ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ମାମଲା: ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ
ଚାନ୍ଦବାଲି: ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ମାମଲାରେ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ । ଜଗତସିଂହପୁରରୁ ମୁଖ୍ୟ ଅଭିଯୁକ୍ତକୁ ଉଠାଇ ଆଣିଲା ପୋଲିସ । ଜଗତସିଂହପୁରରେ ଶ୍ବଶୁର ଘରେ ଲୁଚି ରହିଥିଲା ଅଭିଯୁକ୍ତ । ପୋଲିସର ସ୍ବତନ୍ତ୍ର ଟିମ୍ ଚଢାଉ କରି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ଅନ୍ୟ ଦୁଇ ସହଯୋଗୀଙ୍କୁ ଥାନାକୁ ଉଠାଇ ଆଣି ପଚରାଉଚରା କରୁଛି ପୁଲିସ । ନାବାଳିକାଙ୍କ ମୃତଦେହ ଉଦ୍ଧାର ପରେ ଅଭିଯୁକ୍ତର ଗିରଫ ଦାବିରେ ରାତିସାରା ଧାରଣା ଦେଇଥିଲେ ସ୍ଥାନୀୟ ଲୋକ । ଚାନ୍ଦବାଲି ପେଟ୍ରୋଲ ପମ୍ପ ସାମ୍ନା, ମଧୁବାବୁ ଛକ, ବସଷ୍ଟାଣ୍ଡ ଓ ଥାନା ସମ୍ମୁଖ ରାସ୍ତାରେ ଟାୟାର ଜାଳି ଉତ୍ୟକ୍ତ ଲୋକ ବିକ୍ଷୋଭ କରୁଛନ୍ତି । ଘଟଣାସ୍ଥଳରେ ଏବେବି ଉତ୍ତେଜନା ଜାରି ରହିଛି ।
ସୂଚନାଯୋଗ୍ୟ, ଗତକାଲି ସକାଳେ ଚାନ୍ଦବାଲି ଅଞ୍ଚଳର ଜଣେ ୧୦ ବର୍ଷିୟା ନାବାଳିକା ଦିନ ୨ଟା ବେଳେ ଘରୁ ବାହାରକୁ ଯାଇ ଆଉ ଫେରି ନଥିଲା । ସଂଧ୍ୟା ହେବାରୁ ପରିବାର ଲୋକେ ଖୋଜାଖୋଜି କରି ପାଇନଥିଲେ । ପରେ ବାଲିଗାଁ ପଞ୍ଚାୟତ ଅଫିସ ପରିସରରୁ ନାବାଳିକାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଥିଲା । ନାବାଳିକାକୁ କେହି ଦୁର୍ବୃତ୍ତ ଦୁଷ୍କର୍ମ କରି ଅନ୍ଧକାର ଭିତରେ ପରିତ୍ୟକ୍ତ ଅବସ୍ଥାରେ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି ।