ସଙ୍କଟରେ ଉଦ୍ଧବ ସରକାର, ମିଳୁନାହାନ୍ତି ଶିବସେନାର ଅନେକ ବିଧାୟକ

The Sakala Picture
Published On

ପୁଣେ: ସଙ୍କଟରେ ଉଦ୍ଧବ ସରକାର। ଏମଏଲସି ନିର୍ବାଚନ ପରେ ଶାସକ ଦଳର ୨୫ ବିଧାୟକ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି । ୨୫ ବିଧାୟକଙ୍କ ଭିତରେ ଅଛନ୍ତି ଶିବସେନାର ବରିଷ୍ଠ ନେତା ତଥା ଉଦ୍ଧବ ସରକାରରେ ମନ୍ତ୍ରୀ ଥିବା ଏକନାଥ ସିନ୍ଧେ । ଏମଏଲସି ନିର୍ବାଚନ ପରେ ଏକନାଥଙ୍କ କୌଣସି ଖବର ନଥିଲା । ଏବେ ଏକନାଥଙ୍କ ସହ ଅନ୍ୟ ସମସ୍ତ ବିଧାୟକ ଗୁଜରାଟର ଏକ ହୋଟେଲରେ ଥିବା କୁହାଯାଉଛି । ସୂଚନା ଅନୁଯାୟୀ, ମହାରାଷ୍ଟ୍ର ଏମଏଲସି ନିର୍ବାଚନରେ ୧୦ଆସନରୁ […]

ପୁଣେ: ସଙ୍କଟରେ ଉଦ୍ଧବ ସରକାର। ଏମଏଲସି ନିର୍ବାଚନ ପରେ ଶାସକ ଦଳର ୨୫ ବିଧାୟକ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି । ୨୫ ବିଧାୟକଙ୍କ ଭିତରେ ଅଛନ୍ତି ଶିବସେନାର ବରିଷ୍ଠ ନେତା ତଥା ଉଦ୍ଧବ ସରକାରରେ ମନ୍ତ୍ରୀ ଥିବା ଏକନାଥ ସିନ୍ଧେ । ଏମଏଲସି ନିର୍ବାଚନ ପରେ ଏକନାଥଙ୍କ କୌଣସି ଖବର ନଥିଲା । ଏବେ ଏକନାଥଙ୍କ ସହ ଅନ୍ୟ ସମସ୍ତ ବିଧାୟକ ଗୁଜରାଟର ଏକ ହୋଟେଲରେ ଥିବା କୁହାଯାଉଛି ।

ଆହୁରି ପଢ଼ନ୍ତୁ: ଆସନ୍ତା ୨୦ ବେଳକୁ ପୁଣି ଏକ ଲଘୁଚାପ ଆଶଙ୍କା, ୧୮ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷାର ପ୍ରଭାବ

ସୂଚନା ଅନୁଯାୟୀ, ମହାରାଷ୍ଟ୍ର ଏମଏଲସି ନିର୍ବାଚନରେ ୧୦ଆସନରୁ ୫ଟି ବିଜେପି  ହାତକୁ ଯାଇଛି । ଏହି ନିର୍ବାଚନରେ ଶିବସେନା ଓ କଂଗ୍ରେସ ବିଧାୟକଙ୍କ ମଧ୍ୟରେ କ୍ରସ ଭୋଟିଂ ହୋଇଥିବା ବେଳେ ବିଜେପି ଏହାର ଫାଇଦା ଉଠାଇଛି । କ୍ରସ ଭୋଟିଂ ଓ ନିର୍ବାଚନ ରେଜଲ୍ଟକୁ ନେଇ ଏକନାଥ ସିନ୍ଧେ ଖୁସି ନଥିବା କୁହାଯାଉଛି ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଚିକେନ୍ ଦୋକାନୀଙ୍କୁ ହତ୍ୟା, ପୁଅ ଗୁରୁତର

ସୂଚନା ଅନୁସାରେ ଏକନାଥ ସିନ୍ଧେ ଦାବି କରୁଛନ୍ତି ଯେ, ତାଙ୍କ ସପକ୍ଷରେ ୨୦ ଜଣ ବିଧାୟକ ଅଛନ୍ତି । ଅନ୍ୟପଟେ ଆଜି ଅପରାହ୍ମରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବୈଠକ ଡାକିଛନ୍ତି । ଏହି ବୈଠକରେ ସମସ୍ତେ ଉପସ୍ଥିତ ରହିବାକୁ କୁହାଯାଇଛି । ସେପଟେ ରାଜନୈତିକ ସଙ୍କଟକୁ ନେଇ ମହାରାଷ୍ଟ୍ରରେ ଏକନାଥଙ୍କ ଘର ଆଗରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଆହୁରି ପଢ଼ନ୍ତୁ: ଚୁଡାନ୍ତ ଭୋଟର ତାଲିକା ପ୍ରକାଶ: ମୟୂରଭଞ୍ଜ ଜିଲ୍ଲାରେ ଭୋଟର ସଂଖ୍ୟା ୧୮.୩୭ଲକ୍ଷ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର