ଶିମିଳିପାଳରେ ମହାରାଷ୍ଟ୍ର ବାଘୁଣୀ ‘ଯମୁନା’, ଗତିବିଧି ଉପରେ ନଜର ରଖିଛି ବନ ବିଭାଗ…

The Sakala Picture
Published On

ବାରିପଦା: ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ଯମୁନାକୁ ସୋମବାର ସକାଳ ସମୟରେ ଶିମିଳିପାଳ ଅଭୟାରଣ୍ୟରେ ଛଡାଯାଇଛି। ଶିମିଳିପାଳ ଅଭୟାରଣ୍ୟର କୋର‌୍ ଅଞ୍ଚଳରେ ପୂର୍ବ ପ୍ରସ୍ତୁତ ଏନକ୍ଲୋଜରରେ ବାଘୁଣୀକୁ ଛଡ଼ାଯାଇ ଗତିବିଧି ନିରୀକ୍ଷଣ କରାଯାଉଛି। ମହାରାଷ୍ଟ୍ରର ଚନ୍ଦ୍ରଗିରି ଜିଲ୍ଲାର ତଡ଼ବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ଏକ ସ୍ବତନ୍ତ୍ର ଯନ୍ତା ଗାଡ଼ିରେ କଡ଼ା ସୁରକ୍ଷା ମଧ୍ୟରେ ପ୍ରାୟ ୯୦୦ କିଲୋମିଟର ଯାତ୍ରା କରି ଶିମିଳିପାଳରେ ପହଞ୍ଚିଛି। ଏଥିପରେ ସୋମବାର ଭୋର ସମୟରେ ଶିମିଳିପାଳ ଅଭୟାରଣ୍ୟରେ ନୂଆ ଅତିଥି ବାଘୁଣୀ ଯମୁନାକୁ ପ୍ରମୁଖ […]

ବାରିପଦା: ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ଯମୁନାକୁ ସୋମବାର ସକାଳ ସମୟରେ ଶିମିଳିପାଳ ଅଭୟାରଣ୍ୟରେ ଛଡାଯାଇଛି। ଶିମିଳିପାଳ ଅଭୟାରଣ୍ୟର କୋର‌୍ ଅଞ୍ଚଳରେ ପୂର୍ବ ପ୍ରସ୍ତୁତ ଏନକ୍ଲୋଜରରେ ବାଘୁଣୀକୁ ଛଡ଼ାଯାଇ ଗତିବିଧି ନିରୀକ୍ଷଣ କରାଯାଉଛି। ମହାରାଷ୍ଟ୍ରର ଚନ୍ଦ୍ରଗିରି ଜିଲ୍ଲାର ତଡ଼ବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ଏକ ସ୍ବତନ୍ତ୍ର ଯନ୍ତା ଗାଡ଼ିରେ କଡ଼ା ସୁରକ୍ଷା ମଧ୍ୟରେ ପ୍ରାୟ ୯୦୦ କିଲୋମିଟର ଯାତ୍ରା କରି ଶିମିଳିପାଳରେ ପହଞ୍ଚିଛି। ଏଥିପରେ ସୋମବାର ଭୋର ସମୟରେ ଶିମିଳିପାଳ ଅଭୟାରଣ୍ୟରେ ନୂଆ ଅତିଥି ବାଘୁଣୀ ଯମୁନାକୁ ପ୍ରମୁଖ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ (ପିସିସିଏଫ) ୱାଇଲଡ଼ ଲାଇଫ ସୁଶାନ୍ତ ନନ୍ଦ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗୀନେନି ଏବଂ ଅନ୍ୟାନ୍ୟ ବନ ଅଧିକାରୀ ମାନଙ୍କ ଉପସ୍ଥିତିରେ ଛଡାଯାଇଛି।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

ତେବେ ବାଘୁଣୀଟିର ବୟସ ୨ବର୍ଷ ୭ମାସ ହୋଇଥିବା ବେଳେ ତାହାର ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଛି। ବାଘୁଣୀ ଯମୁନା ସମ୍ପୂର୍ଣ୍ଣ ସୁସ୍ଥ ମଧ୍ୟ ରହିଛି। ଯନ୍ତା ଖୋଲିବା ମାତ୍ରେ ଯମୁନା ଏନକ୍ଲୋଜର ମଧ୍ୟକୁ ଲମ୍ପ ମାରି ସୁନ୍ଦର ଭାବେ ଚଳପ୍ରଚଳ କରୁଥିବାର ପରିଲକ୍ଷିତ ହୋଇଛି। ସ୍ୱତନ୍ତ୍ର ତାଲିମପ୍ରାପ୍ତ ଏକ ଟିମ ଏନକ୍ଲୋଜର ମଧ୍ୟରେ ବାଘୁଣୀ ଯମୁନାର ପ୍ରାୟ ସପ୍ତାହକ ଧରି ତାହାର ଗତିବିଧି ଓ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିବେ। ସପ୍ତାହେ ପରେ ପିସିସିଏଫଙ୍କ ନିର୍ଦ୍ଦେଶକ୍ରମେ ଟ୍ରାପ ଚିପ ଲଗାଯାଇ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଛଡ଼ାଯିବ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

ଶିମିଳିପାଳ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ଲକ୍ଷ୍ୟରେ ଏନଟିସିଏର ଅନୁମତିକ୍ରମେ ବାଘୁଣୀକୁ ମ‌ହାରାଷ୍ଟ୍ରରୁ ଅଣାଯାଇଛି। ଶିମିଳିପାଳ ଅଭୟାରଣ୍ୟର ଜଳବାୟୁ ବାଘ ମାନଙ୍କ ପାଇଁ ଉପଯୁକ୍ତ ସ୍ଥାନ ଅଟେ ବୋଲି ପିସିସିଏଫ ଶ୍ରୀ ନନ୍ଦ କହିଛନ୍ତି। ବହୁ ପୂର୍ବରୁ ଶିମିଳିପାଳ ଅଭୟାରଣ୍ୟରେ ପାଖାପାଖି ୧୦୦ ବାଘ ଥିବା ପିସିସିଏଫ କହିଛନ୍ତି। ସରୋଜ ରାୟ ଚୌଧୁରୀଙ୍କ ସମୟରେ ବି ଶିମିଳିପାଳ ଅଭୟାରଣ୍ୟରେ ୬୦ରୁ ଉର୍ଦ୍ଧ୍ବ ବାଘ ଥିଲେ। ଶିମିଳିପାଳର ଜଳବାୟୁରେ ବେଶ ଖାପ ଖୁଆଇ ବାଘ ରହିପାରିବେ ବୋଲି ପିସିସିଏଫ ଶ୍ରୀ ନନ୍ଦ ପ୍ରତିକ୍ରିୟା ଦେଇ କହିଛନ୍ତି। ତେବେ ବର୍ତ୍ତମାନ ଶିମିଳିପାଳ ଅଭୟାରଣ୍ୟରେ ବାଘ ଓ ବାଘ ଛୁଆଙ୍କୁ ମିଶାଇ ୪୦ରୁ ଉର୍ଦ୍ଧ୍ବ ରହିଥିବା ବେଳେ ବାଘୁଣୀ ଯମୁନା ଏଠାରେ ଖାପ ଖୁଆଇ ରହିପାରିବ।ଶିମିଳିପାଳ ଅଭୟାରଣ୍ୟକୁ ଦୁଇଟି ବାଘୁଣୀ ଆସିବାକୁ ଥିବା ବେଳେ ବର୍ତ୍ତମାନ ଗୋଟିଏ ଆସିଛି, ଆଗକୁ ଅନ୍ୟ ଏକ ପର୍ଯ୍ୟାୟରେ ଆଉ ଏକ ବାଘ ଆସିବ ବୋଲି ପିସିସିଏଫ ଶ୍ରୀ ନନ୍ଦ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର