ଓଡ଼ିଶାରେ ଶିଳ୍ପ ମହାରଥୀଙ୍କ ହେବ ମହାମିଳନ, ଆଜିଠାରୁ ଆରମ୍ଭ ଶିଳ୍ପ ମହାକୁମ୍ଭ

The Sakala Picture
Published On

ଭୁବନେଶ୍ୱର: ଆଜି ଠାରୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେଉଛି ଦେଶର ଅନ୍ୟତମ ବୃହତ୍‍ ଶିଳ୍ପ ମହାକୁମ୍ଭ। ବୁଧବାରଠାରୁ ସ୍ଥାନୀୟ ଜନତା ମଇଦାନଠାରେ ଆରମ୍ଭ ହେବାକୁ ଥିବା ଶିଳ୍ପପତି, ନିବେଶକ, ଶିଳ୍ପ ଗୋଷ୍ଠୀ ମୁଖ୍ୟଙ୍କ ଏହି ମହା ମେଳା ‘ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍’ର ତୃତୀୟ ସଂସ୍କରଣକୁ ମୁଖ୍ୟମନ୍ତ୍ରୀ ନବୀନ୍‍ ପଟ୍ଟନାୟକ ଉଦ୍‍ଘାଟନ କରିବେ। ଏହି ମେଗା କାର୍ଯ୍ୟକ୍ରମରେ ଆର୍ସେଲର ମିତ୍ତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ମିତ୍ତଲ, ଆଦିତ୍ୟ ବିର୍ଲା ଗ୍ରୁପର ଅଧ୍ୟକ୍ଷ କୁମାର ମଙ୍ଗଳମ୍‍ ବିର୍ଲା, ଜେଏସ୍‍ପିଏଲ୍‍ […]

ଭୁବନେଶ୍ୱର: ଆଜି ଠାରୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେଉଛି ଦେଶର ଅନ୍ୟତମ ବୃହତ୍‍ ଶିଳ୍ପ ମହାକୁମ୍ଭ। ବୁଧବାରଠାରୁ ସ୍ଥାନୀୟ ଜନତା ମଇଦାନଠାରେ ଆରମ୍ଭ ହେବାକୁ ଥିବା ଶିଳ୍ପପତି, ନିବେଶକ, ଶିଳ୍ପ ଗୋଷ୍ଠୀ ମୁଖ୍ୟଙ୍କ ଏହି ମହା ମେଳା ‘ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍’ର ତୃତୀୟ ସଂସ୍କରଣକୁ ମୁଖ୍ୟମନ୍ତ୍ରୀ ନବୀନ୍‍ ପଟ୍ଟନାୟକ ଉଦ୍‍ଘାଟନ କରିବେ। ଏହି ମେଗା କାର୍ଯ୍ୟକ୍ରମରେ ଆର୍ସେଲର ମିତ୍ତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ମିତ୍ତଲ, ଆଦିତ୍ୟ ବିର୍ଲା ଗ୍ରୁପର ଅଧ୍ୟକ୍ଷ କୁମାର ମଙ୍ଗଳମ୍‍ ବିର୍ଲା, ଜେଏସ୍‍ପିଏଲ୍‍ ଅଧ୍ୟକ୍ଷ ନବୀନ୍‍ ଜିନ୍ଦଲ, ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ପୁଅ କରଣ ଆଦାନୀ, ଟାଟା ଷ୍ଟିଲର ସିଇଓ ତଥାଏମ୍‍ଡି ଟି. ଭି. ନରେନ୍ଦ୍ରନ୍‍ ଏବଂ ବେଦାନ୍ତ ରିସୋର୍ସେସ୍‍ ଲିମିଟେଡ୍‍ର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ଏବଂ ଜେଏସ୍‍ଡବ୍ଲ୍ୟୁ ଗ୍ରୁପର ସଜ୍ଜନ ଜିନ୍ଦଲ ପ୍ରମୁଖ ଶିଳ୍ପ କ୍ଷେତ୍ରର ନାମୀ ବ୍ୟକ୍ତିବିଶେଷଙ୍କୁ ଦେଖିବାକୁ ମିଳିବ।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ଚଳିତଥର ‘ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍’ରେ ୧୨୦ରୁ ଅଧିକ ଉଦ୍ୟୋଗ ଅଂଶଗ୍ରହଣ କରିବା ନେଇ ସମ୍ମତି ଦେଇଛନ୍ତି। କାର୍ଯ୍ୟକ୍ରମ ନିମନ୍ତେ ୭ଟି ଅଗ୍ରାଧିକାର କ୍ଷେତ୍ରକୁ ଚିହ୍ନଟ କରାଯାଇଛି। ଆହୁରିମଧ୍ୟ ଏଥର ଅଣଖଣିଜ ଓ ଅଣଧାତବ କ୍ଷେତ୍ର ଫୋକସରେ ରହିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ‘ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍’ରେ ଅଂଶଗ୍ରହଣ କରିବା ନେଇ ଏ ପର୍ଯ୍ୟନ୍ତ ୧୧,୬୦୦ରୁ ଅଧିକ ପଞ୍ଜିକରଣ ଗ୍ରହଣ ହୋଇସାରିଛି। ରାଜ୍ୟ ସରକାରଙ୍କ ୨୨ଟି ବିଭାଗର ସହଯୋଗରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ମେଗା କନକ୍ଲେଭ୍‍ର ୩୮ଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ଯେଉଁଗୁଡିକରେ ୧୨୪ ଜଣ ବକ୍ତା ଅଂଶଗ୍ରହଣ କରି ନିଜସ୍ୱ ମତ ରଖିବେ। ‘ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍’କୁ ସଫଳ କରିବା ନିମନ୍ତେ ନିଜେ ମୁଖ୍ୟମନ୍ତ୍ରୀ ଓ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଢ଼େର ପୂର୍ବରୁ ଉଦ୍ୟମ କରି ଆସୁଛନ୍ତି। ଦୁବାଇ, ନୂଆଦିଲ୍ଲୀ, ମୁମ୍ବଇ, ଅହମ୍ମଦାବାଦ, ବେଙ୍ଗାଲୁରୁ, କୋଏମ୍ବାଟୁର, ଜାମସେଦପୁର, ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ଆଦି ସହରରେ ନିବେଶକ ସମ୍ମେଳନ କରାଯାଇଛି। ଏହି ସବୁ ରୋଡ୍‍ ସୋ’ରୁ ସକାରାତ୍ମକ ପ୍ରତିକ୍ରିୟା ମିଳିଛି ଓ କନକ୍ଲେଭର ଅଂଶଗ୍ରହଣ ପାଇଁ କର୍ପୋରେଟ୍‍ ଜଗତରୁ ରାଜ୍ୟ ସରକାରଙ୍କୁ ଉତ୍ତମ ସହଯୋଗ ମିଳି ସାରିଛି। ଡିସେମ୍ବର ୪ ପର୍ଯ୍ୟନ୍ତ ଚାଲିବାକୁ ଥିବା ‘ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍’ ନିମନ୍ତେ ଜାପାନ, ନରୱେ ଏବଂ ଜର୍ମାନୀ ସହଯୋଗୀ ରାଷ୍ଟ୍ର ରହିଛନ୍ତି।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ଏହାବ୍ୟତୀତ କନକ୍ଲେଭର ଚୀନ୍‍, ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ, ବାଂଲାଦେଶ, ନେପାଳ ଆଦି ଦେଶରୁ ପ୍ରତିନିଧିମାନେ ଯୋଗଦେବେ ବୋଲି ସୂଚନା ମିଳିଛି। ୨୦୧୬ ‘ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍’ର ପ୍ରଥମ ସଂସ୍କରଣରେ ୨ ଲକ୍ଷ କୋଟିରୁ ଅଧିକ ଏବଂ ୨୦୧୮ର ଦ୍ୱିତୀୟ ସଂସ୍କରଣରରେ ରାଜ୍ୟ ସରକାରଙ୍କୁ ମୋଟ ୪ ଲକ୍ଷ କୋଟିରୁ ଅଧିକ ପୁଞ୍ଜିନିବେଶ ପ୍ରସ୍ତାବ ମିଳିଥିଲା। କୋଭିଡ୍‍ ମହାମାରୀ କାରଣରୁ ୨୦୨୦ରେ ‘ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍’ ଆୟୋଜନ ବନ୍ଦ ରହିଥିଲା। ତେବେ ମହାମାରୀର ଏହି ୨ ବର୍ଷରେ ଓଡ଼ିଶା ଦେଶର ରାଜ୍ୟଗୁଡିକ ମଧ୍ୟରେ ସର୍ବାଧିକ ପୁଞ୍ଜିନିବେଶ ହାସଲ କରିପାରିଛି। ଯଦି ଆମେ ମହାମାରୀ ସମୟକୁ ବିଚାରକୁ ନେବା ତେବେ ଏହି ୨ ବର୍ଷ ସମୟରେ ଓଡ଼ିଶାକୁ ୩ ଲକ୍ଷ କୋଟିରୁ ଅଧିକ ପୁଞ୍ଜିନିବେଶ ଆସିଛି। ଅଣଖଣିଜ ଓ ଅଣଧାତବ କ୍ଷେତ୍ରରେ ଚଳିତଥର ବୟନ ଶିଳ୍ପ, ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ, ରସାୟନ,ଏମ୍‍ଏସ୍‍ଏମ୍‍ଇ, ଲଜିଷ୍ଟିକ୍‍ସ ଏବଂ ପେଟ୍ରୋକେମିକାଲ୍ସ ଆଦି କ୍ଷେତ୍ରକୁ ଫୋକସରେ ରହିବ ବୋଲି ଶ୍ରୀ ଦେବ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଇଡ୍‍କୋ ଅଧ୍ୟକ୍ଷ ହେମନ୍ତ କୁମାର ଶର୍ମା ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

30 Nov 2022 By The Sakala

ଓଡ଼ିଶାରେ ଶିଳ୍ପ ମହାରଥୀଙ୍କ ହେବ ମହାମିଳନ, ଆଜିଠାରୁ ଆରମ୍ଭ ଶିଳ୍ପ ମହାକୁମ୍ଭ

ଭୁବନେଶ୍ୱର: ଆଜି ଠାରୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେଉଛି ଦେଶର ଅନ୍ୟତମ ବୃହତ୍‍ ଶିଳ୍ପ ମହାକୁମ୍ଭ। ବୁଧବାରଠାରୁ ସ୍ଥାନୀୟ ଜନତା ମଇଦାନଠାରେ ଆରମ୍ଭ ହେବାକୁ ଥିବା ଶିଳ୍ପପତି, ନିବେଶକ, ଶିଳ୍ପ ଗୋଷ୍ଠୀ ମୁଖ୍ୟଙ୍କ ଏହି ମହା ମେଳା ‘ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍’ର ତୃତୀୟ ସଂସ୍କରଣକୁ ମୁଖ୍ୟମନ୍ତ୍ରୀ ନବୀନ୍‍ ପଟ୍ଟନାୟକ ଉଦ୍‍ଘାଟନ କରିବେ। ଏହି ମେଗା କାର୍ଯ୍ୟକ୍ରମରେ ଆର୍ସେଲର ମିତ୍ତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ମିତ୍ତଲ, ଆଦିତ୍ୟ ବିର୍ଲା ଗ୍ରୁପର ଅଧ୍ୟକ୍ଷ କୁମାର ମଙ୍ଗଳମ୍‍ ବିର୍ଲା, ଜେଏସ୍‍ପିଏଲ୍‍ ଅଧ୍ୟକ୍ଷ ନବୀନ୍‍ ଜିନ୍ଦଲ, ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ପୁଅ କରଣ ଆଦାନୀ, ଟାଟା ଷ୍ଟିଲର ସିଇଓ ତଥାଏମ୍‍ଡି ଟି. ଭି. ନରେନ୍ଦ୍ରନ୍‍ ଏବଂ ବେଦାନ୍ତ ରିସୋର୍ସେସ୍‍ ଲିମିଟେଡ୍‍ର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ଏବଂ ଜେଏସ୍‍ଡବ୍ଲ୍ୟୁ ଗ୍ରୁପର ସଜ୍ଜନ ଜିନ୍ଦଲ ପ୍ରମୁଖ ଶିଳ୍ପ କ୍ଷେତ୍ରର ନାମୀ ବ୍ୟକ୍ତିବିଶେଷଙ୍କୁ ଦେଖିବାକୁ ମିଳିବ।

ଚଳିତଥର ‘ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍’ରେ ୧୨୦ରୁ ଅଧିକ ଉଦ୍ୟୋଗ ଅଂଶଗ୍ରହଣ କରିବା ନେଇ ସମ୍ମତି ଦେଇଛନ୍ତି। କାର୍ଯ୍ୟକ୍ରମ ନିମନ୍ତେ ୭ଟି ଅଗ୍ରାଧିକାର କ୍ଷେତ୍ରକୁ ଚିହ୍ନଟ କରାଯାଇଛି। ଆହୁରିମଧ୍ୟ ଏଥର ଅଣଖଣିଜ ଓ ଅଣଧାତବ କ୍ଷେତ୍ର ଫୋକସରେ ରହିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ‘ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍’ରେ ଅଂଶଗ୍ରହଣ କରିବା ନେଇ ଏ ପର୍ଯ୍ୟନ୍ତ ୧୧,୬୦୦ରୁ ଅଧିକ ପଞ୍ଜିକରଣ ଗ୍ରହଣ ହୋଇସାରିଛି। ରାଜ୍ୟ ସରକାରଙ୍କ ୨୨ଟି ବିଭାଗର ସହଯୋଗରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ମେଗା କନକ୍ଲେଭ୍‍ର ୩୮ଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ଯେଉଁଗୁଡିକରେ ୧୨୪ ଜଣ ବକ୍ତା ଅଂଶଗ୍ରହଣ କରି ନିଜସ୍ୱ ମତ ରଖିବେ। ‘ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍’କୁ ସଫଳ କରିବା ନିମନ୍ତେ ନିଜେ ମୁଖ୍ୟମନ୍ତ୍ରୀ ଓ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଢ଼େର ପୂର୍ବରୁ ଉଦ୍ୟମ କରି ଆସୁଛନ୍ତି। ଦୁବାଇ, ନୂଆଦିଲ୍ଲୀ, ମୁମ୍ବଇ, ଅହମ୍ମଦାବାଦ, ବେଙ୍ଗାଲୁରୁ, କୋଏମ୍ବାଟୁର, ଜାମସେଦପୁର, ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ଆଦି ସହରରେ ନିବେଶକ ସମ୍ମେଳନ କରାଯାଇଛି। ଏହି ସବୁ ରୋଡ୍‍ ସୋ’ରୁ ସକାରାତ୍ମକ ପ୍ରତିକ୍ରିୟା ମିଳିଛି ଓ କନକ୍ଲେଭର ଅଂଶଗ୍ରହଣ ପାଇଁ କର୍ପୋରେଟ୍‍ ଜଗତରୁ ରାଜ୍ୟ ସରକାରଙ୍କୁ ଉତ୍ତମ ସହଯୋଗ ମିଳି ସାରିଛି। ଡିସେମ୍ବର ୪ ପର୍ଯ୍ୟନ୍ତ ଚାଲିବାକୁ ଥିବା ‘ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍’ ନିମନ୍ତେ ଜାପାନ, ନରୱେ ଏବଂ ଜର୍ମାନୀ ସହଯୋଗୀ ରାଷ୍ଟ୍ର ରହିଛନ୍ତି।

ଏହାବ୍ୟତୀତ କନକ୍ଲେଭର ଚୀନ୍‍, ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ, ବାଂଲାଦେଶ, ନେପାଳ ଆଦି ଦେଶରୁ ପ୍ରତିନିଧିମାନେ ଯୋଗଦେବେ ବୋଲି ସୂଚନା ମିଳିଛି। ୨୦୧୬ ‘ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍’ର ପ୍ରଥମ ସଂସ୍କରଣରେ ୨ ଲକ୍ଷ କୋଟିରୁ ଅଧିକ ଏବଂ ୨୦୧୮ର ଦ୍ୱିତୀୟ ସଂସ୍କରଣରରେ ରାଜ୍ୟ ସରକାରଙ୍କୁ ମୋଟ ୪ ଲକ୍ଷ କୋଟିରୁ ଅଧିକ ପୁଞ୍ଜିନିବେଶ ପ୍ରସ୍ତାବ ମିଳିଥିଲା। କୋଭିଡ୍‍ ମହାମାରୀ କାରଣରୁ ୨୦୨୦ରେ ‘ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍’ ଆୟୋଜନ ବନ୍ଦ ରହିଥିଲା। ତେବେ ମହାମାରୀର ଏହି ୨ ବର୍ଷରେ ଓଡ଼ିଶା ଦେଶର ରାଜ୍ୟଗୁଡିକ ମଧ୍ୟରେ ସର୍ବାଧିକ ପୁଞ୍ଜିନିବେଶ ହାସଲ କରିପାରିଛି। ଯଦି ଆମେ ମହାମାରୀ ସମୟକୁ ବିଚାରକୁ ନେବା ତେବେ ଏହି ୨ ବର୍ଷ ସମୟରେ ଓଡ଼ିଶାକୁ ୩ ଲକ୍ଷ କୋଟିରୁ ଅଧିକ ପୁଞ୍ଜିନିବେଶ ଆସିଛି। ଅଣଖଣିଜ ଓ ଅଣଧାତବ କ୍ଷେତ୍ରରେ ଚଳିତଥର ବୟନ ଶିଳ୍ପ, ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ, ରସାୟନ,ଏମ୍‍ଏସ୍‍ଏମ୍‍ଇ, ଲଜିଷ୍ଟିକ୍‍ସ ଏବଂ ପେଟ୍ରୋକେମିକାଲ୍ସ ଆଦି କ୍ଷେତ୍ରକୁ ଫୋକସରେ ରହିବ ବୋଲି ଶ୍ରୀ ଦେବ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଇଡ୍‍କୋ ଅଧ୍ୟକ୍ଷ ହେମନ୍ତ କୁମାର ଶର୍ମା ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ଉପସ୍ଥିତ ଥିଲେ।

https://www.thesakala.in/latest-odisha-news/make-in-odisha-conclave-3-start-from-today/article-16959
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର