ଆସୁଛନ୍ତି ମହାମାୟା: ଆଜି ପୀଠେ ସପ୍ତମୀ, ମଣ୍ଡପରେ ଷଷ୍ଠୀ ପୂଜା

The Sakala Picture
Published On

ଭୁବନେଶ୍ବର: ଆସୁଛନ୍ତି ମହାମାୟା । ଉତ୍ସବମୁଖର ସାରା ରାଜ୍ୟ । ସଜେଇ ହୋଇସାରିଲାଣି ସୁଉଚ୍ଚ ତୋରଣ ଓ ଆଖି ଝଲସିଲା ପରି ମେଢ । ଆଜି ପୀଠେ ସପ୍ତମୀ, ମଣ୍ଡପରେ ଷଷ୍ଠୀ ପୂଜା । ବେଲଗଛ ମୂଳେ ଷଷ୍ଠୀ ପୂଜା କରାଯିବା ପରେ ମା’ଙ୍କୁ ମଣ୍ଡପକୁ ଆବାହନ କରାଯିବ । ଏହି ସମୟରେ ବ୍ରତପୂଜା କରିବାର ବିଧି ରହିଛି । କାଲି ସପ୍ତମୀରେ ନଦୀରୁ ପବିତ୍ର ଜଳ ଅଣାଯାଇ ମଣ୍ଡପରେ ମା’ଙ୍କୁ ଚକ୍ଷୁଦାନ କରାଯିବ । ଏହାପରେ […]

ଭୁବନେଶ୍ବର: ଆସୁଛନ୍ତି ମହାମାୟା । ଉତ୍ସବମୁଖର ସାରା ରାଜ୍ୟ । ସଜେଇ ହୋଇସାରିଲାଣି ସୁଉଚ୍ଚ ତୋରଣ ଓ ଆଖି ଝଲସିଲା ପରି ମେଢ । ଆଜି ପୀଠେ ସପ୍ତମୀ, ମଣ୍ଡପରେ ଷଷ୍ଠୀ ପୂଜା । ବେଲଗଛ ମୂଳେ ଷଷ୍ଠୀ ପୂଜା କରାଯିବା ପରେ ମା’ଙ୍କୁ ମଣ୍ଡପକୁ ଆବାହନ କରାଯିବ । ଏହି ସମୟରେ ବ୍ରତପୂଜା କରିବାର ବିଧି ରହିଛି । କାଲି ସପ୍ତମୀରେ ନଦୀରୁ ପବିତ୍ର ଜଳ ଅଣାଯାଇ ମଣ୍ଡପରେ ମା’ଙ୍କୁ ଚକ୍ଷୁଦାନ କରାଯିବ ।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ଏହାପରେ ରବିବାର ଅଷ୍ଟମୀ ପୂଜା ସହ ବ୍ରତ ପୂଜା କରାଯିବାର ପରମ୍ପରା ରହିଛି । ନବମୀରୁ ସନ୍ଧିପୂଜା ସହିତ ବଙ୍ଗୀୟ ମେଢ ଗୁଡିକରେ ସିନ୍ଦୁର ଖେଳ ହେବ । କିଛି ମଣ୍ଡପରେ ଆମିଷ ଭୋଗ କରାଯାଇ ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯାଏ । ଆଜି ମହାଲକ୍ଷ୍ମୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ କଟକ ଗଡଚଣ୍ଡୀ । ସେହିପରି ବଗଲାମୁଖୀ ବେଶରେ ସଜ୍ଜିତ ହେବେ କଟକ ଚଣ୍ଡି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ଦୁଇବର୍ଷ ପରେ ବିନା କଟକଣାରେ ପୂଜା ହେଉଥିବାରୁ ଚଳିତବର୍ଷ ଉତ୍ସାହିତ ଅଛନ୍ତି ଭକ୍ତ । ଅଧିକ ଜନସମାଗମକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ପ୍ରସ୍ତୁତି କରିଛି ପୁଲିସ ପ୍ରଶାସନ ।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର