ଦିବ୍ୟାଙ୍ଗ ମୀନକେତନଙ୍କ ଗୁହାରି ଶୁଣିଲେ ପ୍ରଶାସନ, ଚିକିତ୍ସା ପାଇଁ ମିଳିଲା ସରକାରୀ ସହାୟତା

The Sakala Picture
Published On

ମାଲକାନଗିରି: ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ସ୍ଥିତ ଗୁଣ୍ଡୁରିଗୁଡା ଗ୍ରାମର ମୀନକେତନ ସାହୁଙ୍କ ଦିବ୍ୟାଙ୍ଗ ପୁତ୍ର ବିଶ୍ୱଜିତ ସାହୁଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଥିଲା ବାଧକ । ବିଶ୍ବଜିତ ଦିବ୍ୟାଙ୍ଗ ହୋଇଥିବାରୁ ସେ ନାନାସମସ୍ୟାର ସହ କାଳତିପାତ କରୁଥିବା ବେଳେ ତାଙ୍କର ତଥା ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ତାଙ୍କ ଚିକିତ୍ସା ହୋଇ ପାରୁ ନ ଥିଲା । ତେବେ ଏନେଇ ସେ ପ୍ରଶାସନ ନିକଟରେ ନିଜର ଚିକିତ୍ସା କରାଇବା ପାଇଁ ସରକାରୀ ସହାୟତା ଯୋଗାଇ […]

ମାଲକାନଗିରି: ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ସ୍ଥିତ ଗୁଣ୍ଡୁରିଗୁଡା ଗ୍ରାମର ମୀନକେତନ ସାହୁଙ୍କ ଦିବ୍ୟାଙ୍ଗ ପୁତ୍ର ବିଶ୍ୱଜିତ ସାହୁଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଥିଲା ବାଧକ । ବିଶ୍ବଜିତ ଦିବ୍ୟାଙ୍ଗ ହୋଇଥିବାରୁ ସେ ନାନାସମସ୍ୟାର ସହ କାଳତିପାତ କରୁଥିବା ବେଳେ ତାଙ୍କର ତଥା ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ତାଙ୍କ ଚିକିତ୍ସା ହୋଇ ପାରୁ ନ ଥିଲା । ତେବେ ଏନେଇ ସେ ପ୍ରଶାସନ ନିକଟରେ ନିଜର ଚିକିତ୍ସା କରାଇବା ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଥିବା ବେଳେ ଆଜି କୁଡୁମୁଲୁଗୁମ୍ମା ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ସନ୍ତୋଷ କୁମାର ଷଡଙ୍ଗି ଓ ଅନ୍ୟ କର୍ମଚାରୀ ମାନେ ବିଶ୍ୱଜିତଙ୍କ ନିକଟରେ ପହଞ୍ଚି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ଏହାପରେ ଉପରୋକ୍ତ ବିଷୟର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଶ୍ରୀ ଷଢଙ୍ଗି ଅବଗତ କରାଇବା ସହ ଗାଡି ମାଧ୍ୟମରେ ବିଶ୍ଵଜିତଙ୍କ ଉଚ୍ଚ ଚିକିତ୍ସା ନିମନ୍ତେ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଇଥିଲେ । ପୁଅର ଭଲ ଚିକିତ୍ସା ପାଇଁ ସରକାରୀ ସହାୟତା ମିଳିଥିବାରୁ ନୂତନ ଆଶା ବାନ୍ଧିବା ସହ ପିତା ମୀନକେତନ ଖୁସି ଜାହିର କରିଛନ୍ତି । ଉତ୍ତମ ଚିକିତ୍ସା କରାଗଲେ ଦିବ୍ୟାଙ୍ଗ ବିଶ୍ବଜିତ ଅନ୍ୟ ମାନଙ୍କ ଭଳି ସାଧାରଣ ଜୀବନଯାପନ କରିପାରିବେ ବୋଲି ନୂଆ ଆଶା ସଞ୍ଚାର ହୋଇଛି ।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ; କହିଲେ, ବିଜେପି ସରକାରରେ ନେତୃତ୍ୱ ସଙ୍କଟ, ବଢୁଛି ନାରୀ ନିର୍ଯାତନା

ଆହୁରି ପଢ଼ନ୍ତୁ: କାଶୀପୁରରେ ଛତୁ ଚାଷ ଜରିଆରେ ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ

11 Aug 2021 By The Sakala

ଦିବ୍ୟାଙ୍ଗ ମୀନକେତନଙ୍କ ଗୁହାରି ଶୁଣିଲେ ପ୍ରଶାସନ, ଚିକିତ୍ସା ପାଇଁ ମିଳିଲା ସରକାରୀ ସହାୟତା

ମାଲକାନଗିରି: ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ସ୍ଥିତ ଗୁଣ୍ଡୁରିଗୁଡା ଗ୍ରାମର ମୀନକେତନ ସାହୁଙ୍କ ଦିବ୍ୟାଙ୍ଗ ପୁତ୍ର ବିଶ୍ୱଜିତ ସାହୁଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଥିଲା ବାଧକ । ବିଶ୍ବଜିତ ଦିବ୍ୟାଙ୍ଗ ହୋଇଥିବାରୁ ସେ ନାନାସମସ୍ୟାର ସହ କାଳତିପାତ କରୁଥିବା ବେଳେ ତାଙ୍କର ତଥା ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ତାଙ୍କ ଚିକିତ୍ସା ହୋଇ ପାରୁ ନ ଥିଲା । ତେବେ ଏନେଇ ସେ ପ୍ରଶାସନ ନିକଟରେ ନିଜର ଚିକିତ୍ସା କରାଇବା ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଥିବା ବେଳେ ଆଜି କୁଡୁମୁଲୁଗୁମ୍ମା ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ସନ୍ତୋଷ କୁମାର ଷଡଙ୍ଗି ଓ ଅନ୍ୟ କର୍ମଚାରୀ ମାନେ ବିଶ୍ୱଜିତଙ୍କ ନିକଟରେ ପହଞ୍ଚି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ଏହାପରେ ଉପରୋକ୍ତ ବିଷୟର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଶ୍ରୀ ଷଢଙ୍ଗି ଅବଗତ କରାଇବା ସହ ଗାଡି ମାଧ୍ୟମରେ ବିଶ୍ଵଜିତଙ୍କ ଉଚ୍ଚ ଚିକିତ୍ସା ନିମନ୍ତେ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଇଥିଲେ । ପୁଅର ଭଲ ଚିକିତ୍ସା ପାଇଁ ସରକାରୀ ସହାୟତା ମିଳିଥିବାରୁ ନୂତନ ଆଶା ବାନ୍ଧିବା ସହ ପିତା ମୀନକେତନ ଖୁସି ଜାହିର କରିଛନ୍ତି । ଉତ୍ତମ ଚିକିତ୍ସା କରାଗଲେ ଦିବ୍ୟାଙ୍ଗ ବିଶ୍ବଜିତ ଅନ୍ୟ ମାନଙ୍କ ଭଳି ସାଧାରଣ ଜୀବନଯାପନ କରିପାରିବେ ବୋଲି ନୂଆ ଆଶା ସଞ୍ଚାର ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର