ବିଭିନ୍ନ ହସ୍ପିଟାଲରେ ବ୍ୟାପକ ଅବ୍ୟବସ୍ଥା: ଟିମ୍‌ ଗଠନ କରି ଅଚାନକ ପରିଦର୍ଶନ କର- ହାଇକୋର୍ଟ

The Sakala Picture
Published On

କଟକ: ସରକାରୀ ଡାକ୍ତରମାନେ ଘରୋଇ ହସ୍ପିଟାଲରେ ରୋଗୀ ଚିକିତ୍ସା କରୁଥିବା ଓ ବିଭିନ୍ନ ହସ୍ପିଟାଲରେ ଆବଶ୍ୟକ ଡାକ୍ତର ନଥିବା ସହ ବ୍ୟାପକ ଅବ୍ୟବସ୍ଥା ରହିଥିବା ନେଇ ଦାଖଲ ରିପୋର୍ଟ ଉପରେ ହାଇକୋର୍ଟ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଆବେଦନକାରୀ ଚିତ୍ତରଞ୍ଜନ ମହାନ୍ତିଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଓ ବିଚାରପତି ଜଷ୍ଟିସ ରାଧାକ୍ରିଷ୍ଣ ପଟ୍ଟନାୟକଙ୍କ ଖଣ୍ଡପୀଠ ଏନେଇ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ଆଇନ ସେବା ପ୍ରାଧିକରଣର […]

କଟକ: ସରକାରୀ ଡାକ୍ତରମାନେ ଘରୋଇ ହସ୍ପିଟାଲରେ ରୋଗୀ ଚିକିତ୍ସା କରୁଥିବା ଓ ବିଭିନ୍ନ ହସ୍ପିଟାଲରେ ଆବଶ୍ୟକ ଡାକ୍ତର ନଥିବା ସହ ବ୍ୟାପକ ଅବ୍ୟବସ୍ଥା ରହିଥିବା ନେଇ ଦାଖଲ ରିପୋର୍ଟ ଉପରେ ହାଇକୋର୍ଟ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଆବେଦନକାରୀ ଚିତ୍ତରଞ୍ଜନ ମହାନ୍ତିଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଓ ବିଚାରପତି ଜଷ୍ଟିସ ରାଧାକ୍ରିଷ୍ଣ ପଟ୍ଟନାୟକଙ୍କ ଖଣ୍ଡପୀଠ ଏନେଇ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବମାନେ ଏହି ସଂକ୍ରାନ୍ତ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଜିଲ୍ଲାରେ ୪ ଜଣିଆ ଟିମ ଗଠନ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗୋଟିଏ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚସି) ଆଉ ଗୋଟିଏ କିମ୍ବା ଦୁଇଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ପିଏଚସି)କୁ ପରିଦର୍ଶନ କରିଥିଲେ। ରିପୋର୍ଟ ଅନୁସାରେ, ଅଧିକାଂଶ ସ୍ଥାନରେ ଡ୍ୟୁଟି ଥାଇ କେତେ ଡାକ୍ତର ଅନୁପସ୍ଥିତ ଥିବା, ଡାକ୍ତରଖାନା ଗୁଡ଼ିକର ସଫେଇ, ପରିମଳ ବ୍ୟବସ୍ଥା ଠିକ ନଥିବା, ମହଜୁଦ ଔଷଧ ସଂକ୍ରାନ୍ତରେ ରେଜିଷ୍ଟର ନଥିବା ନେଇ ହାଇକୋର୍ଟଙ୍କୁ ଅବଗତ କରାଯାଇଛି। ଏଥିପାଇଁ ଉତ୍ତରଦାୟୀ ରହିଥିବା ପ୍ରତ୍ୟେକ ଅଧିକାରୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ନୋଟିସ ଜାରି କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ଏହି ରିପୋର୍ଟ ଉପରେ ଜିଲ୍ଲାୱାରୀ ତଥ୍ୟ ରଖିବାକୁ ଖଣ୍ଡପୀଠ କହିଛନ୍ତି। ଏକ ମାସ ପରେ ରାଜ୍ୟ ସରକାର ଟିମ ଗଠନ କରି ଅଚାନକ ହସ୍ପିଟାଲ ପରିଦର୍ଶନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ। ଏହି ସମସ୍ତ ପ୍ରକ୍ରିୟା ଜୁଲାଇ ଶେଷ ସୁଦ୍ଧା ସାରିବାକୁ ଅଦାଲତଙ୍କ ନିର୍ଦ୍ଦେଶ ରହିଛି। ଅଗଷ୍ଟ ୧ସୁଦ୍ଧା ନିର୍ଦ୍ଦେଶନାମା କାର୍ଯ୍ୟକାରିତା ସମ୍ପର୍କିତ ସତ୍ୟପାଠ ଦାଖଲ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ଅନ୍ୟପକ୍ଷରେ ବିଭିନ୍ନ ଡାକ୍ତରଖାନାରେ କେତେ ମଞ୍ଜୁରୀପ୍ରାପ୍ତ ଡାକ୍ତର ନର୍ସ ଓ କର୍ମଚାରୀ ପଦବୀ ରହିଛି, ସେଥିରୁ କେତେ ଖାଲି ପଡ଼ିଛି ଏ ସଂକ୍ରାନ୍ତରେ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ମାମଲାରୁ ପ୍ରକାଶଯେ ରାଜ୍ୟ ସରକାର ୨୦୦୩ ନଭେମ୍ବର ୧ ତାରିଖରେ ସରକାରୀ ହସ୍ପିଟାଲର ଡାକ୍ତରଙ୍କୁ ପ୍ରାଇଭେଟ ପ୍ରାକ୍ଟିସ ପାଇଁ ଅନୁମତି ପ୍ରଦାନ ପୂର୍ବକ ଆଦେଶନାମା ପ୍ରକାଶ କରିଥିଲେ। ଏହାର ପ୍ରତିକୂଳ ପ୍ରଭାବ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ପଡ଼ିଥିବା ଅଭିଯୋଗ ହୋଇଥିଲା। ଏହାଦ୍ୱାରା ଡାକ୍ତରମାନେ ସେମାନଙ୍କ ଡ୍ୟୁଟି ସମୟରେ ବି ଡାକ୍ତରଖାନାରେ ଅନୁପସ୍ଥିତ ରହି ଘରୋଇ ଚିକିତ୍ସାରେ ବ୍ୟସ୍ତ ଥିବା ଦର୍ଶାଇ ଉପରୋକ୍ତ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅଗଷ୍ଟ ୧୦କୁ ଧାର୍ଯ୍ୟ କରାଯାଇଛି।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

22 May 2022 By The Sakala

ବିଭିନ୍ନ ହସ୍ପିଟାଲରେ ବ୍ୟାପକ ଅବ୍ୟବସ୍ଥା: ଟିମ୍‌ ଗଠନ କରି ଅଚାନକ ପରିଦର୍ଶନ କର- ହାଇକୋର୍ଟ

କଟକ: ସରକାରୀ ଡାକ୍ତରମାନେ ଘରୋଇ ହସ୍ପିଟାଲରେ ରୋଗୀ ଚିକିତ୍ସା କରୁଥିବା ଓ ବିଭିନ୍ନ ହସ୍ପିଟାଲରେ ଆବଶ୍ୟକ ଡାକ୍ତର ନଥିବା ସହ ବ୍ୟାପକ ଅବ୍ୟବସ୍ଥା ରହିଥିବା ନେଇ ଦାଖଲ ରିପୋର୍ଟ ଉପରେ ହାଇକୋର୍ଟ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଆବେଦନକାରୀ ଚିତ୍ତରଞ୍ଜନ ମହାନ୍ତିଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଓ ବିଚାରପତି ଜଷ୍ଟିସ ରାଧାକ୍ରିଷ୍ଣ ପଟ୍ଟନାୟକଙ୍କ ଖଣ୍ଡପୀଠ ଏନେଇ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି।

ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବମାନେ ଏହି ସଂକ୍ରାନ୍ତ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଜିଲ୍ଲାରେ ୪ ଜଣିଆ ଟିମ ଗଠନ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗୋଟିଏ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚସି) ଆଉ ଗୋଟିଏ କିମ୍ବା ଦୁଇଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ପିଏଚସି)କୁ ପରିଦର୍ଶନ କରିଥିଲେ। ରିପୋର୍ଟ ଅନୁସାରେ, ଅଧିକାଂଶ ସ୍ଥାନରେ ଡ୍ୟୁଟି ଥାଇ କେତେ ଡାକ୍ତର ଅନୁପସ୍ଥିତ ଥିବା, ଡାକ୍ତରଖାନା ଗୁଡ଼ିକର ସଫେଇ, ପରିମଳ ବ୍ୟବସ୍ଥା ଠିକ ନଥିବା, ମହଜୁଦ ଔଷଧ ସଂକ୍ରାନ୍ତରେ ରେଜିଷ୍ଟର ନଥିବା ନେଇ ହାଇକୋର୍ଟଙ୍କୁ ଅବଗତ କରାଯାଇଛି। ଏଥିପାଇଁ ଉତ୍ତରଦାୟୀ ରହିଥିବା ପ୍ରତ୍ୟେକ ଅଧିକାରୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ନୋଟିସ ଜାରି କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ଏହି ରିପୋର୍ଟ ଉପରେ ଜିଲ୍ଲାୱାରୀ ତଥ୍ୟ ରଖିବାକୁ ଖଣ୍ଡପୀଠ କହିଛନ୍ତି। ଏକ ମାସ ପରେ ରାଜ୍ୟ ସରକାର ଟିମ ଗଠନ କରି ଅଚାନକ ହସ୍ପିଟାଲ ପରିଦର୍ଶନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ। ଏହି ସମସ୍ତ ପ୍ରକ୍ରିୟା ଜୁଲାଇ ଶେଷ ସୁଦ୍ଧା ସାରିବାକୁ ଅଦାଲତଙ୍କ ନିର୍ଦ୍ଦେଶ ରହିଛି। ଅଗଷ୍ଟ ୧ସୁଦ୍ଧା ନିର୍ଦ୍ଦେଶନାମା କାର୍ଯ୍ୟକାରିତା ସମ୍ପର୍କିତ ସତ୍ୟପାଠ ଦାଖଲ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ବିଭିନ୍ନ ଡାକ୍ତରଖାନାରେ କେତେ ମଞ୍ଜୁରୀପ୍ରାପ୍ତ ଡାକ୍ତର ନର୍ସ ଓ କର୍ମଚାରୀ ପଦବୀ ରହିଛି, ସେଥିରୁ କେତେ ଖାଲି ପଡ଼ିଛି ଏ ସଂକ୍ରାନ୍ତରେ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ମାମଲାରୁ ପ୍ରକାଶଯେ ରାଜ୍ୟ ସରକାର ୨୦୦୩ ନଭେମ୍ବର ୧ ତାରିଖରେ ସରକାରୀ ହସ୍ପିଟାଲର ଡାକ୍ତରଙ୍କୁ ପ୍ରାଇଭେଟ ପ୍ରାକ୍ଟିସ ପାଇଁ ଅନୁମତି ପ୍ରଦାନ ପୂର୍ବକ ଆଦେଶନାମା ପ୍ରକାଶ କରିଥିଲେ। ଏହାର ପ୍ରତିକୂଳ ପ୍ରଭାବ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ପଡ଼ିଥିବା ଅଭିଯୋଗ ହୋଇଥିଲା। ଏହାଦ୍ୱାରା ଡାକ୍ତରମାନେ ସେମାନଙ୍କ ଡ୍ୟୁଟି ସମୟରେ ବି ଡାକ୍ତରଖାନାରେ ଅନୁପସ୍ଥିତ ରହି ଘରୋଇ ଚିକିତ୍ସାରେ ବ୍ୟସ୍ତ ଥିବା ଦର୍ଶାଇ ଉପରୋକ୍ତ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅଗଷ୍ଟ ୧୦କୁ ଧାର୍ଯ୍ୟ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର