ଆଜି ସୃଷ୍ଟିହେବ ଲଘୁଚାପ; ୪୮ ଘଣ୍ଟାରେ ଅବପାତ, ୩ ରୁ ୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା

The Sakala Picture
Published On

ଭୁବନେଶ୍ୱର: ଓଡ଼ିଶା ପାଇଁ ବାତ୍ୟା ଭୟ ବଢ଼ିବାରେ ଲାଗିଛି। ବାତ୍ୟାର ତୀବ୍ରତା କେତେ ରହିବ ତାହା ସ୍ପଷ୍ଟ ହୋଇ ନ ଥିଲେ ହେଁ ୩୦ ତାରିଖ ସୃଷ୍ଟି ହେବାକୁ ଥିବା ଲଘୁଚାପଟି ବାତ୍ୟାରେ ପରିଣତ ହେବା ଆପାତତଃ ନିଶ୍ଚିତ ବୋଲି କୁହାଯାଉଛି। ବାତ୍ୟାର ଗତି ପଥ ନେଇ ବିଭିନ୍ନ ସଂସ୍ଥା ଭିନ୍ନ ଭିନ୍ନ ମତ ଦେଉଛନ୍ତି । ତେଣୁ ସମସ୍ତଙ୍କ ନଜର ଭାରତୀୟ ପାଣିପାଗ ବିଭାଗ ଉପରେ ହିଁ ରହିଛି। ଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ […]

ଭୁବନେଶ୍ୱର: ଓଡ଼ିଶା ପାଇଁ ବାତ୍ୟା ଭୟ ବଢ଼ିବାରେ ଲାଗିଛି। ବାତ୍ୟାର ତୀବ୍ରତା କେତେ ରହିବ ତାହା ସ୍ପଷ୍ଟ ହୋଇ ନ ଥିଲେ ହେଁ ୩୦ ତାରିଖ ସୃଷ୍ଟି ହେବାକୁ ଥିବା ଲଘୁଚାପଟି ବାତ୍ୟାରେ ପରିଣତ ହେବା ଆପାତତଃ ନିଶ୍ଚିତ ବୋଲି କୁହାଯାଉଛି। ବାତ୍ୟାର ଗତି ପଥ ନେଇ ବିଭିନ୍ନ ସଂସ୍ଥା ଭିନ୍ନ ଭିନ୍ନ ମତ ଦେଉଛନ୍ତି । ତେଣୁ ସମସ୍ତଙ୍କ ନଜର ଭାରତୀୟ ପାଣିପାଗ ବିଭାଗ ଉପରେ ହିଁ ରହିଛି। ଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଧୀରେ ଧୀରେ ସମ୍ଭାବ୍ୟ ସ୍ଥିତି ସମ୍ପର୍କରେ ସୂଚନା ଦିଆଯାଉଛି। ସୋମବାର ଆଇଏମଡି ନିଜ ବୁଲେଟିନ୍‌ରେ ଦର୍ଶାଇଛି ଯେ ୩୦ ତାରିଖରେ ଲଘୁଚାପ ସୃଷ୍ଟି ହୋଇ ପରବର୍ତ୍ତି ୪୮ ଘଣ୍ଟାରେ ଅବପାତର ରୂପ ନେବ । ତେଣୁ ୧ କିମ୍ବା ୨ ତାରିଖ ସୁଦ୍ଧା ସମ୍ଭାବ୍ୟ ବାତ୍ୟା କେଉଁଠାରେ ସ୍ଥଳଭାଗ ଅତିକ୍ରମ କରିବ ତାହା ବିଭାଗ ସ୍ପଷ୍ଟ କରିବ ବୋଲି ଆକଳନ କରାଯାଉଛି। ଏହି ଲଘୁଚାପଟି ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବାକୁ ଥିବାରୁ ଏହା ଆନ୍ଧ୍ର ପ୍ରଦେଶଠାରୁ ଆରମ୍ଭ କରି ବଙ୍ଗଲାଦେଶ ପର୍ଯ୍ୟନ୍ତ ଯେକୌଣସି ସ୍ଥାନରେ ସ୍ଥଳଭାଗ ଅତିକ୍ରମ କରିବାର ଆଶଙ୍କା ରହିଛି। ସେହିପରି ସମ୍ଭାବ୍ୟ ବାତ୍ୟା ପ୍ରଥମେ ପଶ୍ଚିମ ଓ ପରେ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ତେଣୁ ବାତ୍ୟାର ଗତି ପରିବର୍ତ୍ତନ ପ୍ରକ୍ରିୟା ହିଁ ଏକ ଗୁରୁତ୍ବପୂର୍ଣ ଭୂମିକା ନେବ ବୋଲି ଆକଳନ କରାଯାଇଛି।

ଆହୁରି ପଢ଼ନ୍ତୁ: ଜନଗଣନା କରିବାକୁ ଯାଇ ଶିକ୍ଷୟିତ୍ରୀ ନିଖୋଜ, ତିନି ଦିନ ହେଲା ମିଳୁନି ପତ୍ତା

ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ମଙ୍ଗଳବାର ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପ ପରବର୍ତ୍ତି ସମୟରେ ବାତ୍ୟାର ରୂପ ନେବ । ଏହାର ନାମ ‘ଜୱାଦ’ ରହିବ। ୪ ତାରିଖରେ ଏହା ସ୍ଥଳଭାଗ ଅତିକ୍ରମ କରିବ ତେବେ ଏହାର ଗତିପଥ ଓ କେତେ ଘନୀଭୂତ ଏବଂ କେଉଁଠାରେ ସ୍ଥଳଭାଗ ଅତିକ୍ରମ କରିବ ତାହା ସ୍ପଷ୍ଟ ହୋଇନାହିଁ। ସମ୍ଭବତଃ ଏହା ଆନ୍ଧ୍ର ଉତ୍ତର ଉପକୂଳ ବିଶାଖାପାଟ୍ଟଣାଠୁ ବାଲେଶ୍ବର ମଧ୍ୟରେ ସ୍ଥଳଭାଗ ଛୁଇଁପାରେ। ମାତ୍ର ଯେଉଁଠାରେ ଏହା ସ୍ଥଳଭାଗ ଛୁଇଁଲେ ମଧ୍ୟ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବ। କେତେକ ସ୍ଥାନରେ ୧୫୦-୨୦୦ ମିମି ବର୍ଷା ହୋଇପାରେ। ବାତ୍ୟାର ନିର୍ଦ୍ଦିଷ୍ଟ ଗତି ପଥ, ନର୍ଦ୍ଦିଷ୍ଟ ସ୍ଥଳଭାଗ ଛୁଇଁବାର ସ୍ଥାନ ଓ କେତେ ଘନୀଭୂତ ହେବ ତାହା ମଙ୍ଗଳବାର ପରେ ଅଧିକ ସ୍ପଷ୍ଟ ହେବ। ତେବେ ୧ ସୁଦ୍ଧା ଗଭୀର ଅବପାତ ଓ ୨ ସୁଦ୍ଧା ଏହା ବାତ୍ୟାରେ ପରିଣତ ହୋଇ ୩ରେ ଭୀଷଣ ବାତ୍ୟାର ରୂପ ନେବ । ଏହା ପରେ ଦୀଗ ପରିବର୍ତ୍ତନ କରି ସ୍ଥଳଭାଗ ଛୁଇଁବା ପୂର୍ବରୁ ଦୁର୍ବଳ ହେବାର ଆକଳନ କରାଯାଇଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଜନ୍ମ ପ୍ରମାଣପତ୍ର ପାଇଁ ଗରିବଙ୍କୁ ଲୁଟୁଛନ୍ତି ସରକାରୀ ବାବୁ, ୭୦ ଟଙ୍କା ପରିବର୍ତ୍ତେ ନେଉଛନ୍ତି ୯୦୦

ସେହିପରି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି ଯେ ଏହା ୨ ସୁଦ୍ଧା ଅବପାତର ରୂପ ନେଇ ୩ ତାରିଖ ରାତି ସୁଦ୍ଧା ବାତ୍ୟାରେ ପରିଣତ ହୋଇପାରେ। ୪ ତାରିଖ ସୁଦ୍ଧା ଏହା ଆନ୍ଧ୍ରପ୍ରଦେଶ କିମ୍ବା ଆନ୍ଧ୍ର ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁପାରେ । ତେବେ ଏହା ଦ୍ବାରା ୩ ତାରିଖ ଅପରାହ୍ନଠାରୁ ରାଜ୍ୟରେ ବର୍ଷା ବଢ଼ିବ । ୩-୫ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ସେ ଆକଳନ କରିଛନ୍ତି। ତେବେ ଏହା ବାତ୍ୟାରେ ପରିଣତ ହେଲେ ୯୦ କିମି ପର୍ଯ୍ୟନ୍ତ ପବନ ଯାଇପାରେ ବୋଲି ସେ କହିଛନ୍ତି। ତେବେ ରାଜ୍ୟରେ ୩ ତାରିଖରେ ବର୍ଷାର ପରିମାଣ ବଢ଼ିଯିବ। ସେହିଦିନ ଗଜପତି, ଗଞ୍ଜାମ ଓ ପୁରୀରେ ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏଥିପାଇଁ ଏହି ୩ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଅନ୍ୟପଟେ ବିଭିନ୍ନ ମଡେଲ୍ ଏହି ବାତ୍ୟା ଓଡ଼ିଶାରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଆକଳନ କରୁଥିବା ବେଳେ କିଛି ମଡେଲ୍ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ମାଡ଼ ହେବା କଥା କହୁଛନ୍ତି। ଏମିତି କି ଏହା ବଙ୍ଗଲାଦେଶ ଯାଇପାରେ ବୋଲି ମଧ୍ୟ କୁହାଯାଉଛି। ସାଧାରଣତଃ ଲଘୁଚାପ ସୃଷ୍ଟି ପରେ ବାତ୍ୟା ସମ୍ପର୍କରେ ଜଣାପଡ଼ୁଥିବା ବେଳେ ଅବପାତ ସୃଷ୍ଟି ହେବା ପରେ ହିଁ ସଠିକ୍ ଗତିପଥ ଆକଳନ କରାଯାଇଥାଏ। ଆଇଏମଡି ମଧ୍ୟ ଏହି ଆଧାରରେ ନିଜର ବୁଲେଟିନ୍ ଜରିଆରେ ସୂଚନା ଦେଇଥାଏ। ତେଣୁ ବର୍ତ୍ତମାନ ପର୍ଯ୍ୟନ୍ତ ଲଘୁଚାପ କିମ୍ବା ଅବପାତ ହୋଇ ନ ଥିବାରୁ ଏହି ସ୍ଥିତିରେ ପରିବର୍ତ୍ତନ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ଜନଗଣନା-୨୦୨୭ ପାଇଁ ରାଜସ୍ବ ବିଭାଗର SOP ଜାରି, ଗଣନାକାରୀ ସରକାରୀ ପରିଚୟପତ୍ର ପିନ୍ଧିବା ଜରୁରୀ

30 Nov 2021 By The Sakala

ଆଜି ସୃଷ୍ଟିହେବ ଲଘୁଚାପ; ୪୮ ଘଣ୍ଟାରେ ଅବପାତ, ୩ ରୁ ୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା

ଭୁବନେଶ୍ୱର: ଓଡ଼ିଶା ପାଇଁ ବାତ୍ୟା ଭୟ ବଢ଼ିବାରେ ଲାଗିଛି। ବାତ୍ୟାର ତୀବ୍ରତା କେତେ ରହିବ ତାହା ସ୍ପଷ୍ଟ ହୋଇ ନ ଥିଲେ ହେଁ ୩୦ ତାରିଖ ସୃଷ୍ଟି ହେବାକୁ ଥିବା ଲଘୁଚାପଟି ବାତ୍ୟାରେ ପରିଣତ ହେବା ଆପାତତଃ ନିଶ୍ଚିତ ବୋଲି କୁହାଯାଉଛି। ବାତ୍ୟାର ଗତି ପଥ ନେଇ ବିଭିନ୍ନ ସଂସ୍ଥା ଭିନ୍ନ ଭିନ୍ନ ମତ ଦେଉଛନ୍ତି । ତେଣୁ ସମସ୍ତଙ୍କ ନଜର ଭାରତୀୟ ପାଣିପାଗ ବିଭାଗ ଉପରେ ହିଁ ରହିଛି। ଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଧୀରେ ଧୀରେ ସମ୍ଭାବ୍ୟ ସ୍ଥିତି ସମ୍ପର୍କରେ ସୂଚନା ଦିଆଯାଉଛି। ସୋମବାର ଆଇଏମଡି ନିଜ ବୁଲେଟିନ୍‌ରେ ଦର୍ଶାଇଛି ଯେ ୩୦ ତାରିଖରେ ଲଘୁଚାପ ସୃଷ୍ଟି ହୋଇ ପରବର୍ତ୍ତି ୪୮ ଘଣ୍ଟାରେ ଅବପାତର ରୂପ ନେବ । ତେଣୁ ୧ କିମ୍ବା ୨ ତାରିଖ ସୁଦ୍ଧା ସମ୍ଭାବ୍ୟ ବାତ୍ୟା କେଉଁଠାରେ ସ୍ଥଳଭାଗ ଅତିକ୍ରମ କରିବ ତାହା ବିଭାଗ ସ୍ପଷ୍ଟ କରିବ ବୋଲି ଆକଳନ କରାଯାଉଛି। ଏହି ଲଘୁଚାପଟି ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବାକୁ ଥିବାରୁ ଏହା ଆନ୍ଧ୍ର ପ୍ରଦେଶଠାରୁ ଆରମ୍ଭ କରି ବଙ୍ଗଲାଦେଶ ପର୍ଯ୍ୟନ୍ତ ଯେକୌଣସି ସ୍ଥାନରେ ସ୍ଥଳଭାଗ ଅତିକ୍ରମ କରିବାର ଆଶଙ୍କା ରହିଛି। ସେହିପରି ସମ୍ଭାବ୍ୟ ବାତ୍ୟା ପ୍ରଥମେ ପଶ୍ଚିମ ଓ ପରେ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ତେଣୁ ବାତ୍ୟାର ଗତି ପରିବର୍ତ୍ତନ ପ୍ରକ୍ରିୟା ହିଁ ଏକ ଗୁରୁତ୍ବପୂର୍ଣ ଭୂମିକା ନେବ ବୋଲି ଆକଳନ କରାଯାଇଛି।

ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ମଙ୍ଗଳବାର ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପ ପରବର୍ତ୍ତି ସମୟରେ ବାତ୍ୟାର ରୂପ ନେବ । ଏହାର ନାମ ‘ଜୱାଦ’ ରହିବ। ୪ ତାରିଖରେ ଏହା ସ୍ଥଳଭାଗ ଅତିକ୍ରମ କରିବ ତେବେ ଏହାର ଗତିପଥ ଓ କେତେ ଘନୀଭୂତ ଏବଂ କେଉଁଠାରେ ସ୍ଥଳଭାଗ ଅତିକ୍ରମ କରିବ ତାହା ସ୍ପଷ୍ଟ ହୋଇନାହିଁ। ସମ୍ଭବତଃ ଏହା ଆନ୍ଧ୍ର ଉତ୍ତର ଉପକୂଳ ବିଶାଖାପାଟ୍ଟଣାଠୁ ବାଲେଶ୍ବର ମଧ୍ୟରେ ସ୍ଥଳଭାଗ ଛୁଇଁପାରେ। ମାତ୍ର ଯେଉଁଠାରେ ଏହା ସ୍ଥଳଭାଗ ଛୁଇଁଲେ ମଧ୍ୟ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବ। କେତେକ ସ୍ଥାନରେ ୧୫୦-୨୦୦ ମିମି ବର୍ଷା ହୋଇପାରେ। ବାତ୍ୟାର ନିର୍ଦ୍ଦିଷ୍ଟ ଗତି ପଥ, ନର୍ଦ୍ଦିଷ୍ଟ ସ୍ଥଳଭାଗ ଛୁଇଁବାର ସ୍ଥାନ ଓ କେତେ ଘନୀଭୂତ ହେବ ତାହା ମଙ୍ଗଳବାର ପରେ ଅଧିକ ସ୍ପଷ୍ଟ ହେବ। ତେବେ ୧ ସୁଦ୍ଧା ଗଭୀର ଅବପାତ ଓ ୨ ସୁଦ୍ଧା ଏହା ବାତ୍ୟାରେ ପରିଣତ ହୋଇ ୩ରେ ଭୀଷଣ ବାତ୍ୟାର ରୂପ ନେବ । ଏହା ପରେ ଦୀଗ ପରିବର୍ତ୍ତନ କରି ସ୍ଥଳଭାଗ ଛୁଇଁବା ପୂର୍ବରୁ ଦୁର୍ବଳ ହେବାର ଆକଳନ କରାଯାଇଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।

ସେହିପରି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି ଯେ ଏହା ୨ ସୁଦ୍ଧା ଅବପାତର ରୂପ ନେଇ ୩ ତାରିଖ ରାତି ସୁଦ୍ଧା ବାତ୍ୟାରେ ପରିଣତ ହୋଇପାରେ। ୪ ତାରିଖ ସୁଦ୍ଧା ଏହା ଆନ୍ଧ୍ରପ୍ରଦେଶ କିମ୍ବା ଆନ୍ଧ୍ର ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁପାରେ । ତେବେ ଏହା ଦ୍ବାରା ୩ ତାରିଖ ଅପରାହ୍ନଠାରୁ ରାଜ୍ୟରେ ବର୍ଷା ବଢ଼ିବ । ୩-୫ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ସେ ଆକଳନ କରିଛନ୍ତି। ତେବେ ଏହା ବାତ୍ୟାରେ ପରିଣତ ହେଲେ ୯୦ କିମି ପର୍ଯ୍ୟନ୍ତ ପବନ ଯାଇପାରେ ବୋଲି ସେ କହିଛନ୍ତି। ତେବେ ରାଜ୍ୟରେ ୩ ତାରିଖରେ ବର୍ଷାର ପରିମାଣ ବଢ଼ିଯିବ। ସେହିଦିନ ଗଜପତି, ଗଞ୍ଜାମ ଓ ପୁରୀରେ ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏଥିପାଇଁ ଏହି ୩ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଅନ୍ୟପଟେ ବିଭିନ୍ନ ମଡେଲ୍ ଏହି ବାତ୍ୟା ଓଡ଼ିଶାରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଆକଳନ କରୁଥିବା ବେଳେ କିଛି ମଡେଲ୍ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ମାଡ଼ ହେବା କଥା କହୁଛନ୍ତି। ଏମିତି କି ଏହା ବଙ୍ଗଲାଦେଶ ଯାଇପାରେ ବୋଲି ମଧ୍ୟ କୁହାଯାଉଛି। ସାଧାରଣତଃ ଲଘୁଚାପ ସୃଷ୍ଟି ପରେ ବାତ୍ୟା ସମ୍ପର୍କରେ ଜଣାପଡ଼ୁଥିବା ବେଳେ ଅବପାତ ସୃଷ୍ଟି ହେବା ପରେ ହିଁ ସଠିକ୍ ଗତିପଥ ଆକଳନ କରାଯାଇଥାଏ। ଆଇଏମଡି ମଧ୍ୟ ଏହି ଆଧାରରେ ନିଜର ବୁଲେଟିନ୍ ଜରିଆରେ ସୂଚନା ଦେଇଥାଏ। ତେଣୁ ବର୍ତ୍ତମାନ ପର୍ଯ୍ୟନ୍ତ ଲଘୁଚାପ କିମ୍ବା ଅବପାତ ହୋଇ ନ ଥିବାରୁ ଏହି ସ୍ଥିତିରେ ପରିବର୍ତ୍ତନ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର