ଭାରସାମ୍ୟ ହରାଇ ଓଲଟିଲା ପିକ୍‌ଅପ୍‌ ଭ୍ୟାନ; ୨ ମୃତ, ୪ ଆହତ

The Sakala Picture
Published On

ମାଲକାନଗିରି: ମାଲକାନଗିରି ଜିଲ୍ଲା ବଦଲିଗୁଡା ଗାଁ ନିକଟରେ ଏକ ପିକ୍ ଅପ୍ ଭ୍ୟାନ ଭାରସାମ୍ୟ ହରାଇବାରୁ ଦୁର୍ଘଟଣା ଗ୍ରସ୍ତ ହୋଇଛି, ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଗୁରୁତର ହୋଇଛନ୍ତି । ସମସ୍ତ ମୃତାହତ ଏମ୍ପିଭି-୨୯ ଗାଁର ବୋଲି ଜଣାପଡିଛି । କେନ୍ଦୁପତ୍ର ବିକ୍ରି କରି ସମସ୍ତେ ଗାଁକୁ ଫେରୁଥିଲେ । ଆହତ ୪ ଜଣଙ୍କୁ କାଲିମେଳା ମେଡିକାଲରେ ଭର୍ତ୍ତି କରାଯାଇଛି। ହେଲେ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ମାଲକାନଗିରି […]

ମାଲକାନଗିରି: ମାଲକାନଗିରି ଜିଲ୍ଲା ବଦଲିଗୁଡା ଗାଁ ନିକଟରେ ଏକ ପିକ୍ ଅପ୍ ଭ୍ୟାନ ଭାରସାମ୍ୟ ହରାଇବାରୁ ଦୁର୍ଘଟଣା ଗ୍ରସ୍ତ ହୋଇଛି, ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଗୁରୁତର ହୋଇଛନ୍ତି । ସମସ୍ତ ମୃତାହତ ଏମ୍ପିଭି-୨୯ ଗାଁର ବୋଲି ଜଣାପଡିଛି । କେନ୍ଦୁପତ୍ର ବିକ୍ରି କରି ସମସ୍ତେ ଗାଁକୁ ଫେରୁଥିଲେ । ଆହତ ୪ ଜଣଙ୍କୁ କାଲିମେଳା ମେଡିକାଲରେ ଭର୍ତ୍ତି କରାଯାଇଛି। ହେଲେ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ମାଲକାନଗିରି ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ସୂଚନା ଅନୁସାରେ, ଆଜି ଦ୍ବିପହରରେ ଏମପିଭି ୨୯ ଗ୍ରାମର ୭ ଜଣ କେନ୍ଦୁପତ୍ର ତୋଳିବା ପରେ ଭେଜଙ୍ଗଵାଡା ଫଡିରେ ବିକ୍ରି କରିବା ପାଇଁ ଯାଇଥିଲେ। ସେଠାରେ କେନ୍ଦୁପତ୍ର ବିକ୍ରି କରି ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଏକ ମଟର ସାଇକେଲକୁ ସାଇଡ ଦେଉଥିବା ସମୟରେ ଭାରସାମ୍ୟ ହରାଇ ପିକଅପ ଭ୍ୟାନଟି ଓଲଟି ପଡିବାରୁ ଦୁର୍ଘଟଣା ଘଟିଥିଲା । ପିକ୍‌ଅପ୍‌ ଭ୍ୟାନ୍‌ରେ ଡ୍ରାଇଭରଙ୍କୁ ମିଶାଇ ମୋଟ ୮ ଜଣ ଥିଲେ।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର