ଆଉ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ଭାସ୍କର ନିହତ

The Sakala Picture
Published On

ମାଲକାନଗିରି: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ଗତ ତିନିଦିନ ଧରି ପୋଲିସ ଓ ସୁରକ୍ଷାକର୍ମୀଙ୍କ ଅପରେଶନ ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଉକ୍ତ ଅଞ୍ଚଳରେ ୪ ମାଓବାଦୀ ନିହତ ହୋଇଛନ୍ତି। ବିଜାପୁର ଏସ୍‌.ପି. ସୁନ୍ଦରରାଜ ପି ଦେଇଥିବା ସୂଚନାନୁଯାୟୀ, ବିଜାପୁର ଜିଲାର ଜାତୀୟ ପାର୍କ ଜଙ୍ଗଲରେ ବଡ଼ବଡ଼ ମାଓବାଦୀ ନେତାମାନେ ଲୁଚି ରହିଥିବା ଗୋଇନ୍ଦା ସୂତ୍ରରୁ ଖବର ପାଇଲା ପରେ ଗତ ଦୁଇଦିନ ଧରି ଉକ୍ତ ଅଞ୍ଚଳରେ ଡିଆରଜି, ଏସ୍‌ଟିଏଫ୍‌ ଯବାନମାନେ ଅପରେଶନ […]

ମାଲକାନଗିରି: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ଗତ ତିନିଦିନ ଧରି ପୋଲିସ ଓ ସୁରକ୍ଷାକର୍ମୀଙ୍କ ଅପରେଶନ ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଉକ୍ତ ଅଞ୍ଚଳରେ ୪ ମାଓବାଦୀ ନିହତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୪୬୦୭ ଡାକ୍ତର ପଦବୀ ଖାଲି: ବିଧାନସଭାରେ ଉଦବେଗଜନକ ତଥ୍ୟ ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ବିଜାପୁର ଏସ୍‌.ପି. ସୁନ୍ଦରରାଜ ପି ଦେଇଥିବା ସୂଚନାନୁଯାୟୀ, ବିଜାପୁର ଜିଲାର ଜାତୀୟ ପାର୍କ ଜଙ୍ଗଲରେ ବଡ଼ବଡ଼ ମାଓବାଦୀ ନେତାମାନେ ଲୁଚି ରହିଥିବା ଗୋଇନ୍ଦା ସୂତ୍ରରୁ ଖବର ପାଇଲା ପରେ ଗତ ଦୁଇଦିନ ଧରି ଉକ୍ତ ଅଞ୍ଚଳରେ ଡିଆରଜି, ଏସ୍‌ଟିଏଫ୍‌ ଯବାନମାନେ ଅପରେଶନ ଜାରି ରଖିଛନ୍ତି। ଗତ ଦୁଇଦିନ ପୂର୍ବେ ଏକ କୋଟି ପୁରସ୍କାର ସୁଧାକର ନିହତ ହୋଇଥିବା ବେଳେ ଗତକାଲି ରାତିରେ ଆଉ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ୨୫ ଲକ୍ଷ ପୁରସ୍କାର ଭାସ୍କର ମଧ୍ୟ ନିହତ ହୋଇଥିବା ସୂଚନା ପ୍ରଦାନ କରିଛନ୍ତି। ଏଥିସହ ଆଉ ଦୁଇଜଣ ମାଓବାଦୀ ମଧ୍ୟ ନିହତ ହୋଇଛନ୍ତି। ଗତକାଲି ରାତ୍ରରେ ହୋଇଥିବା ଗୁଳିବିନିମୟ ପରେ ଉକ୍ତ ଅଞ୍ଚଳରେ କୋମ୍ବିଂ ଅପରେଶନ ସମୟରେ ଭାସ୍କରଙ୍କ ମୃତଦେହ ସହ ଗୋଟିଏ ଏ.କେ. ୪୭ ଓ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

07 Jun 2025 By The Sakala

ଆଉ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ଭାସ୍କର ନିହତ

ମାଲକାନଗିରି: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ଗତ ତିନିଦିନ ଧରି ପୋଲିସ ଓ ସୁରକ୍ଷାକର୍ମୀଙ୍କ ଅପରେଶନ ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଉକ୍ତ ଅଞ୍ଚଳରେ ୪ ମାଓବାଦୀ ନିହତ ହୋଇଛନ୍ତି।

ବିଜାପୁର ଏସ୍‌.ପି. ସୁନ୍ଦରରାଜ ପି ଦେଇଥିବା ସୂଚନାନୁଯାୟୀ, ବିଜାପୁର ଜିଲାର ଜାତୀୟ ପାର୍କ ଜଙ୍ଗଲରେ ବଡ଼ବଡ଼ ମାଓବାଦୀ ନେତାମାନେ ଲୁଚି ରହିଥିବା ଗୋଇନ୍ଦା ସୂତ୍ରରୁ ଖବର ପାଇଲା ପରେ ଗତ ଦୁଇଦିନ ଧରି ଉକ୍ତ ଅଞ୍ଚଳରେ ଡିଆରଜି, ଏସ୍‌ଟିଏଫ୍‌ ଯବାନମାନେ ଅପରେଶନ ଜାରି ରଖିଛନ୍ତି। ଗତ ଦୁଇଦିନ ପୂର୍ବେ ଏକ କୋଟି ପୁରସ୍କାର ସୁଧାକର ନିହତ ହୋଇଥିବା ବେଳେ ଗତକାଲି ରାତିରେ ଆଉ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ୨୫ ଲକ୍ଷ ପୁରସ୍କାର ଭାସ୍କର ମଧ୍ୟ ନିହତ ହୋଇଥିବା ସୂଚନା ପ୍ରଦାନ କରିଛନ୍ତି। ଏଥିସହ ଆଉ ଦୁଇଜଣ ମାଓବାଦୀ ମଧ୍ୟ ନିହତ ହୋଇଛନ୍ତି। ଗତକାଲି ରାତ୍ରରେ ହୋଇଥିବା ଗୁଳିବିନିମୟ ପରେ ଉକ୍ତ ଅଞ୍ଚଳରେ କୋମ୍ବିଂ ଅପରେଶନ ସମୟରେ ଭାସ୍କରଙ୍କ ମୃତଦେହ ସହ ଗୋଟିଏ ଏ.କେ. ୪୭ ଓ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ସୂଚନା ମିଳିଛି।

https://www.thesakala.in/latest-odisha-news/malkangiri/another-notorious-maoist-bhaskar-killed/article-41022
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର