ବାଲିଅନ୍ତା ବର୍ବର ହତ୍ୟା ଘଟଣା: ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ ରଞ୍ଜିତ ପାତ୍ର ଓରଫ ଚିନୁ, ଗିରଫ ସଂଖ୍ୟା ୧୩କୁ ବୃଦ୍ଧି
ବାଲିଅନ୍ତା: ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ଘଟଣା। ମୁଖ୍ୟ ଅଭିଯୁକ୍ତ ରଞ୍ଜିତ ପାତ୍ର ଓରଫ ଚିନୁ ଗିରଫ। ଅଭିଯୁକ୍ତର ଘର କଟକ ସଦର ଥାନା ଅନ୍ତର୍ଗତ ଗଙ୍ଗେଶ୍ୱର ଗଡା । ଏହି କେସରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୩ରେ ପହଞ୍ଚିଛି । ପୂର୍ବରୁ ଏହି ଘଟଣାରେ ୧୧ ଜଣ ଗ୍ରାମବାସୀ ଓ ଯୁଦ୍ଧିଷ୍ଟିର ଜେନା ଓରଫ ବଣ୍ଟିକୁ ଗିରଫ କରାଯାଇଥିଲା । ମୁଖ୍ୟ ଅଭିଯୁକ୍ତ ଜଣଙ୍କ ବାଉଁଶରେ ସୌମ୍ୟଙ୍କ ମୁଣ୍ଡ ଓ ଅନ୍ୟ ସମ୍ବେଦନଶୀଳ ଅଙ୍ଗକୁ ମାଡ଼ ମାରିଥିଲା । କମିଶନରେଟ ପୋଲିସ ଏହି ଘଟଣାରେ ପୂର୍ବରୁ ୧୧ ଜଣଙ୍କୁ ଗିରଫ କରିଥିବା ବେଳେ କ୍ରାଇମବ୍ରାଞ୍ଚ ୨ ଜଣଙ୍କୁ ଗିରଫ କରିଛି। ପୂର୍ବରୁ ଥାନା ଓ କ୍ରାଇମସ୍ପଟକୁ ଯାଇ ଅଧିକ ତନାଘନା କରିଥିଲା କ୍ରାଇମବ୍ରାଞ୍ଚ। ଏକାଧିକ ଲୋକଙ୍କ ବୟାନ ରେକର୍ଡ, ସାଇଣ୍ଟିଫିକ ଏଭିଡ଼େନ୍ସ ଜରିଆରେ ଆକ୍ସନ ମୋଡ଼କୁ ଆସିଛି କ୍ରାଇମବ୍ରାଞ୍ଚ। ଏଥିରେ ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ମଧ୍ୟ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ ।