ଫୁଲୁଛି ମହାନଦୀ, ଜିଲ୍ଲାପାଳମାନଙ୍କୁ ସତର୍କ କରାଇଲେ ଏସଆରସି

The Sakala Picture
Published On

ଭୁବନେଶ୍ବର: ଫୁଲୁଛି ମହାନଦୀ। ଲଗାଣ ବର୍ଷା ହେବା ଫଳରେ ଧୀରେଧୀରେ ମହାନଦୀରେ ଜଳସ୍ତର ବଢିବାରେ ଲାଗିଛି। ଜଳସ୍ତର ବଢିବା ଯୋଗୁଁ ତିଗିରିଆ ସୋମପଡାରୁ ଖଣ୍ଡହତା ଗାଁକୁ ଯୋଗ କରୁଥିବା ବଡବନ୍ଧିଆଣି ରାସ୍ତା ସହ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଏହି ରାସ୍ତା ଦେଇ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଛି। ବାଙ୍କିର ହୁଳୁହୁଳା ପୋଲ ଦେଇ ମହାନଦୀର ବନ୍ୟାଜଳ ପଶି ତିଗିରିଆ ଓ ଉତ୍ତରବାଙ୍କୀ ଅଞ୍ଚଳର ହଜାର ହଜାର ଏକର ଚାଷ […]

ଭୁବନେଶ୍ବର: ଫୁଲୁଛି ମହାନଦୀ। ଲଗାଣ ବର୍ଷା ହେବା ଫଳରେ ଧୀରେଧୀରେ ମହାନଦୀରେ ଜଳସ୍ତର ବଢିବାରେ ଲାଗିଛି। ଜଳସ୍ତର ବଢିବା ଯୋଗୁଁ ତିଗିରିଆ ସୋମପଡାରୁ ଖଣ୍ଡହତା ଗାଁକୁ ଯୋଗ କରୁଥିବା ବଡବନ୍ଧିଆଣି ରାସ୍ତା ସହ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଏହି ରାସ୍ତା ଦେଇ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଛି। ବାଙ୍କିର ହୁଳୁହୁଳା ପୋଲ ଦେଇ ମହାନଦୀର ବନ୍ୟାଜଳ ପଶି ତିଗିରିଆ ଓ ଉତ୍ତରବାଙ୍କୀ ଅଞ୍ଚଳର ହଜାର ହଜାର ଏକର ଚାଷ ଜମି ବୁଡି ରହିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ଆଜି ସକାଳ ୮ଟା ସୁଦ୍ଧା ମହାନଦୀ ନଦୀରେ ୫.୭୮ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ସମ୍ବଲପୁର, ସୋନେପୁର, ନୟାଗଡ଼, ଅନୁଗୁଳ, ବୌଦ୍ଧ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହହପୁର ଓ କେନ୍ଦ୍ରାପଡା ଆଦି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ତଳିଆ ଅଞ୍ଚଳର ଲୋକଙ୍କୁ ବିଶେଷ ଧ୍ୟାନ ଦିଆଯିବ। କିଛି ଗାଁକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବାର ସମ୍ଭାବନା ରହିଛି। ଯେକୌଣସି ଅପ୍ରୀତିକର ଘଟଣା ଘଟିଲେ ତୁରନ୍ତ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାଣି ପଶିଥିବା ରାସ୍ତା ଓ ପୋଲ ଉପରୋ ଯାତାୟାତ ନ କରିବାକୁ ପରାମର୍ଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: MKCG ମେଡିକାଲ ପରିସର ନର୍ସିଂ ଛାତ୍ରାବାସରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଛାତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର