ନ୍ୟାୟ ଅପେକ୍ଷାରେ ୨ ବର୍ଷ ହେଲା ସାଇତି ରଖାଯାଇଛି ଶବ

The Sakala Picture
Published On

ମାଲକାନଗିରି: ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲା କିରନଦୁଲ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ମୃତଦେହକୁ ଦୁଇବର୍ଷ ଧରି ଗାଁରେ ସାଇତି ରଖାଯାଇଛି। କଥାଟି ଆଶ୍ଚର୍ଯ ଲାଗୁଥିଲେ ମଧ୍ୟ ସତ୍ୟ । ମୃତବ୍ୟକ୍ତି ଜଣକ ହେଉଛନ୍ତି କିରନଦୁଲ ଗ୍ରାମର ବଦରୁ ମାଡ଼ବି, ସେ ନ୍ୟାୟ ପାଇବେ ବୋଲି ଅପେକ୍ଷାକରି ଗ୍ରାମବାସୀ ଓ ପରିବାର ଲୋକେ ଏଭଳି ଶବକୁ ଦୁଇବର୍ଷ ହେବ ସାଇତି ରଖିଛନ୍ତି। ମୃତ ବଦରୁଙ୍କ ମୁଣ୍ଡରୁ ମାଓବାଦୀ ହେବାର ଦାଗ ଦୂରକରିବା ଲାଗି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ବଦରୁଙ୍କ […]

ମାଲକାନଗିରି: ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲା କିରନଦୁଲ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ମୃତଦେହକୁ ଦୁଇବର୍ଷ ଧରି ଗାଁରେ ସାଇତି ରଖାଯାଇଛି। କଥାଟି ଆଶ୍ଚର୍ଯ ଲାଗୁଥିଲେ ମଧ୍ୟ ସତ୍ୟ । ମୃତବ୍ୟକ୍ତି ଜଣକ ହେଉଛନ୍ତି କିରନଦୁଲ ଗ୍ରାମର ବଦରୁ ମାଡ଼ବି, ସେ ନ୍ୟାୟ ପାଇବେ ବୋଲି ଅପେକ୍ଷାକରି ଗ୍ରାମବାସୀ ଓ ପରିବାର ଲୋକେ ଏଭଳି ଶବକୁ ଦୁଇବର୍ଷ ହେବ ସାଇତି ରଖିଛନ୍ତି। ମୃତ ବଦରୁଙ୍କ ମୁଣ୍ଡରୁ ମାଓବାଦୀ ହେବାର ଦାଗ ଦୂରକରିବା ଲାଗି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଆହୁରି ପଢ଼ନ୍ତୁ: ବ୍ୟାଙ୍କ୍‌କୁ ଜମା ପାଇଁ ଗଲା ବେଳେ ୨ଟି ବାଇକ୍‌ରେ ଆସି ୨ ଲକ୍ଷ ଝାମ୍ପିନେଲେ ଲୁଟେରା

ବଦରୁଙ୍କ ପରିବାର ଲୋକେ କହିଛନ୍ତି ଯେ, ସୁରକ୍ଷା ବାହିନୀ ତାଙ୍କୁ ବାଓବାଦୀ ବୋଲି କହି ହତ୍ୟା କରିଥିଲେ। ସୂଚନା ଅନୁଯାୟୀ ୧୯ ମାର୍ଚ୍ଚ ୨୦୨୦ରେ ଗଙ୍ଗାଲୁରୁ ଜଙ୍ଗଲରେ ପୁଲିସ- ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ତେବେ ଏହି ଗୁଳି ବିନିମୟରେ ୨ ଲକ୍ଷ ଇନାମୀ କୁଖ୍ୟାତ ମାଓବାଦୀ ବଦରୁ ମାଡ଼ବି ନିହତ ହୋଇଥିବା ଯବାନଙ୍କ ପକ୍ଷରୁ କୁହାଯାଇଥିଲା। ତେବେ ଏହି ରିପୋର୍ଟକୁ ଖଣ୍ଡନ କରିଛନ୍ତି ବଦରୁଙ୍କ ପରିବାର ଲୋକେ। ବଦରୁଙ୍କୁ ଯବାନମାନେ ମାରିବା ସମୟରେ ତାଙ୍କ ସାନଭାଇ ସାନୁ ତାଙ୍କ ନିକଟରେ ଥିଲେ। ସେ କହିଛନ୍ତି ଯେ, ବଦରୁ ଏବଂ ସେ ମହୁଲ ଫୁଲ ତୋଳିବା ବେଳେ ପ୍ରଥମେ ଯବାନମାନେ ଘେରିଯାଇ ବିନା କାରଣରେ ବଦରୁଙ୍କୁ ଗୁଳିକରି ହତ୍ୟା କରିଥିଲେ। ଏହାପରେ ସାନୁ ସେଠାରୁ ଖସି ଦୌଡ଼ି ପଳାଇଥିଲେ । ତେବେ ଏହାପରେ ପରିବାର ଲୋକେ ବଦରୁଙ୍କୁ ନ୍ୟାୟ ଦେବା ପାଇଁ ତାଙ୍କ ଶବକୁ ବିଭିନ୍ନ ଜଡ଼ିବୁଟି , ତେଲ ଓ ଲୁଣର ପ୍ରଲେପ ଦେଇ ଏକ ଗର୍ତ୍ତ ଖୋଳି ସୁରକ୍ଷିତ ରଖିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ବଦରୁ କେବେ ବି ମାଓ ସଙ୍ଗଠନରେ କାର୍ଯ୍ୟ କରିନାହିଁ। ତାକୁ ବିନା କାରଣରେ ମାରିଦିଆଯାଇଛି । ତେବେ ନ୍ୟାୟ ନ ପାଇବା ଯାଏଁ ତାଙ୍କ ମରଶରୀରକୁ ଏଭଳି ରୂପେ ସାଇତି ରଖିବୁ ବୋଲି ଗ୍ରାମବାସୀ ଓ ପରିବାର ଲୋକେ ପ୍ରକାଶ କରିଛନ୍ତି । ତେବେ ଏହି ମାମଲାର ଉଚ୍ଚସ୍ତରୀୟ ତଦନ୍ତ କରି ବଦରୁକୁ ନ୍ୟାୟ ଦେବାକୁ ଗ୍ରାମବାସୀ ଦାବି କରିଥିବା ବେଳେ ବଦରୁଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ପଦୁଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି। ପରିବାର ଲୋକଙ୍କ କହିବା ଅନୁଯାୟୀ ବଦରୁ ହତ୍ୟାକାଣ୍ଡ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ତାଙ୍କ ମରଶରୀରର ଆବଶ୍ୟକତା ହୋଇପାରେ। ତେଣୁ ସେମାନେ ତାଙ୍କ ଶବକୁ ସାଇତି ରଖିବା ସହ ତାଙ୍କୁ ନ୍ୟାୟ ଦେବା ପାଇଁ ପ୍ରଶାସନ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

04 Mar 2022 By The Sakala

ନ୍ୟାୟ ଅପେକ୍ଷାରେ ୨ ବର୍ଷ ହେଲା ସାଇତି ରଖାଯାଇଛି ଶବ

ମାଲକାନଗିରି: ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲା କିରନଦୁଲ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ମୃତଦେହକୁ ଦୁଇବର୍ଷ ଧରି ଗାଁରେ ସାଇତି ରଖାଯାଇଛି। କଥାଟି ଆଶ୍ଚର୍ଯ ଲାଗୁଥିଲେ ମଧ୍ୟ ସତ୍ୟ । ମୃତବ୍ୟକ୍ତି ଜଣକ ହେଉଛନ୍ତି କିରନଦୁଲ ଗ୍ରାମର ବଦରୁ ମାଡ଼ବି, ସେ ନ୍ୟାୟ ପାଇବେ ବୋଲି ଅପେକ୍ଷାକରି ଗ୍ରାମବାସୀ ଓ ପରିବାର ଲୋକେ ଏଭଳି ଶବକୁ ଦୁଇବର୍ଷ ହେବ ସାଇତି ରଖିଛନ୍ତି। ମୃତ ବଦରୁଙ୍କ ମୁଣ୍ଡରୁ ମାଓବାଦୀ ହେବାର ଦାଗ ଦୂରକରିବା ଲାଗି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ବଦରୁଙ୍କ ପରିବାର ଲୋକେ କହିଛନ୍ତି ଯେ, ସୁରକ୍ଷା ବାହିନୀ ତାଙ୍କୁ ବାଓବାଦୀ ବୋଲି କହି ହତ୍ୟା କରିଥିଲେ। ସୂଚନା ଅନୁଯାୟୀ ୧୯ ମାର୍ଚ୍ଚ ୨୦୨୦ରେ ଗଙ୍ଗାଲୁରୁ ଜଙ୍ଗଲରେ ପୁଲିସ- ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ତେବେ ଏହି ଗୁଳି ବିନିମୟରେ ୨ ଲକ୍ଷ ଇନାମୀ କୁଖ୍ୟାତ ମାଓବାଦୀ ବଦରୁ ମାଡ଼ବି ନିହତ ହୋଇଥିବା ଯବାନଙ୍କ ପକ୍ଷରୁ କୁହାଯାଇଥିଲା। ତେବେ ଏହି ରିପୋର୍ଟକୁ ଖଣ୍ଡନ କରିଛନ୍ତି ବଦରୁଙ୍କ ପରିବାର ଲୋକେ। ବଦରୁଙ୍କୁ ଯବାନମାନେ ମାରିବା ସମୟରେ ତାଙ୍କ ସାନଭାଇ ସାନୁ ତାଙ୍କ ନିକଟରେ ଥିଲେ। ସେ କହିଛନ୍ତି ଯେ, ବଦରୁ ଏବଂ ସେ ମହୁଲ ଫୁଲ ତୋଳିବା ବେଳେ ପ୍ରଥମେ ଯବାନମାନେ ଘେରିଯାଇ ବିନା କାରଣରେ ବଦରୁଙ୍କୁ ଗୁଳିକରି ହତ୍ୟା କରିଥିଲେ। ଏହାପରେ ସାନୁ ସେଠାରୁ ଖସି ଦୌଡ଼ି ପଳାଇଥିଲେ । ତେବେ ଏହାପରେ ପରିବାର ଲୋକେ ବଦରୁଙ୍କୁ ନ୍ୟାୟ ଦେବା ପାଇଁ ତାଙ୍କ ଶବକୁ ବିଭିନ୍ନ ଜଡ଼ିବୁଟି , ତେଲ ଓ ଲୁଣର ପ୍ରଲେପ ଦେଇ ଏକ ଗର୍ତ୍ତ ଖୋଳି ସୁରକ୍ଷିତ ରଖିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ବଦରୁ କେବେ ବି ମାଓ ସଙ୍ଗଠନରେ କାର୍ଯ୍ୟ କରିନାହିଁ। ତାକୁ ବିନା କାରଣରେ ମାରିଦିଆଯାଇଛି । ତେବେ ନ୍ୟାୟ ନ ପାଇବା ଯାଏଁ ତାଙ୍କ ମରଶରୀରକୁ ଏଭଳି ରୂପେ ସାଇତି ରଖିବୁ ବୋଲି ଗ୍ରାମବାସୀ ଓ ପରିବାର ଲୋକେ ପ୍ରକାଶ କରିଛନ୍ତି । ତେବେ ଏହି ମାମଲାର ଉଚ୍ଚସ୍ତରୀୟ ତଦନ୍ତ କରି ବଦରୁକୁ ନ୍ୟାୟ ଦେବାକୁ ଗ୍ରାମବାସୀ ଦାବି କରିଥିବା ବେଳେ ବଦରୁଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ପଦୁଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି। ପରିବାର ଲୋକଙ୍କ କହିବା ଅନୁଯାୟୀ ବଦରୁ ହତ୍ୟାକାଣ୍ଡ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ତାଙ୍କ ମରଶରୀରର ଆବଶ୍ୟକତା ହୋଇପାରେ। ତେଣୁ ସେମାନେ ତାଙ୍କ ଶବକୁ ସାଇତି ରଖିବା ସହ ତାଙ୍କୁ ନ୍ୟାୟ ଦେବା ପାଇଁ ପ୍ରଶାସନ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।

https://www.thesakala.in/latest-odisha-news/malkangiri/dead-body-has-been-stored-for-two-years-awaiting-justice/article-9671
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର