ମନୋରଞ୍ଜନ
ଓଡ଼ିଶା
ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ, କାଲି ସକାଳ ସାଢେ ୫ଟା ସୁଦ୍ଧା ନେବ ବାତ୍ୟାର ରୂପ
ଭୁବନେଶ୍ବର : ଗଭୀର ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ଆସନ୍ତା କାଲି ସକାଳ ସୁଦ୍ଧା ବାତ୍ୟା ଏବଂ ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତ ଭୀଷଣବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ବର୍ତମାନ ଏହା ଉତ୍ତରପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୨୦ କିମି ବେଗରେ ଗତି କରୁଛି। ପୁରୀ ଠାରୁ ଏହା ଉତ୍ତର-ଉତ୍ତର-ପୂର୍ବ ଦିଗରେ ୧୧୮୦ କିମି ଦୂରରେ କେନ୍ଦ୍ରୀଭୂତ ଅଛି। ୧୦ ମେ ସୁଦ୍ଧା ଏହା ଉତ୍ତପଶ୍ଚିମ ଦିଗରେ ଗତି କରି ପଶ୍ଚିମକେନ୍ଦ୍ରୀୟ ଓ […]
ଭୁବନେଶ୍ବର : ଗଭୀର ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ଆସନ୍ତା କାଲି ସକାଳ ସୁଦ୍ଧା ବାତ୍ୟା ଏବଂ ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତ ଭୀଷଣବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ବର୍ତମାନ ଏହା ଉତ୍ତରପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୨୦ କିମି ବେଗରେ ଗତି କରୁଛି। ପୁରୀ ଠାରୁ ଏହା ଉତ୍ତର-ଉତ୍ତର-ପୂର୍ବ ଦିଗରେ ୧୧୮୦ କିମି ଦୂରରେ କେନ୍ଦ୍ରୀଭୂତ ଅଛି।
୧୦ ମେ ସୁଦ୍ଧା ଏହା ଉତ୍ତପଶ୍ଚିମ ଦିଗରେ ଗତି କରି ପଶ୍ଚିମକେନ୍ଦ୍ରୀୟ ଓ ନିକଟବର୍ତ୍ତୀ ଉତ୍ତରପଶ୍ଚିମ ବଙ୍ଗୋପସାଗର ଆଡକୁ ଗତି କରିବ ଓ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳ ନିକଟବର୍ତ୍ତୀ ହେବ । ପରେ ଏହା ନିଜର ଦିଗ ବଦଳାଇ ଉତ୍ତରପୂର୍ବ ଦିଗରେ ଗତି କରିବ ଓ ଓଡ଼ିଶା ଉପକୂଳ ହୋଇ ଉତ୍ତରପଶ୍ଚିମ ବଙ୍ଗୋପସାଗରଆଡକୁ ଗତି କରିବ । ଏହି ବାତ୍ୟା ପ୍ରକୃତରେ କେଉଁଠାରେ ଲାଣ୍ଡଫଲ କରିବ ସେ ନେଇ ଆଇଏମଡି ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ଏହା ଲାଣ୍ଡଫଲ ନକରିବାର ସମ୍ଭାବନା ରହିଛି ବୋଲି ବିଭାଗ ସୂଚନା ଦେଇଛି । ତଥାପି ଯେକୌଣସି ପରିସ୍ଥିତିର ମୁକାଲିବା କରିବାକୁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି।
ତେବେ ବାତ୍ୟା ପ୍ରଭାବରେ ବର୍ଷା ସହିତ ପବନ ହେବ । ଉପକୂଳରେ ପବନ ଘଣ୍ଟାପ୍ରତି ସର୍ବାଧିକ ୫୦ରୁ ୬୦ କିଲୋମିଟର ବେଗରେ ବହିବ । ୧୦ ତାରିଖରେ ଗଞ୍ଜାମ, ଗଜପତି ଓ ପୁରୀରେ ବର୍ଷା ହେବାର ସମ୍ଭାବନା ଅଛି । ସେହିପରି ୧୧ତାରିଖରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ କଟକରେ ବର୍ଷା ହେବ । କିଛି ସ୍ଥାନରେ ୭୦ରୁ ୧୧୦ ମିଲିମିଟର ପର୍ୟ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ହେଲେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହେବନି । କେତେକ ତଳିଆ ଅଞ୍ଚଳରେ ଜଳମଗ୍ନ ସ୍ଥିତି ସୃଷ୍ଟି ହୋଇପାରେ ।ଏହାର ପ୍ରତିକାର ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି ।
- ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ
- କାଲି ସକାଳ ସାଢେ ୫ଟା ସୁଦ୍ଧା ନେବ ବାତ୍ୟାର ରୂପ
- ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବ
- ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୨୦ କିମି ବେଗରେ ଗତି କରୁଛି ବାତ୍ୟା
- ପ୍ରଭାବରେ ୧୦୫ ରୁ ୧୧୫ କିମି ବେଗରେ ପବନ ବହିବ
- ପୁରୀ ଠାରୁ ୧୧୮୦ କିଲୋମିଟର ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରେ ରହିଛି
- ବିଶାଖାପାଟଣା ଠାରୁ ୧୧୪୦ କିମି ଦକ୍ଷିଣ ପୂର୍ବ ରେ କେନ୍ଦ୍ରିଭୁତ ଅଛି
- ପ୍ରଭାବରେ ୧୦ ତାରିଖରୁ ଓଡିଶା ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା
- ଏବେ ଉତ୍ତର ପଶ୍ଚିମ ଦିଗରେ ଗତିକରୁଛି ବାତ୍ୟା
- ୧୦ ତାରିଖରୁ ଦିଗ ପରିବର୍ତ୍ତନ କରିବ
- ବାତ୍ୟା ଲ୍ୟାଣ୍ଡଫଲ କରିବ ନାହିଁ
- ସମାନ୍ତରାଳ ଭାବରେ ଉପକୂଳବର୍ତ୍ତୀ ଜିଲ୍ଲା ଦେଇ ଅତିକ୍ରମ କରିବ
- ସ୍ଥଳଭାଗରୁ ୨୫୦ କିମି ଦୂରରେ ଅତିକ୍ରମ କରିବ ବାତ୍ୟା
- ରିକର୍ଭ କରିବା ପରେ ଗତିପଥ ପରିବର୍ତ୍ତନ ହେବ
- ଦୁଇ ଦିନ ପର୍ଯ୍ୟନ୍ତ ଉପକୂଳ ଓଡିଶାରେ ବର୍ଷା ପବନ ଲାଗି ରହିବ
- ସବୁ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି
- ୯ ରୁ ୧୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ
- ସୂଚନା ଦେଲେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ






