ସିଲେରୁ ନଦୀରେ କନ୍ଧଗୁଡ଼ା ଘାଟରେ ଦୁଇଟି ଦେଶୀ ଡ଼ଙ୍ଗା ବୁଡ଼ି ୭ ନିଖୋଜ: ୧ ମୃତ, ୩ ଉଦ୍ଧାର

The Sakala Picture
Published On

ଚିତ୍ରକୋଣ୍ଡା: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଗୁଣ୍ଠାୱାଡା ପଞ୍ଚାୟତ କନ୍ଧଗୁଡ଼ା ଓ ଗୁଣ୍ଠାୱାଡା ଗ୍ରାମର ୧୧ ଜଣ ଲୋକ ଆନ୍ଧ୍ରକୁ କାମ କରିବାକୁ ଯାଇ କରୋନା କଟକଣା ପାଇଁ ଫେରି ନ ଥିଲେ ସୋମବାର ବହୁ କଷ୍ଟରେ ଫେରୁଥିଲେ ଆନ୍ଧ୍ରରୁ। ଓଡିଶାକୁ ଆସିବାକୁ ହେଲେ କିଛି କରୋନା କଟକଣା ମାନିବାକୁ ହୁଏ, ସେଥିପାଇଁ ସେମାନେ ଡରି ଏବଂ ଲୁଚି ସିଲେରୁ ନଦୀ ପଥରେ ଆସିବାକୁ ଯୋଜନା କରିଥିଲେ। ବିଳମ୍ବିତ ରାତିରେ ସେମାନେ ଯୋଜନା ମୁତାବକ ୧୦  ଜଣ […]

ଚିତ୍ରକୋଣ୍ଡା: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଗୁଣ୍ଠାୱାଡା ପଞ୍ଚାୟତ କନ୍ଧଗୁଡ଼ା ଓ ଗୁଣ୍ଠାୱାଡା ଗ୍ରାମର ୧୧ ଜଣ ଲୋକ ଆନ୍ଧ୍ରକୁ କାମ କରିବାକୁ ଯାଇ କରୋନା କଟକଣା ପାଇଁ ଫେରି ନ ଥିଲେ ସୋମବାର ବହୁ କଷ୍ଟରେ ଫେରୁଥିଲେ ଆନ୍ଧ୍ରରୁ। ଓଡିଶାକୁ ଆସିବାକୁ ହେଲେ କିଛି କରୋନା କଟକଣା ମାନିବାକୁ ହୁଏ, ସେଥିପାଇଁ ସେମାନେ ଡରି ଏବଂ ଲୁଚି ସିଲେରୁ ନଦୀ ପଥରେ ଆସିବାକୁ ଯୋଜନା କରିଥିଲେ। ବିଳମ୍ବିତ ରାତିରେ ସେମାନେ ଯୋଜନା ମୁତାବକ ୧୦  ଜଣ ବଡ଼ ଲୋକ ଏବଂ ଏକ ୩ ବର୍ଷର ଛୋଟ ପିଲା ଦୁଇଟି ଦେଶୀ ମାଛ ଧରା କାଠ ଡଙ୍ଗାରେ ଗୋଟେ ଡଙ୍ଗାରେ ୫ ଜଣ ଏବଂ ଆଉ ଏକ ମାଛ ଧରା ଡଙ୍ଗାରେ ୬ ଜଣ ବସି ଆଗ ପଛ ହୋଇ ନିଜ ଗ୍ରାମକୁ ଫେରୁଥିଲେ କନ୍ଧଗୁଡ଼ା ଡ଼ଙ୍ଗା ଘାଟକୁ।

ପ୍ରଥମ ଡ଼ଙ୍ଗାଟି ନଦୀ ଭିତରେ ଥିବା ଏକ ଖୁଣ୍ଟରେ ବାଡେଇ ହୋଇ ଡ଼ଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ପ୍ରଥମ ଡ଼ଙ୍ଗାରେ ଥିବା ଛଅ ଜଣ ଲୋକ କିଛି ସମୟ ପହଁରି ପହଁରି ପଛ ଡଙ୍ଗାରେ ଚଢିବାକୁ ଚେଷ୍ଟା କରିଥିଲେ। ଡ଼ଙ୍ଗାଟି ଛୋଟ ଥିବାରୁ ଦୁଇଟି ଡଙ୍ଗାର ଲୋକ ଗୋଟିଏ ଡଙ୍ଗାରେ ପଳାଇ ଆସିବାକୁ ଚେଷ୍ଟା କରୁଥିବା ବେଳେ, ଦ୍ୱିତୀୟ ଡ଼ଙ୍ଗାଟି ଭାରସାମ୍ୟ ହରାଇ ଓଲଟି ଯାଇଥିଲା ଫଳରେ ଡ଼ଙ୍ଗାରେ ଥିବା ଲୋକମାନେ ବୁଡ଼ି ଯାଇଥିଲେ।

ସେଥିମଧ୍ୟରୁ ତିନି ଜଣ ଲୋକ ପହଁରି ପହଁରି କନ୍ଧଗୁଡ଼ା ଘାଟରେ ପହଁଚିଲା ପରେ ଉକ୍ତ ଖବର ଗାଁ ରେ ପହଞ୍ଚାଇଥିଲେ। ପରେ ଗାଁ ଲୋକେମାନେ ଜାଣି ନଦୀ ଘାଟରେ ପହଂଚି ଖୋଜାଖୋଜି କରିଥିଲେ। ଖବର ପାଇ ଉକ୍ତ ଘଟଣା ସ୍ଥଳକୁ ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନଭ ଦୋରା, ଆରଆଇ ନାରାୟଣ ମହାରଣା ଓ ତାଙ୍କ ଟିମ ଗୁଣ୍ଠାୱାଡା ପଞ୍ଚାୟତ କନ୍ଧଗୁଡ଼ା ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଦୁଇଟି ଡ଼ଙ୍ଗା ବୁଡି ୧୧ ଜଣଙ୍କ ଲୋକଙ୍କ ମଧ୍ୟରୁ ୩ଜଣ ପହଁରି ପହଁରି ଫେରିଛନ୍ତି, ଜଣେ ତିନି ବର୍ଷର ଝିଅର ମୃତ ଦେହ ମିଳିଥିବା ବେଳେ ୭ଜଣ ନିଖୋଜ ଅଛନ୍ତି, ସେମାନଙ୍କୁ ଖୋଜାଖୋଜି ଜାରି ରହିଛି। ଉକ୍ତ ୭ଜଣ ନିଖୋଜ ବ୍ୟକ୍ତିଙ୍କ ମଧ୍ୟରେ ଦୁଇ ଜଣ ଗୁଣ୍ଠାୱାଡା ଗ୍ରାମର ହୋଇଥିବା ବେଳେ ୫ଜଣ କନ୍ଧଗୁଡ଼ା ଗ୍ରାମର ବୋଲି ଜଣା ପଡିଛି। ଏହିମାନେ ତେଲେଙ୍ଗାନାର ହାଇଦ୍ରାବାଦ ସାଙ୍ଗରେଡିରେ ଇଟା ଭାଟିରେ ଦାଦନ ଖଟିବାକୁ ଯାଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର