ପ୍ରେମ ନେଲା ଆଉ ଜଣେ ସୌମ୍ୟଙ୍କ ଜୀବନ, ପ୍ରେମିକାର ଧୋକା ସହିନପାରି ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ

The Sakala Picture
Published On

ଖୋର୍ଦ୍ଧା : ପ୍ରେମ ନେଲା ଆଉ ଏକ ଜୀବନ । ପ୍ରେମରେ ହତାଶ ହୋଇ ଜୀବନ ହାରିଲେ ଆଉ ଜଣେ ପ୍ରେମିକ । ରାତିରେ ହାତ କାଟିଦେଲେ । ଭିଡ଼ିଓ କରି ବାବା ମମିଙ୍କୁ ଭଲ ପାଉଥିବା କହିବା ସହ ସାନ ଭାଇକୁ ସେମାନଙ୍କ କଥା ବୁଝିବାକୁ କାନ୍ଦି କାନ୍ଦି କଲେ ଅନୁରୋଧ । ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଖୋର୍ଦ୍ଧା ସଦର ଥାନା ଧଉଳିମୁହଁର ସୌମ୍ୟରଞ୍ଜନ ପରିଡାଙ୍କ ମୃତ୍ୟୁ ପୂର୍ବର ଏ ଭିଡ଼ିଓ । ଆଜି […]

ଖୋର୍ଦ୍ଧା : ପ୍ରେମ ନେଲା ଆଉ ଏକ ଜୀବନ । ପ୍ରେମରେ ହତାଶ ହୋଇ ଜୀବନ ହାରିଲେ ଆଉ ଜଣେ ପ୍ରେମିକ । ରାତିରେ ହାତ କାଟିଦେଲେ । ଭିଡ଼ିଓ କରି ବାବା ମମିଙ୍କୁ ଭଲ ପାଉଥିବା କହିବା ସହ ସାନ ଭାଇକୁ ସେମାନଙ୍କ କଥା ବୁଝିବାକୁ କାନ୍ଦି କାନ୍ଦି କଲେ ଅନୁରୋଧ । ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଖୋର୍ଦ୍ଧା ସଦର ଥାନା ଧଉଳିମୁହଁର ସୌମ୍ୟରଞ୍ଜନ ପରିଡାଙ୍କ ମୃତ୍ୟୁ ପୂର୍ବର ଏ ଭିଡ଼ିଓ । ଆଜି ସକାଳୁ ରେଳ ଲାଇନ କଡ଼ରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି ।

ଆହୁରି ପଢ଼ନ୍ତୁ: କାଠଯୋଡ଼ି ନଦୀରୁ ମେଡିକାଲ ଛାତ୍ରୀ ମୃତଦେହ ଉଦ୍ଧାର ଘଟଣା: ବାରଙ୍ଗ ଥାନାରେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ଅଭିଯୋଗ

“ ତୁ ମୋତେ ଭୁଲି ଗଲୁ, କିନ୍ତୁ ମୁଁ ତୋତେ ଭୁଲି ପାରୁ ନାହିଁ। ଯାହାକୁ ମୁଁ ଭଲ ପାଉଥିଲି, ଶେଷରେ ସେ ମୋତେ ଧୋକା ଦେଲା। ସେ ଖାଲି ମୋତେ ଧୋକା ଦେଇ ନାହିଁ, ବରଂ ବହୁତ କଷ୍ଟ ମଧ୍ୟ ଦେଇଛି। ମୁଁ ମୋ ବାବା, ମମିଙ୍କୁ ବହୁତ ଭଲ ପାଏ। ବାବା ମମି ମୋତେ କ୍ଷମା କରିଦେବ। ମୁଁ ଜାଣିପାରୁ ନାହିଁ କ’ଣ ସବୁ କରୁଛି? ଆଉ ମାତ୍ର କିଛି ସମୟ ବଞ୍ଚିବି। କେବେବି ଭାବି ନଥିଲି ଏତେ ଶୀଘ୍ର ଦୁନିଆ ଛାଡ଼ି ଚାଲିଯିବି।ମୁଁ ଜାଣିନି ମୁଁ ଏଇଟା ଠିକ୍‌ କରୁଛି କି ଭୁଲ୍‌ କରୁଛି । ଭାଇ ମୋ ବାବା-ମମିଙ୍କ ଯତ୍ନ ନେବୁ, ସେମାନଙ୍କ ଧ୍ୟାନ ରଖୁବି । ମୁଁ ଭାଇଟେ ହୋଇ ତୋପାଇଁ କିଛି କରିନି , କିନ୍ତୁ ତୁ ମୋ ବାବା-ମମିଙ୍କ ଧ୍ୟାନ ରଖିବୁ ।’’ ମୃତ୍ୟୁ ପୂର୍ବରୁ ଏଭଳି ଏକ ଭିଡିଓ କରି ନିଜ ହାତର ଶିରା କାଟି ଟ୍ରେନ୍ ଆଗକୁ ଡେଇଁ ପଡିଥିଲେ ସୌମ୍ୟରଞ୍ଜନ।

ଆହୁରି ପଢ଼ନ୍ତୁ: ନିଶା ଔଷଧ ସ୍ପ୍ରେ କରି ଘରୁ ୨୫ ଲକ୍ଷର ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ସୂଚନାଯୋଗ୍ୟ, ସୌମ୍ୟରଞ୍ଜନ ନିଜ ପରିବାର ସହ ଖୋର୍ଦ୍ଧା ସଦର ଥାନା ଆଣ୍ଡାବାଜପୁର ଅଞ୍ଚଳରେ ଭଡ଼ାରେ ରହୁଥିଲେ। ସେ ବେଙ୍ଗାଲୁରରେ ଚାକିରି କରିଥିଲେ। ସାଙ୍ଗର ବିବାହ ପାଇଁ ୩ରୁ୪ ଦିନ ହେବ ଘରକୁ ଆସିଥିଲେ। ଗତକାଲି ରାତିରେ ଶିରା କାଟି ନିଜ ଭିତରେ ଥିବା ଯନ୍ତ୍ରଣାକୁ ଏକ ଭିଡ଼ିଓ କରି ନିଜ ମୋବାଇଲ ଷ୍ଟାଟସରେ ରଖିଥିଲେ। ମୃତ୍ୟୁ ପୂର୍ବରୁ ନିଜ ଭଉଣୀଙ୍କ ସହ ବହୁତ ସମୟ ଧରି କଥା ହୋଇଥିଲେ। ଭଉଣୀ ମଧ୍ୟ ନିଜ ଅବୁଝା ଭାଇକୁ ବହୁତ କିଛି ବୁଝାଇଥିଲା। ହେଲେ ସୌମ୍ୟରଞ୍ଜନ କିଛି ବୁଝି ନଥିଲେ। ପରେ ସେ ଟ୍ରେନ୍ ଆଗକୁ ଡେଁଇ ଆତ୍ମହତ୍ୟା କରିଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ: ପ୍ରେମିକାକୁ ହତ୍ୟା କରି ଦୁର୍ଘଟଣା ରୂପ ଦେଇଥିଲା ପ୍ରେମିକ, ବାନ୍ଧିଲା ପୋଲିସ

ଆଜି ସକାଳୁ ଖୋର୍ଦ୍ଧା ଧଉଳିମୁହଁ ରେଳ ଷ୍ଟେସନ ନିକଟ ଟ୍ରେନ୍‌ ଲାଇନ୍‌କୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଠାବ ହୋଇଛି । ମୃତ ଯୁବକ ସ୍ଥାନୀୟ ଅଞ୍ଚଳର ସୌମ୍ୟ ରଞ୍ଜନ ପରିଡା ବୋଲି ଜଣାପଡିଛି । ପ୍ରେମରେ ବିଫଳ ହେବାପରେ ସୌମ୍ୟରଞ୍ଜନ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ଭିଣୋଇ କହିଛନ୍ତି। ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ପୁଲିସ ସୌମ୍ୟରଞ୍ଜନଙ୍କ ମୋବାଇଲକୁ ଜବତ କରି ଘଟଣାର ତଦନ୍ତ କରୁଛି। ସୌମ୍ୟରଞ୍ଜନ କେଉଁ ଯୁବତୀଙ୍କୁ ଭଲ ପାଉଥିଲେ, ତଦନ୍ତ ପରେ ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

20 May 2022 By The Sakala

ପ୍ରେମ ନେଲା ଆଉ ଜଣେ ସୌମ୍ୟଙ୍କ ଜୀବନ, ପ୍ରେମିକାର ଧୋକା ସହିନପାରି ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ

ଖୋର୍ଦ୍ଧା : ପ୍ରେମ ନେଲା ଆଉ ଏକ ଜୀବନ । ପ୍ରେମରେ ହତାଶ ହୋଇ ଜୀବନ ହାରିଲେ ଆଉ ଜଣେ ପ୍ରେମିକ । ରାତିରେ ହାତ କାଟିଦେଲେ । ଭିଡ଼ିଓ କରି ବାବା ମମିଙ୍କୁ ଭଲ ପାଉଥିବା କହିବା ସହ ସାନ ଭାଇକୁ ସେମାନଙ୍କ କଥା ବୁଝିବାକୁ କାନ୍ଦି କାନ୍ଦି କଲେ ଅନୁରୋଧ । ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଖୋର୍ଦ୍ଧା ସଦର ଥାନା ଧଉଳିମୁହଁର ସୌମ୍ୟରଞ୍ଜନ ପରିଡାଙ୍କ ମୃତ୍ୟୁ ପୂର୍ବର ଏ ଭିଡ଼ିଓ । ଆଜି ସକାଳୁ ରେଳ ଲାଇନ କଡ଼ରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି ।

“ ତୁ ମୋତେ ଭୁଲି ଗଲୁ, କିନ୍ତୁ ମୁଁ ତୋତେ ଭୁଲି ପାରୁ ନାହିଁ। ଯାହାକୁ ମୁଁ ଭଲ ପାଉଥିଲି, ଶେଷରେ ସେ ମୋତେ ଧୋକା ଦେଲା। ସେ ଖାଲି ମୋତେ ଧୋକା ଦେଇ ନାହିଁ, ବରଂ ବହୁତ କଷ୍ଟ ମଧ୍ୟ ଦେଇଛି। ମୁଁ ମୋ ବାବା, ମମିଙ୍କୁ ବହୁତ ଭଲ ପାଏ। ବାବା ମମି ମୋତେ କ୍ଷମା କରିଦେବ। ମୁଁ ଜାଣିପାରୁ ନାହିଁ କ’ଣ ସବୁ କରୁଛି? ଆଉ ମାତ୍ର କିଛି ସମୟ ବଞ୍ଚିବି। କେବେବି ଭାବି ନଥିଲି ଏତେ ଶୀଘ୍ର ଦୁନିଆ ଛାଡ଼ି ଚାଲିଯିବି।ମୁଁ ଜାଣିନି ମୁଁ ଏଇଟା ଠିକ୍‌ କରୁଛି କି ଭୁଲ୍‌ କରୁଛି । ଭାଇ ମୋ ବାବା-ମମିଙ୍କ ଯତ୍ନ ନେବୁ, ସେମାନଙ୍କ ଧ୍ୟାନ ରଖୁବି । ମୁଁ ଭାଇଟେ ହୋଇ ତୋପାଇଁ କିଛି କରିନି , କିନ୍ତୁ ତୁ ମୋ ବାବା-ମମିଙ୍କ ଧ୍ୟାନ ରଖିବୁ ।’’ ମୃତ୍ୟୁ ପୂର୍ବରୁ ଏଭଳି ଏକ ଭିଡିଓ କରି ନିଜ ହାତର ଶିରା କାଟି ଟ୍ରେନ୍ ଆଗକୁ ଡେଇଁ ପଡିଥିଲେ ସୌମ୍ୟରଞ୍ଜନ।

ସୂଚନାଯୋଗ୍ୟ, ସୌମ୍ୟରଞ୍ଜନ ନିଜ ପରିବାର ସହ ଖୋର୍ଦ୍ଧା ସଦର ଥାନା ଆଣ୍ଡାବାଜପୁର ଅଞ୍ଚଳରେ ଭଡ଼ାରେ ରହୁଥିଲେ। ସେ ବେଙ୍ଗାଲୁରରେ ଚାକିରି କରିଥିଲେ। ସାଙ୍ଗର ବିବାହ ପାଇଁ ୩ରୁ୪ ଦିନ ହେବ ଘରକୁ ଆସିଥିଲେ। ଗତକାଲି ରାତିରେ ଶିରା କାଟି ନିଜ ଭିତରେ ଥିବା ଯନ୍ତ୍ରଣାକୁ ଏକ ଭିଡ଼ିଓ କରି ନିଜ ମୋବାଇଲ ଷ୍ଟାଟସରେ ରଖିଥିଲେ। ମୃତ୍ୟୁ ପୂର୍ବରୁ ନିଜ ଭଉଣୀଙ୍କ ସହ ବହୁତ ସମୟ ଧରି କଥା ହୋଇଥିଲେ। ଭଉଣୀ ମଧ୍ୟ ନିଜ ଅବୁଝା ଭାଇକୁ ବହୁତ କିଛି ବୁଝାଇଥିଲା। ହେଲେ ସୌମ୍ୟରଞ୍ଜନ କିଛି ବୁଝି ନଥିଲେ। ପରେ ସେ ଟ୍ରେନ୍ ଆଗକୁ ଡେଁଇ ଆତ୍ମହତ୍ୟା କରିଥିବା ଜଣାଯାଇଛି।

ଆଜି ସକାଳୁ ଖୋର୍ଦ୍ଧା ଧଉଳିମୁହଁ ରେଳ ଷ୍ଟେସନ ନିକଟ ଟ୍ରେନ୍‌ ଲାଇନ୍‌କୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଠାବ ହୋଇଛି । ମୃତ ଯୁବକ ସ୍ଥାନୀୟ ଅଞ୍ଚଳର ସୌମ୍ୟ ରଞ୍ଜନ ପରିଡା ବୋଲି ଜଣାପଡିଛି । ପ୍ରେମରେ ବିଫଳ ହେବାପରେ ସୌମ୍ୟରଞ୍ଜନ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ଭିଣୋଇ କହିଛନ୍ତି। ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ପୁଲିସ ସୌମ୍ୟରଞ୍ଜନଙ୍କ ମୋବାଇଲକୁ ଜବତ କରି ଘଟଣାର ତଦନ୍ତ କରୁଛି। ସୌମ୍ୟରଞ୍ଜନ କେଉଁ ଯୁବତୀଙ୍କୁ ଭଲ ପାଉଥିଲେ, ତଦନ୍ତ ପରେ ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର