ଭିସୁଟ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁ ଘଟଣା: ପୁରୁଷ ବନ୍ଧୁଙ୍କୁ ଗିରଫ କଲା ବୁର୍ଲା ପୋଲିସ

The Sakala Picture
Published On

ସମ୍ବଲପୁର: ଭିସୁଟ୍‌ର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ମାମଲାରେ ପୁରୁଷ ବନ୍ଧୁ ପ୍ରୀତିମାନ ଦେ’ଙ୍କୁ ଗିରଫ କଲା ବୁର୍ଲା ପୋଲିସ । ୨୦୨୩ ଫେବ୍ରୁଆରୀ ୨୮ରେ ସମାବର୍ତ୍ତନ ଉତ୍ସବକୁ ଆସିଥିଲେ ଚିନ୍ମୟୀ । ହେଲେ ୨୦୨୩ ମାର୍ଚ୍ଚ ୧ରେ ପିସି ବ୍ରିଜ ତଳୁ ଚିନ୍ମୟୀଙ୍କ ମୃତଦେହ ମିଳିଥିଲା । ପୁରୁଷ ବନ୍ଧୁଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ପରିବାର ଲୋକେ । ପୁରୁଷ ବନ୍ଧୁଙ୍କୁ ଗିରଫ ଦାବିରେ ହାଇକୋର୍ଟ ଯାଇଥିଲେ ପରିବାର । ୨ ସପ୍ତାହ ଭିତରେ […]

ସମ୍ବଲପୁର: ଭିସୁଟ୍‌ର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ମାମଲାରେ ପୁରୁଷ ବନ୍ଧୁ ପ୍ରୀତିମାନ ଦେ’ଙ୍କୁ ଗିରଫ କଲା ବୁର୍ଲା ପୋଲିସ । ୨୦୨୩ ଫେବ୍ରୁଆରୀ ୨୮ରେ ସମାବର୍ତ୍ତନ ଉତ୍ସବକୁ ଆସିଥିଲେ ଚିନ୍ମୟୀ । ହେଲେ ୨୦୨୩ ମାର୍ଚ୍ଚ ୧ରେ ପିସି ବ୍ରିଜ ତଳୁ ଚିନ୍ମୟୀଙ୍କ ମୃତଦେହ ମିଳିଥିଲା । ପୁରୁଷ ବନ୍ଧୁଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ପରିବାର ଲୋକେ । ପୁରୁଷ ବନ୍ଧୁଙ୍କୁ ଗିରଫ ଦାବିରେ ହାଇକୋର୍ଟ ଯାଇଥିଲେ ପରିବାର । ୨ ସପ୍ତାହ ଭିତରେ ରିପୋର୍ଟ ପାଇଁ ସମ୍ବଲପୁର ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ସୂଚନାଯୋଗ୍ୟ, ଗତ ୨ ଫେବୃଆରୀ ୨୦୨୩ ମସିହା ରାତି ପ୍ରାୟ ୮ଟାରୁ ୯ଟା ମଧ୍ଯରେ ଚିନ୍ମୟୀ ଓ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହ ବୁର୍ଲା ପାୱାର ଚେନାଲ ବ୍ରିଜକୁ ବୁଲିବାକୁ ଯାଇଥିଲେ। ହେଲେ କିଛି ସମୟ ପରେ ଚିନ୍ମୟୀ ପାଣିରେ ପଡି ଯାଇଥିଲେ । ସେତେବେଳେ ଏହି ଘଟଣାକୁ ନେଇ ମୃତ ଚିନ୍ମୟୀଙ୍କ ମା’ ହତ୍ୟା ମାମଲା ରୁଜୁ କରିଥିଲେ । କିନ୍ତୁ ପୋଲିସ ଏହି ଘଟଣାର ତଦନ୍ତ କରି ସେତେବେଳେ ଚିନ୍ମୟୀ ପାଣିରେ ପଡି ମୃତ୍ୟୁ ହୋଇଥିବା କହିଥିଲା । ଯାହାକୁ ନେଇ ପରବର୍ତ୍ତୀ ସମୟରେ ମୃତ ଚିନ୍ମୟୀଙ୍କ ମାଁ ହାଇକୋର୍ଟରେ ଏନେଇ ଏକ ମାମଲା ରୁଜୁ କରିଥିଲେ ଓ ଏହି ମାମଲା କ୍ରାଇମବ୍ରାଞ୍ଚ କିମ୍ବା ଏସଆଇଟିକୁ ଦେବା ପାଇଁ କୁହାଯାଇଥିଲା । ଘଟଣାରେ ହାଇକୋର୍ଟ ସମ୍ବଲପୁର ଏସପିଙ୍କୁ ଦୁଇ ସପ୍ତାହ ମଧ୍ଯରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

31 Mar 2025 By The Sakala

ଭିସୁଟ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁ ଘଟଣା: ପୁରୁଷ ବନ୍ଧୁଙ୍କୁ ଗିରଫ କଲା ବୁର୍ଲା ପୋଲିସ

ସମ୍ବଲପୁର: ଭିସୁଟ୍‌ର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ମାମଲାରେ ପୁରୁଷ ବନ୍ଧୁ ପ୍ରୀତିମାନ ଦେ’ଙ୍କୁ ଗିରଫ କଲା ବୁର୍ଲା ପୋଲିସ । ୨୦୨୩ ଫେବ୍ରୁଆରୀ ୨୮ରେ ସମାବର୍ତ୍ତନ ଉତ୍ସବକୁ ଆସିଥିଲେ ଚିନ୍ମୟୀ । ହେଲେ ୨୦୨୩ ମାର୍ଚ୍ଚ ୧ରେ ପିସି ବ୍ରିଜ ତଳୁ ଚିନ୍ମୟୀଙ୍କ ମୃତଦେହ ମିଳିଥିଲା । ପୁରୁଷ ବନ୍ଧୁଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ପରିବାର ଲୋକେ । ପୁରୁଷ ବନ୍ଧୁଙ୍କୁ ଗିରଫ ଦାବିରେ ହାଇକୋର୍ଟ ଯାଇଥିଲେ ପରିବାର । ୨ ସପ୍ତାହ ଭିତରେ ରିପୋର୍ଟ ପାଇଁ ସମ୍ବଲପୁର ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।

ସୂଚନାଯୋଗ୍ୟ, ଗତ ୨ ଫେବୃଆରୀ ୨୦୨୩ ମସିହା ରାତି ପ୍ରାୟ ୮ଟାରୁ ୯ଟା ମଧ୍ଯରେ ଚିନ୍ମୟୀ ଓ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହ ବୁର୍ଲା ପାୱାର ଚେନାଲ ବ୍ରିଜକୁ ବୁଲିବାକୁ ଯାଇଥିଲେ। ହେଲେ କିଛି ସମୟ ପରେ ଚିନ୍ମୟୀ ପାଣିରେ ପଡି ଯାଇଥିଲେ । ସେତେବେଳେ ଏହି ଘଟଣାକୁ ନେଇ ମୃତ ଚିନ୍ମୟୀଙ୍କ ମା’ ହତ୍ୟା ମାମଲା ରୁଜୁ କରିଥିଲେ । କିନ୍ତୁ ପୋଲିସ ଏହି ଘଟଣାର ତଦନ୍ତ କରି ସେତେବେଳେ ଚିନ୍ମୟୀ ପାଣିରେ ପଡି ମୃତ୍ୟୁ ହୋଇଥିବା କହିଥିଲା । ଯାହାକୁ ନେଇ ପରବର୍ତ୍ତୀ ସମୟରେ ମୃତ ଚିନ୍ମୟୀଙ୍କ ମାଁ ହାଇକୋର୍ଟରେ ଏନେଇ ଏକ ମାମଲା ରୁଜୁ କରିଥିଲେ ଓ ଏହି ମାମଲା କ୍ରାଇମବ୍ରାଞ୍ଚ କିମ୍ବା ଏସଆଇଟିକୁ ଦେବା ପାଇଁ କୁହାଯାଇଥିଲା । ଘଟଣାରେ ହାଇକୋର୍ଟ ସମ୍ବଲପୁର ଏସପିଙ୍କୁ ଦୁଇ ସପ୍ତାହ ମଧ୍ଯରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

https://www.thesakala.in/latest-odisha-news/male-friend-arrested-in-vssut-student-death-case/article-39706
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର