ଅବପାତରେ ପରିଣତ ହେଲା ଲଘୁଚାପ : ଦୁଇ ଦିନ ପ୍ରବଳ ବର୍ଷା, ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ଅବବାହିକାକୁ ବିପଦ

The Sakala Picture
Published On

ଭୁବନେଶ୍ବର : ଅବପାତ ରୂପ ନେଲା ସୁଦୃଶ୍ୟ ଲଘୁଚାପ।ଉତ୍ତର-ପୂର୍ବ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପଟି ଆଜି ଅବପାତରେ ପରିଣତ ହୋଇଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଆଗାମୀ ୬ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ମହାନଦୀର ଜଳସ୍ତର ଖସିବା ସହ ହୀରାକୁଦର ଗେଟ୍‌ କ୍ରମଶଃ ବନ୍ଦ ହେଉଛି। ରାଜ୍ୟର […]

ଭୁବନେଶ୍ବର : ଅବପାତ ରୂପ ନେଲା ସୁଦୃଶ୍ୟ ଲଘୁଚାପ।ଉତ୍ତର-ପୂର୍ବ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପଟି ଆଜି ଅବପାତରେ ପରିଣତ ହୋଇଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଆଗାମୀ ୬ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

ମହାନଦୀର ଜଳସ୍ତର ଖସିବା ସହ ହୀରାକୁଦର ଗେଟ୍‌ କ୍ରମଶଃ ବନ୍ଦ ହେଉଛି। ରାଜ୍ୟର ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ଥିତି ଟିକେ ସୁଧୁରୁଥିବା ବେଳେ ପୁଣି ବଡ ବର୍ଷା ଚିନ୍ତାର କାରଣ ପାଲଟିଛି। ଅବପାତରେ ପରିଣତ ହୋଇଥିବା ଲଘୁଚାପଟି ସନ୍ଧ୍ୟା ସୁଦ୍ଧା ଓଡିଶା-ପଶ୍ଚିମବଙ୍ଗ ଉପକୂଳ ଦେଇ ଅତିକ୍ରମ କରିବ । ସନ୍ଧ୍ୟାରେ ବାଲେଶ୍ୱର ଓ ସାଗର ଆଇଲ୍ୟାଣ୍ଡ ଦେଇ ଗତି କରିବ । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡିଶା ଦେଇ ଯିବ । ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ଛତିଶଗଡ ଗତି କରି ଦୁର୍ବଳ ହେବ । ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି ।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

ଏହି ଲଘୁଚାପ ପ୍ରଭାବରେ କେବଳ ଓଡିଶାରେ ନୁହେଁ ଛତିଶଗଡରେ ମଧ୍ୟ ୨୦ ଓ ୨୧ ତାରିଖରେ ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ଛତିଶଗଡ ଉପରମୁଣ୍ଡରେ ରହିଛି । ତେଣୁ ପୁଣିଥରେ ତଳମୁଣ୍ଡରେ ଥିବା ଓଡିଶାକୁ ପାଣି ଆସିଲେ ନଦୀରେ ଜଳସ୍ତର ବଢିବ । ଗୋଟିଏ ପଟେ ବିଭିନ୍ନ ନଦୀରେ ଜଳସ୍ତର କମିଆସୁଥିଲା । ଏହି ସମୟରେ ବର୍ଷା ହେବା ସାଧାରଣ ଲୋକଙ୍କ ସମେତ ବନ୍ୟା ବିପନ୍ନଙ୍କ ଚିନ୍ତା ବଢାଇଛି ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଏହା ପ୍ରଭାବରେ ଆଜି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବା ସହ କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହେବ। ଆଜି ପାଇଁ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ମୟୂରଭଂଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ବର୍ଷାର ପ୍ରଭାବ ଅଧିକ ରହିବ। ସେହିପରି ଆସନ୍ତାକାଲି ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଛତିଶଗଡ଼ରେ ମଧ୍ୟ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
୧୯ ଓ ୨୦ ତାରିଖରେ ହେବାକୁ ଥିବା ବର୍ଷାର ପ୍ରଭାବ ନଦୀଗୁଡ଼ିକ ଉପରେ ପଡ଼ିବ। ଯେଉଁ ନଦୀ ଗୁଡ଼ିକରେ ବନ୍ୟା ସ୍ଥିତି ରହିଛି, ସେଗୁଡ଼ିକ ଅଧିକ ପ୍ରଭାବିତ ହୋଇପାରନ୍ତି। ଉତ୍ତର-ପଶ୍ଚିମ ଓଡ଼ିଶାର ପାହାଡ଼ିଆ ସ୍ଥାନରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି।

ଅନ୍ୟପଟେ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ କହୁଛି ବିଶେଷ କରି ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ରହିଥିବାରୁ ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ପାଇଁ ବିପଦ ସୃଷ୍ଟି ହୋଇପାରେ।ପରିସ୍ଥିତିର ଗମ୍ଭୀରତା ଉପଲବ୍ଧି କରି ଆଜି ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ କଥା ହେବା ସହିତ ମହାନଦୀ, ବୈତରଣୀ, ବ୍ରାହ୍ମଣୀ, ବୁଢାବଳଙ୍ଗ ଅବବାହିକା ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦେଶ ଦେଇଛନ୍ତି। ଶ୍ରୀ ଜେନା କହିଛନ୍ତି ଯେ କେଉଁଠି କେତେ ବର୍ଷା ହେଉଛି ସେ ସଂପର୍କରେ ତହସିଲଦାର, ବିଡ଼ିଓ ଓ ରାଜସ୍ବ ନିରୀକ୍ଷକ ତୁରନ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ସରକାରଙ୍କୁ ଜଣାଇବେ। ଯେହେତୁ କେନ୍ଦୁଝର ଓ ମୟୂରଭଂଜ ପାଇଁ ରେଡ୍ ଵାର୍ଣ୍ଣିଂ ହୋଇଛି, ଏଣୁ ସଂପୃକ୍ତ ଜିଲ୍ଲାପାଳମାନେ ବିଶେଷ ସତର୍କତା ଅବଲମ୍ବନ କରିବାକୁ ନିର୍ଦେଶ ରହିଛି। ଶିମିଳପାଳରୁ ପାଣି ମାଡ଼ି ଆସି ବାରିପଦା ପାଇଁ ବିପଦ ସୃଷ୍ଟି କରିପାରେ। ଏଣୁ ବାରିପଦା ସହର ପ୍ରତି ବିଶେଷ ଦୃଷ୍ଟି ଦେବା ଲାଗି ମୟୂରଭଂଜ ଜିଲ୍ଲାପାଳଙ୍କୁ କୁହାଯାଇଛି। ଏସବୁ ଅବବାହିକା ଅନ୍ତର୍ଗତ ସମସ୍ତ ଜଳଭଣ୍ଡାର ତାର କ୍ଷମତାର ୫୦ ପ୍ରତିଶତ ଯାଏ ଖାଲି ରଖିବେ। ଫଳରେ ଯେ କୌଣସି ପରିସ୍ଥିତି ସୃଷ୍ଟି ହେଲେ, ତାହାକୁ ମୁକାବିଲା କରାଯାଇପାରିବ।

ସେପେଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଲଘୁଚାପ ଆଜି ଓଡ଼ିଶା ସ୍ଥଳଭାଗ ଉପରେ ରହିବ। ସମ୍ଭବତଃ ଗତ ୧୩ ତାରିଖରେ ‌ହୋଇଥିବା ଲଘୁଚାପ ଅପେକ୍ଷା କମ୍‌ ବର୍ଷା ହେବ। କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ରେ ଅଧିକ ବର୍ଷା ହେବ। ୧୯ ତାରିଖରେ ଉପକୂଳରେ ଏବଂ ୨୦ ତାରିଖରେ କେନ୍ଦ୍ରୀୟ, ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ବର୍ଷା ହେବ। ୨୧ ତାରିଖରେ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ପାଗ ଶୁଖିଲା ରହିପାରେ। ବିକ୍ଷିପ୍ତ ବର୍ଷାର ମଧ୍ୟ ସମ୍ଭାବନା ରହିଛି। ତେବେ ସେ ଦିନ ଛତିଶଗଡ଼ ଓ ସଂଲଗ୍ନ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର