୪ରେ ଘୂର୍ଣ୍ଣିବଳୟ ; ୧୦ରେ ବାତ୍ୟା ‘ଅସନି’

The Sakala Picture
Published On

ଭୁବନେଶ୍ୱର : ବଙ୍ଗୋପସାଗରରେ ମେ’ ମାସରେ ପୁଣି ଏକ ବାତ୍ୟା ସୃଷ୍ଟି ହେବାକୁ ଯାଉଛି। ବାତ୍ୟା ହେଲେ କେତେ ଶକ୍ତିଶାଳୀ ହେବ ଓ କେଉଁଠାରେ ସ୍ଥଳଭାଗ ଛୁଇଁବ ତାହା ଆକଳନ କରାଯାଇ ନ ଥିଲେ ମଧ୍ୟ ବାତ୍ୟା ଆଶଙ୍କା ଧୀରେ ଧୀରେ ଦୃଢ଼ୀଭୂତ ହେବାରେ ଲାଗିଛି। ବର୍ତ୍ତମାନର ସାମୁଦ୍ରିକ ସ୍ଥିତି ଓ ଜଳଭାଗର ତାପମାତ୍ରା ବାତ୍ୟାକୁ ବଳ ଯୋଗାଉଛି। ଶୁକ୍ରବାର ଅପରାହ୍ଣରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ଲଘୁଚାପ ସୃଷ୍ଟି ସମ୍ପର୍କରେ ସୂଚନା ଦିଆଯିବା ସହିତ […]

ଭୁବନେଶ୍ୱର : ବଙ୍ଗୋପସାଗରରେ ମେ’ ମାସରେ ପୁଣି ଏକ ବାତ୍ୟା ସୃଷ୍ଟି ହେବାକୁ ଯାଉଛି। ବାତ୍ୟା ହେଲେ କେତେ ଶକ୍ତିଶାଳୀ ହେବ ଓ କେଉଁଠାରେ ସ୍ଥଳଭାଗ ଛୁଇଁବ ତାହା ଆକଳନ କରାଯାଇ ନ ଥିଲେ ମଧ୍ୟ ବାତ୍ୟା ଆଶଙ୍କା ଧୀରେ ଧୀରେ ଦୃଢ଼ୀଭୂତ ହେବାରେ ଲାଗିଛି। ବର୍ତ୍ତମାନର ସାମୁଦ୍ରିକ ସ୍ଥିତି ଓ ଜଳଭାଗର ତାପମାତ୍ରା ବାତ୍ୟାକୁ ବଳ ଯୋଗାଉଛି। ଶୁକ୍ରବାର ଅପରାହ୍ଣରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ଲଘୁଚାପ ସୃଷ୍ଟି ସମ୍ପର୍କରେ ସୂଚନା ଦିଆଯିବା ସହିତ ପରବର୍ତ୍ତୀ ସମୟରେ ଏହା ଘନୀଭୂତ ହେବା ନେଇ ଆକଳନ କରାଯାଇଛି। ଯାହାକି ବାତ୍ୟା ଆଶଙ୍କାକୁ ସୁଦୃଢ଼ କରିଛି। ଏହି ବାତ୍ୟାର ନାମ ‘ଅସନି’ ରଖାଯାଇଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ମଧ୍ୟ ବାତ୍ୟା ଆଶଙ୍କାରେ ଏକମତ ହୋଇଛନ୍ତି ଓ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାକୁ ଯାଉଛି ବୋଲି ଆକଳନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ଗୁରୁବାର ବିଭିନ୍ନ ବିଦେଶୀ ମଡେଲ୍‍ ସହିତ ଆଇଏମଡି ଜିଏଫ୍‍ଏସ୍‍ ବାତ୍ୟା ସୃଷ୍ଟି ନେଇ ଆକଳନ କରିଥିଲେ। ଏହାସହିତ ଆଇଏମଡି ପକ୍ଷରୁ ପ୍ରକାଶ ପାଇଥିବା ବିସ୍ତାରିତ ପରିସର ଆକଳନରେ ମଧ୍ୟ ବାତ୍ୟା ସମ୍ପର୍କରେ ଆଭାସ ମିଳିଥିଲା। ହେଲେ ଶୁକ୍ରବାର ମଧ୍ୟାହ୍ଣ ସୁଦ୍ଧା ଲଘୁଚାପ ହେବା ନେଇ ଆଇଏମଡି ସ୍ପଷ୍ଟ କରିବା ପରେ ସମସ୍ତଙ୍କ ନଜର ଏବେ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ରହିଛି। ବିଭାଗ ପକ୍ଷରୁ ଟୁଇଟ୍‍ ଯୋଗେ କୁହାଯାଇଛି ଯେ ଆସନ୍ତା ମେ’ ୪ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଲଘୁଚାପ ସୃଷ୍ଟି ହେବାର ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି ଟୁଇଟ୍‍ ଯୋଗେ ସୂଚନା ଦେଇଛି।

ଆହୁରି ପଢ଼ନ୍ତୁ: ଅସୁସ୍ଥ ସ୍ୱାମୀଙ୍କ ପାଖକୁ ନେବା ବାହାନାରେ ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ, ୨ ଗିରଫ

ଯଦି ଏହି ଲଘୁଚାପ ବାତ୍ୟାରେ ପରିଣତ ହୁଏ, ଲଗାତାର ୪ ବର୍ଷ ହେବ ମେ ମାସରେ ବାତ୍ୟାର ରେକର୍ଡ କରିବ। ପାଣିପାଗ ବିଭାଗର ଆକଳନ ଅନୁସାରେ, ମେ’ ମାସ ୬ ତାରିଖ ମଧ୍ୟରେ ଆଣ୍ଡାମାନସାଗରେ ଏକ ଲଘୁଚାପ ସୃଷ୍ଟି ହୋଇ ଏହା ଅଧିକ ଶକ୍ତିଶାଳୀ ହେବ। ପରବର୍ତ୍ତୀ ସମୟରେ ଏହା ବାତ୍ୟାରେ ପରିଣତ ହୋଇ ୧୦ ତାରିଖ ସୁଦ୍ଧା ସ୍ଥଳଭାଗ ଅତିକ୍ରମ କରିବ। ପ୍ରାଥମିକ ସ୍ତରରେ ଅଧିକାଂଶ ମଡେଲ୍‍ ଏହି ବାତ୍ୟାର ଗତିପଥ ଓଡ଼ିଶା-ପଶ୍ଚିମବଙ୍ଗ ଦର୍ଶାଉଥିବା ବେଳେ ଲଘୁଚାପ ସୃଷ୍ଟି ପରେ ହିଁ ବାତ୍ୟା କେଉଁଠାରେ ସ୍ଥଳଭାଗ ଅତିକ୍ରମ କରିବ ତାହା ସ୍ପଷ୍ଟ ହେବ। ଅଧିକାଂଶ ମଡେଲ୍‍ ଏହା ବାତ୍ୟାରେ ପରିଣତ ହେବା ଆଶଙ୍କାରେ ସ୍ଥିର ହୋଇ ରହୁଥିବା ଜଣାପଡ଼ିଛି। ଯାହାପରେ ବିଦେଶୀ ସଂସ୍ଥା ସମେତ ଭାରତୀୟ ପାଣିପଗ ବିଭାଗ ଓ ଘରୋଇ ପାଣିପାଗ ସଂସ୍ଥାମାନେ ମଧ୍ୟ ଗତିବିଧି ଉପରେ ନଜର ରଖିଛନ୍ତି।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର