ବିଶ୍ବବିଦ୍ଯାଳୟରେ ପଢାହେବ ‘ମହିମା ଧର୍ମ’, ଭୀମ ଭୋଇଙ୍କ ଜୀବନୀ ଉପରେ ହେବ ଗବେଷଣା

The Sakala Picture
Published On

ଭୁବନେଶ୍ୱର/ସମ୍ବଲପୁର: ସନ୍ଥ କବି ଭୀମ ଭୋଇଙ୍କ ବିଷୟରେ ଗବେଷଣା ହେବ । ଦେଶର ବିଭିନ୍ନ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ସ୍କୁଜି ଓ ପିଜି ପାଠ୍ୟକ୍ରମରେ ଓଡ଼ିଶାର ମହିମା ଧର୍ମ ଓ ସନ୍ଥ କବି ଭୀମ ଭୋଇଙ୍କ ସମ୍ପର୍କରେ ପାଠ ପଢ଼ିବେ। ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ର ପାଠ୍ୟକ୍ରମରେ ଏହାକୁ ସାମିଲ୍ କରିବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୟୁଜିସିକୁ ଶନିବାର ନିର୍ଦେଶ ଦେଇଛନ୍ତି । ମହିମା ଧର୍ମର ବିଶିଷ୍ଟ ପ୍ରଚାରକ ତଥା ଓଡିଆ ଭାଷା ସାହିତ୍ୟ ଓ ଧାର୍ମିକ […]

ଭୁବନେଶ୍ୱର/ସମ୍ବଲପୁର: ସନ୍ଥ କବି ଭୀମ ଭୋଇଙ୍କ ବିଷୟରେ ଗବେଷଣା ହେବ । ଦେଶର ବିଭିନ୍ନ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ସ୍କୁଜି ଓ ପିଜି ପାଠ୍ୟକ୍ରମରେ ଓଡ଼ିଶାର ମହିମା ଧର୍ମ ଓ ସନ୍ଥ କବି ଭୀମ ଭୋଇଙ୍କ ସମ୍ପର୍କରେ ପାଠ ପଢ଼ିବେ। ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ର ପାଠ୍ୟକ୍ରମରେ ଏହାକୁ ସାମିଲ୍ କରିବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୟୁଜିସିକୁ ଶନିବାର ନିର୍ଦେଶ ଦେଇଛନ୍ତି । ମହିମା ଧର୍ମର ବିଶିଷ୍ଟ ପ୍ରଚାରକ ତଥା ଓଡିଆ ଭାଷା ସାହିତ୍ୟ ଓ ଧାର୍ମିକ ସାମାଜିକ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଥିବା ସନ୍ଥ କବି ଭୀମ ଭୋଇଙ୍କ ଜୀବନୀ ଓ ତାଙ୍କ ଦର୍ଶନ ଉପରେ ଅଧିକ ଅଧ୍ୟୟନ କରିବା ପାଇଁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)କୁ ନିର୍ଦ୍ଦେଶ ଦିଆଯାଇଛି। ଶନିବାର ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଠାରେ ସନ୍ଥ କବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ଅବସରରେ ଶ୍ରୀ ପ୍ରଧାନ ଏହି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ

ସେ କହିଛନ୍ତି ଯେ, ଆଗାମୀ ଦିନରେ ସନ୍ଥ କବି ଭୀମ ଭୋଇଙ୍କୁ ଜଣେ ସର୍ବୋତ୍ତମ ବିଚାରକ ଭାବେ ପ୍ରମାଣିତ କରିବା ପାଇଁ ଉଦ୍ୟମ କରାଯିବ। ଭାରତ ସରକାରଙ୍କ ୟୁଜିସି ଏହି ମହାପୁରୁଷଙ୍କ ‘ମହିମା ଧର୍ମ’ର ବିଚାର ସମ୍ପର୍କରେ ଅଧ୍ୟୟନ କରିବ। ଉଚ୍ଚତର ଗବେଷଣା କରାଯିବା ସହ ୟୁଜି(ସ୍ନାତକ) ଓ ପିଜି (ସ୍ନାତକୋତ୍ତର) ପାଠ୍ୟକ୍ରମରେ ମଧ୍ୟ ମହିମା ଧର୍ମ ଓ ସନ୍ଥ କବିଙ୍କ ଜୀବନୀକୁ ଅନ୍ତର୍ଭୁକ୍ତ କରାଯିବ। ଦେଶର ବିଭିନ୍ନ ବିଶ୍ବବିଦ୍ୟାଳୟରେ ଭୀମ ଭୋଇଙ୍କ ନାମରେ ଭୀମ ଭୋଇ ଚେୟାର ମଧ୍ୟ ସ୍ଥାପନ ହେବ।

ଆହୁରି ପଢ଼ନ୍ତୁ: MKCG ମେଡିକାଲ ପରିସର ନର୍ସିଂ ଛାତ୍ରାବାସରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଛାତ୍ର

ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଭୀମ ଭୋଇଙ୍କୁ ସମ୍ମାନ ଦେବା ପାଇଁ ସବୁପ୍ରକାର ଉଦ୍ୟମ କରିବା ପାଇଁ ୟୁଜିସିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହା ଦ୍ବାରା ରେଢ଼ାଖୋଲ ଏବଂ ଓଡ଼ିଶା ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସନ୍ଥ କବିକ ରଚନା ‘ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ” ଏହି କାଳଜୟୀ ବିଚାର ଜାତିସଂଘର ମୁଖ୍ୟାଳୟରେ ମଧ୍ୟ ଲିପିବଦ୍ଧ ହୋଇ ରହିଛି। ତେବେ ବିଶ୍ବ ଏହି ଦର୍ଶନରେ ଅନୁପ୍ରାଣିତ ହେଲେ ସନ୍ଥ କବିଙ୍କ ପ୍ରତି ଓଡ଼ିଶାବାସୀଙ୍କ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର