ୍ଦ ହେବା ପରେ ଏହି ପିଲାମାନେ ସାଧାରଣତଃ ଛେଳି ଓ ଗୋରୁ ଆଦି ଗୃହପାଳିତ ପଶୁ ଚରାଇବା ପାଇଁ ବଣ ଜଙ୍ଗଲକୁ ଯାଉଥିଲେ। ବାପା ମା’ଙ୍କୁ ଘରକାମରେ ସହଯୋଗ କରୁଥିଲେ। ହେଲେ ଏହା ଦ୍ୱାରା ସେମାନେ ପାଠପଢ଼଼ାରୁ ବିମୁଖ ହେଉଥିଲେ। ସେମାନଙ୍କ ବାପାମାଆମାନଙ୍କୁ ବହୁ ବୁଝାସୁଝା କରିବା ପରେ ସେମାନେ ପିଲାଙ୍କୁ ପାଠପଢ଼଼ା ପାଇଁ ଛାଡ଼ିଥିଲେ। ଯମୁନା କହନ୍ତି, ଯେହେତୁ ମୁଁ ପାଠ ପଢ଼଼ିଥିଲି ତେଣୁ ପାଠର ମହତ୍ତ୍ୱ ଜାଣିଛି। ମୁଁ ଚାହୁଁ ଥିଲି ମୋ ଅଞ୍ଚଳର ପିଲା ଅନ୍ତତଃପକ୍ଷେ ସର୍ବନିମ୍ନ ଶିକ୍ଷା ଆହରଣ କରନ୍ତୁ। ଶିକ୍ଷାର ମହତ୍ତ୍ୱ ବୁଝନ୍ତୁ। ତାଙ୍କର ଏହି ପ୍ରୟାସରେ ତାଙ୍କ ସ୍ୱାମୀ ଓ ଶଶୁର ଘର ଲୋକେ ତାଙ୍କୁ ସହଯୋଗକରୁଥିବା ସେ କହିଛନ୍ତି।

https://www.thesakala.in/latest-odisha-news/malkangiri/yamuna-is-teaching-free-for-tribal-children/article-8676
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର