ମେକ୍ ଇନ୍ ଓଡ଼ିଶା କନକ୍ଳେଭ : ରିୟଲ ଇଷ୍ଟେଟରେ ୫୮,୫୦୨ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ

The Sakala Picture
Published On

ଭୁବନେଶ୍ୱର : ରାଜ୍ୟରେ ଶିଳ୍ପ ବିପ୍ଳବକୁ ଶ୍ରେଷ୍ଠ ସୋପାନରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ମେକ୍ ଇନ୍ ଓଡ଼ିଶା କନକ୍ଲେଭ ପରି କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଏହିକ୍ରମରେ କନକ୍ଲେଭର ଚତୁର୍ଥ ଦିନରେ ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ରିୟଲ ଇଷ୍ଟେଟ ଏବଂ ସହରାଞ୍ଚଳ ଭିତ୍ତିଭୂମି ଉପରେ ଏକ ଅଧିବେଶନ ଆୟୋଜିତ ହୋଇଥିବା ବେଳେ ଏଥିରେ ବିପୁଳ ପରିମାଣରେ ନିବେଶ ପ୍ରସ୍ତାବ ଓଡ଼ିଶାକୁ ଆସିଛି। ରିୟଲ ଇଷ୍ଟେଟରେ ପୁଞ୍ଜିନିବେଶ ପାଇଁ ୨୨ଟି ନିବେଶକ ବିଭାଗ ସହ […]

ଭୁବନେଶ୍ୱର : ରାଜ୍ୟରେ ଶିଳ୍ପ ବିପ୍ଳବକୁ ଶ୍ରେଷ୍ଠ ସୋପାନରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ମେକ୍ ଇନ୍ ଓଡ଼ିଶା କନକ୍ଲେଭ ପରି କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଏହିକ୍ରମରେ କନକ୍ଲେଭର ଚତୁର୍ଥ ଦିନରେ ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ରିୟଲ ଇଷ୍ଟେଟ ଏବଂ ସହରାଞ୍ଚଳ ଭିତ୍ତିଭୂମି ଉପରେ ଏକ ଅଧିବେଶନ ଆୟୋଜିତ ହୋଇଥିବା ବେଳେ ଏଥିରେ ବିପୁଳ ପରିମାଣରେ ନିବେଶ ପ୍ରସ୍ତାବ ଓଡ଼ିଶାକୁ ଆସିଛି। ରିୟଲ ଇଷ୍ଟେଟରେ ପୁଞ୍ଜିନିବେଶ ପାଇଁ ୨୨ଟି ନିବେଶକ ବିଭାଗ ସହ ୫୮୫୦୨.୫୫ କୋଟି ନିବେଶ ପ୍ରସ୍ତାବ ଦେଇଛନ୍ତି। ଏନେଇ ସେମାନେ ରାଜ୍ୟ ସରକାରଙ୍କ ସହ ଏମଓୟୁ ସ୍ୱାକ୍ଷର କରିଛନ୍ତି। ଏହି ଅବସରରେ ‘ଓଡ଼ିଶା ହାଉସିଂ ଫର୍ ଅଲ ପଲିସି ଫର୍ ଅର୍ବାନ ଏରିଆ, ୨୦୨୨’କୁ ବିଭାଗୀୟ ମନ୍ତ୍ରୀ ଉଷା ଦେବୀ ଉନ୍ମୋଚନ କରିଥିଲେ। ବିଲ୍ଡିଂ ନେଷ୍ଟ-ଜେନ ରିୟଲ ଇଷ୍ଟେଟ ଶୀର୍ଷକ ଏହି ଅଧିବେଶନରେ ବିଭାଗୀୟ ମନ୍ତ୍ରୀ ଉଷାଦେବୀ ଏବଂ ସଚିବ ପ୍ରମୁଖ ସରକାରଙ୍କ ବିଭିନ୍ନ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ଏହି ଅବସରରେ ନିଜ ଉଦ୍ବୋଧନ ରଖି ମନ୍ତ୍ରୀ ଉଷା ଦେବୀ କହିଲେ ଯେ ରିୟଲ ଇଷ୍ଟେଟ କ୍ଷେତ୍ରରେ ଆମେମାନେ ଏବେ ଆମୂଳଚୁଳ ପରିବର୍ତ୍ତନ ଦେଖୁଛନ୍ତି। ଗୃହ ଏବଂ ଉନ୍ନୟନ ବିଭାଗ ଏ କ୍ଷେତ୍ରରେ ବହୁ ପ୍ରଗତିଶୀଳ ତଥା ସଂସ୍କାରମୂଳକ ନୀତି ଯୋଗୁଁ ଏହା ସମ୍ଭବପର ହୋଇପାରିଛି। ବିଶେଷକରି ୟୁନିଫର୍ମ, ବିଲ୍ଡିଂ, ପ୍ଲାନିଂ ଷ୍ଟାଣ୍ଡାର୍ଡ ରୁଲ, ହାଉସିଂ ଫର ଅଲ୍ ପଲିସି ଏବଂ ସିଏଫ ପରି ନୀତି ଏକ୍ଷେତ୍ରରେ ବେଶେ ସହାୟକ ହୋଇପାରିଛି। ଏଥିପାଇଁ ମୁଁ ବିଭାଗକୁ ଧନ୍ୟବାଦ ଜଣାଉଛି। ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍ ଏବଂ ୫-ଟି ଉପକ୍ରମର ଅଂଶବିଶେଷ ଭାବେ ନାଗରିକ ସନ୍ତୁଷ୍ଟତାକୁ ସୁନିଶ୍ଚିତ କରିବା ପାଇଁ ବିଭାଗ ଅଧିନରେ ଇ-ଗଭର୍ଣ୍ଣାନ୍ସ କାର୍ଯ୍ୟକ୍ରମ ଯେପରିକି ‘ସୁଯୋଗ’ ଏବଂ ‘ଘର ଆବଣ୍ଟନ ବ୍ୟବସ୍ଥା’ର ସଫଳ କାର୍ଯ୍ୟକାରୀ କରାଯାଇପାରିଛି ବୋଲି ସେ କହିଥିଲେ।

ସେହିପରି କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ବିଭାଗୀୟ ପ୍ରମୁଖ ସଚିବ ଜି. ମାଥିଭାଥନାନ୍ ରାଜ୍ୟରେ ସୁଲଭ ମୂଲ୍ୟରେ ଗୃହ ନିର୍ମାଣକୁ ପ୍ରୋତ୍ସାହନ ଦେବା ପାଇଁ ଅନୁକୂଳ ନୀତିଗତ ଢାଞ୍ଚା ପ୍ରବର୍ତ୍ତନ ପାଇଁ ବିଭାଗ ଗୁରୁତ୍ୱାରୋପ କରୁଥିବା ପ୍ରକାଶ କରିଥିଲେ। ରାଜ୍ୟରେ ସୁଲଭ ଗୃହର ପିପିପି ମଡେଲ ଅଧିନରେ ବ୍ୟବସାୟିକ ବିକାଶ ପାଇଁ ବିକାଶକାରୀ କ୍ଷେତ୍ର ୩୫ ପ୍ରତିଶତରୁ ୬୦ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଯାହା ଦେଶରେ ସର୍ବୋଚ୍ଚ ଅଟେ। ସେହିପରି ଇଡବ୍ଲ୍ୟୁଏସ ଏବଂ ଏଲଆଇଜି ଘର ଆବଣ୍ଟନ କ୍ଷେତ୍ରରେ ସଠିକତା ଆଣିବା ସହ ବାଧକ ବିହୀନ କରିବା ପାଇଁ ଏକ ସଶକ୍ତ ଅନଲାଇନ ବ୍ୟବସ୍ଥା ‘ହାଉସ ଆଲଟମେଣ୍ଟ ସିଷ୍ଟମ’ର ପ୍ରଚଳନ କରାଯାଇଥିବା ସେ କହିଥିଲେ।

ରାଜ୍ୟ ଗୃହ ଏବଂ ନଗର ଉନ୍ନୟନ ବିଭାଗ ରାଜ୍ୟର ୧୧୫ଟି ପୌରାଞ୍ଚଳରେ ସାମଗ୍ରିକ ବିକାଶ ଦିଗରେ କାର୍ଯ୍ୟ କରୁଛି। ଓଡ଼ିଶା ଦେଶର ଏକମାକ୍ର ରାଜ୍ୟ ଭାବେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ସେବା ‘ଡ୍ରିଙ୍କ ଫର୍ମ୍ ଟ୍ୟାପ୍’ ଯୋଜନାକୁ କାର୍ଯ୍ୟକାରୀ କରିପାରିଛି। ସେବା ତଥା କଲ୍ୟାଣ ମାଧ୍ୟମରେ ଜନସାଧାରଣଙ୍କ ଖୁସିକୁ ସୁନୁିଶ୍ଚିତ କରିବା ଆମ ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶା ଗଭର୍ଣ୍ମାନ୍ସ ମଡେଲର ଦର୍ଶନ ଅଟେ ବୋଲି ସେ କହିଥିଲେ। ସେହିପରି କାର୍ଯ୍ୟକ୍ରମରେ ବିଡିଏ ଉପାଧ୍ୟକ୍ଷ ବଲୱନ ସିଂ, ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେଙ୍କ ସହ ଅନ୍ୟ ବିଶିଷ୍ଟ ଅତିଥିମାନେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ ଉଦ୍ଘାଟନୀ ଅଧିବେଶନରେ ରିୟଲ ଇଷ୍ଟେଟ ଏଣ୍ଡ ଅର୍ବାନ ଇନଫ୍ରାଷ୍ଟ୍ରକଚର୍: ଅନଲକିଂ ଅପରଚୁନିଟିଜ୍ ଇନ୍ ଓଡ଼ିଶା ଶୀର୍ଷକ ଉପରେ ପ୍ୟାନେଲ ଆଲୋଚନା ହୋଇଥିଲା।

04 Dec 2022 By The Sakala

https://www.thesakala.in/latest-odisha-news/make-in-odisha-conclave-proposal-to-invest-rs-58502-crore-in-real-estate/article-17063
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର