ମାଲକାନଗିରି ପୋଲିସ କବଜାରେ ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ; ୧.୬ ଗ୍ରାମ ବ୍ରାଉନସୁଗାର ସହ ୫୦ କେ.ଜି ଗଞ୍ଜେଇ ଜବତ, ୬ ଗିରଫ

The Sakala Picture
Published On

ମାଲକାନଗିରି: ପୋଲିସ କବଜାରେ ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ । କାଲିମେଳାରୁ ଜବତ ହେଲା ଧଳା ଜହର ଓ ଗଞ୍ଜେଇ । ଗଞ୍ଜେଇ ଧରିବାବେଳେ ଖୋଲିଲା ଡ୍ରଗ୍ସ କାରବାରର ଗୁମର । କାଲିମେଳା NH 326ରେ ଯାଞ୍ଚବେଳେ ଡ୍ରଗ୍ସ କାରବାରରେ ସଂପୃକ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ପାଟ୍ରୋଲିଂ ବେଳେ ୩୨୬ ନଂ ଜାତୀୟ ରାଜପଥର ପୁଲିମେଟଲା ଛକ ନିକଟରେ ଦ୍ରୁତ ଗତିରେ ଯାଉଥିବା ଏକ କାରରୁ ୫୦ କେଜି ଗଞ୍ଜେଇ ଜବତ ହୋଇଛି। ଏହା […]

ମାଲକାନଗିରି: ପୋଲିସ କବଜାରେ ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ । କାଲିମେଳାରୁ ଜବତ ହେଲା ଧଳା ଜହର ଓ ଗଞ୍ଜେଇ । ଗଞ୍ଜେଇ ଧରିବାବେଳେ ଖୋଲିଲା ଡ୍ରଗ୍ସ କାରବାରର ଗୁମର । କାଲିମେଳା NH 326ରେ ଯାଞ୍ଚବେଳେ ଡ୍ରଗ୍ସ କାରବାରରେ ସଂପୃକ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ପାଟ୍ରୋଲିଂ ବେଳେ ୩୨୬ ନଂ ଜାତୀୟ ରାଜପଥର ପୁଲିମେଟଲା ଛକ ନିକଟରେ ଦ୍ରୁତ ଗତିରେ ଯାଉଥିବା ଏକ କାରରୁ ୫୦ କେଜି ଗଞ୍ଜେଇ ଜବତ ହୋଇଛି। ଏହା ସହ ୩ ଜଣଙ୍କୁ ପୋଲିସ ଗିରଫ କରି ପଚରାଉଚୁରା କରିବାରୁ ଏଥିରେ ଆଉ ୨ ଜଣଙ୍କର ଲିଙ୍କ୍ ଥିବା ଜଣାପଡ଼ିଥିଲା। ସେମାନେ ମାଲକାନଗିରି ବସଷ୍ଟାଣ୍ଡ ନିକଟ ଏକ ଲଜ୍‌ରେ ରହୁଥିଲେ। ପୋଲିସ ସେଠାରେ ଚଢାଉ କରିବା ବେଳେ ଅନ୍ୟ ୨ ଅଭିଯୁକ୍ତଙ୍କ ଠାରୁ ୧.୬ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି।

ଆହୁରି ପଢ଼ନ୍ତୁ: ସ୍ୱାସ୍ଥ୍ୟସେବାର ଚରମ ଅବ୍ୟବସ୍ଥା: ପିଆର୍‌ଏମ୍‌ରେ ଅସୁସ୍ଥ ସ୍ତ୍ରୀଙ୍କୁ କାନ୍ଧରେ ବୋହିଲେ ସ୍ୱାମୀ

କାଳିମେଳା ପୁଲିସ ୬ ଜଣ ଅପରାଧୀ ସମେତ ୫୦କେ.ଜି ଗଞ୍ଜେଇ ସହ ୧.୬ ଗ୍ରାମର ବ୍ରାଉନ ସୁଗାର ଏବଂ ଦୁଇଟି କାର ଏବଂ ନଗଦ ୧ଲକ୍ଷ ୪୬ହଜାର ଟଙ୍କା ଜବଦ କରିଛି । ତେବେ ୫ ଅଭିଯୁକ୍ତଙ୍କ ଘର ବାହାର ରାଜ୍ୟରେ ହୋଇଥିବାବେଳେ ଜଣେ ମାଲକାନଗିରି ଜିଲ୍ଲାର ବୋଲି ଜଣାପଡ଼ିଛି । କେଉଁକେଉଁ ଅଞ୍ଚଳରେ ଅଭିଯୁକ୍ତମାନେ ଗଞ୍ଜେଇ ଓ ଡ୍ରଗ୍ସ କାରବାର ଚଳାଇଥିଲେ ସେନେଇ ଅଧିକ ତଦନ୍ତ କରାଯାଉଛି । ରାଜ୍ୟ ବାହାରର ଅଭିଯୁକ୍ତ ଏଥିରେ ସଂପୃକ୍ତ ଥିବାରୁ ଏକ ଆନ୍ତଃରାଜ୍ୟ ରାକେଟ କାମ କରୁଥିବା ପୋଲିସ ସନ୍ଦେହ କରୁଛି ।

ଆହୁରି ପଢ଼ନ୍ତୁ: ସ୍ଥଗିତ ରହିଲା ବସ୍‌ ଧର୍ମଘଟ, STA କମିଶନରଙ୍କ ସହ ଆଲୋଚନା ପରେ ବସ୍ ମାଲିକ ସଂଘର ନିଷ୍ପତ୍ତି

18 Aug 2023 By The Sakala

ମାଲକାନଗିରି ପୋଲିସ କବଜାରେ ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ; ୧.୬ ଗ୍ରାମ ବ୍ରାଉନସୁଗାର ସହ ୫୦ କେ.ଜି ଗଞ୍ଜେଇ ଜବତ, ୬ ଗିରଫ

ମାଲକାନଗିରି: ପୋଲିସ କବଜାରେ ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ । କାଲିମେଳାରୁ ଜବତ ହେଲା ଧଳା ଜହର ଓ ଗଞ୍ଜେଇ । ଗଞ୍ଜେଇ ଧରିବାବେଳେ ଖୋଲିଲା ଡ୍ରଗ୍ସ କାରବାରର ଗୁମର । କାଲିମେଳା NH 326ରେ ଯାଞ୍ଚବେଳେ ଡ୍ରଗ୍ସ କାରବାରରେ ସଂପୃକ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ପାଟ୍ରୋଲିଂ ବେଳେ ୩୨୬ ନଂ ଜାତୀୟ ରାଜପଥର ପୁଲିମେଟଲା ଛକ ନିକଟରେ ଦ୍ରୁତ ଗତିରେ ଯାଉଥିବା ଏକ କାରରୁ ୫୦ କେଜି ଗଞ୍ଜେଇ ଜବତ ହୋଇଛି। ଏହା ସହ ୩ ଜଣଙ୍କୁ ପୋଲିସ ଗିରଫ କରି ପଚରାଉଚୁରା କରିବାରୁ ଏଥିରେ ଆଉ ୨ ଜଣଙ୍କର ଲିଙ୍କ୍ ଥିବା ଜଣାପଡ଼ିଥିଲା। ସେମାନେ ମାଲକାନଗିରି ବସଷ୍ଟାଣ୍ଡ ନିକଟ ଏକ ଲଜ୍‌ରେ ରହୁଥିଲେ। ପୋଲିସ ସେଠାରେ ଚଢାଉ କରିବା ବେଳେ ଅନ୍ୟ ୨ ଅଭିଯୁକ୍ତଙ୍କ ଠାରୁ ୧.୬ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି।

କାଳିମେଳା ପୁଲିସ ୬ ଜଣ ଅପରାଧୀ ସମେତ ୫୦କେ.ଜି ଗଞ୍ଜେଇ ସହ ୧.୬ ଗ୍ରାମର ବ୍ରାଉନ ସୁଗାର ଏବଂ ଦୁଇଟି କାର ଏବଂ ନଗଦ ୧ଲକ୍ଷ ୪୬ହଜାର ଟଙ୍କା ଜବଦ କରିଛି । ତେବେ ୫ ଅଭିଯୁକ୍ତଙ୍କ ଘର ବାହାର ରାଜ୍ୟରେ ହୋଇଥିବାବେଳେ ଜଣେ ମାଲକାନଗିରି ଜିଲ୍ଲାର ବୋଲି ଜଣାପଡ଼ିଛି । କେଉଁକେଉଁ ଅଞ୍ଚଳରେ ଅଭିଯୁକ୍ତମାନେ ଗଞ୍ଜେଇ ଓ ଡ୍ରଗ୍ସ କାରବାର ଚଳାଇଥିଲେ ସେନେଇ ଅଧିକ ତଦନ୍ତ କରାଯାଉଛି । ରାଜ୍ୟ ବାହାରର ଅଭିଯୁକ୍ତ ଏଥିରେ ସଂପୃକ୍ତ ଥିବାରୁ ଏକ ଆନ୍ତଃରାଜ୍ୟ ରାକେଟ କାମ କରୁଥିବା ପୋଲିସ ସନ୍ଦେହ କରୁଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର