ଦୃଶ୍ୟମାନ ହେଲା ଚଳିତ ବର୍ଷର ଶେଷ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ, ପୃଥିବୀର ବିଭିନ୍ନ ସ୍ଥାନ ସମେତ ଭାରତରେ ଗ୍ରହଣ ଦୃଶ୍ୟମାନ

The Sakala Picture
Published On

ଭୁବନେଶ୍ୱର: ଦୃଶ୍ୟମାନ ହେଲା ଚଳିତ ବର୍ଷର ଶେଷ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ । ପୃଥିବୀର ବିଭିନ୍ନ ସ୍ଥାନ ସମେତ ଭାରତରେ ଗ୍ରହଣ ଦୃଶ୍ୟମାନ ହୋଇଛି । ରାତି ୧ଟା ୦୫ମି ୨୩ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିଥିବାବେଳେ ୨ ଟା ୨୪ ମିନିଟ ୨ ସେକେଣ୍ଡ ଯାଏ ଦୃଶ୍ୟମାନ ହୋଇଥିଲା । ଚନ୍ଦ୍ରଗ୍ରହଣର ଅବଧି ଥିଲା ୧ଘଣ୍ଟା ୧୯ ମିନିଟ ୭ ସେକେଣ୍ଡ । ସର୍ବମୋକ୍ଷ ପରେ ମନ୍ଦିରମାନଙ୍କରେ ନୀତିକାନ୍ତି ଆରମ୍ଭ ହୋଇଛି । ଭାରତ ସମେତ ଏସିଆ, […]

ଭୁବନେଶ୍ୱର: ଦୃଶ୍ୟମାନ ହେଲା ଚଳିତ ବର୍ଷର ଶେଷ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ । ପୃଥିବୀର ବିଭିନ୍ନ ସ୍ଥାନ ସମେତ ଭାରତରେ ଗ୍ରହଣ ଦୃଶ୍ୟମାନ ହୋଇଛି । ରାତି ୧ଟା ୦୫ମି ୨୩ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିଥିବାବେଳେ ୨ ଟା ୨୪ ମିନିଟ ୨ ସେକେଣ୍ଡ ଯାଏ ଦୃଶ୍ୟମାନ ହୋଇଥିଲା । ଚନ୍ଦ୍ରଗ୍ରହଣର ଅବଧି ଥିଲା ୧ଘଣ୍ଟା ୧୯ ମିନିଟ ୭ ସେକେଣ୍ଡ । ସର୍ବମୋକ୍ଷ ପରେ ମନ୍ଦିରମାନଙ୍କରେ ନୀତିକାନ୍ତି ଆରମ୍ଭ ହୋଇଛି । ଭାରତ ସମେତ ଏସିଆ, ୟୁରୋପ, ଆଫ୍ରକା, ଆମେରିକା ସହ ବିଭିନ୍ନ ମହାଦେଶରେ ଦେଖିବାକୁ ମିଳିଥିଲା ନିଆରା ଦୃଶ୍ୟ । ଶାସ୍ତ୍ର ଅନୁସାରେ, ଗ୍ରହଣର ୯ଘଂଟା ପୂର୍ବରୁ ଅର୍ଥାତ୍ ଶନିବାର ଅପରାହ୍ଣ ୪ଟା ୪ ମିନିଟ ୫୫ ସେକେଣ୍ଡରୁ ରାତି ୨ ଟା ୨୪ ମିନିଟ୍ ୨ ସେକେଣ୍ଡ ପର୍ଯ୍ୟନ୍ତ ପାକତ୍ୟାଗ ସହିତ ଅନ୍ନ ଭୋଜନ ଓ ଦେବନୀତି ନିଷିଦ୍ଧ ପାଇଁ ପରାମର୍ଶ ରହିଥିଲା ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ତେବେ ଚନ୍ଦ୍ରଗ୍ରହଣ ଅବସରରେ କିଛି ହେତୁବାଦୀ ସଙ୍ଗଠନ ପାକ ନିଷେଧ ଓ ହାଣ୍ଡି ଛାଡ଼କୁ ବିରୋଧ କରି ସାମୂହିକ ଭାବେ ଭୋଜନ କରିଛନ୍ତି । ହେତୁବାଦୀ ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ, ଚନ୍ଦ୍ରଗ୍ରହଣ ସମୟରେ ଆହାର ନିଷେଧ ଆଦୌ ବିଜ୍ଞାନ ସମ୍ମତ ନୁହେଁ । ଏହା କେବଳ ସମାଜର ଏକ ଅନ୍ଧବିଶ୍ୱାସ ।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର