ପ୍ରେମିକ ସହ ବିବାହ କରାଇଦେବାକୁ ମାଁ ସମଲେଇଙ୍କୁ ଗୁହାରି; ହୁଣ୍ଡିରୁ ବାହାରିଲା ପ୍ରେମିକାଙ୍କ ପ୍ରେମଭରା ଚିଠି

The Sakala Picture
Published On

ସମ୍ବଲପୁର: ମା ସମଲେଇଙ୍କ ଭରସାରେ ପ୍ରେମିକା । ମା’ ସମଲେଶ୍ୱରୀଙ୍କ ଦାନ ହୁଣ୍ଡିରୁ ଟଙ୍କା ଗଣତି ବେଳେ ବାହାରିଲା ଜଣେ ପ୍ରେମିକାଙ୍କ ପ୍ରେମଭରା ଚିଠି । ପ୍ରେମକୁ ସ୍ବୀକୃତି ଦେଇ ବିବାହ କରାଇଦେବାକୁ ମା’ ସମଲେଶ୍ବରୀଙ୍କୁ ଚିଠି ଲେଖିଛନ୍ତି ଜଣେ ଯୁବତୀ । ପ୍ରେମିକ ରବୀନ୍ଦ୍ର ସହିତ ବିବାହ କରାଇଦେବା ପାଇଁ ମାଆଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି ଜଣେ ଅଜଣା ଯୁବତୀ । ଜୟ ମାଁ ସମଲେଇ, ମାଁ ଗୋ ମୋର ଜୁହାର ଗ୍ରହଣ କର। […]

ସମ୍ବଲପୁର: ମା ସମଲେଇଙ୍କ ଭରସାରେ ପ୍ରେମିକା । ମା’ ସମଲେଶ୍ୱରୀଙ୍କ ଦାନ ହୁଣ୍ଡିରୁ ଟଙ୍କା ଗଣତି ବେଳେ ବାହାରିଲା ଜଣେ ପ୍ରେମିକାଙ୍କ ପ୍ରେମଭରା ଚିଠି । ପ୍ରେମକୁ ସ୍ବୀକୃତି ଦେଇ ବିବାହ କରାଇଦେବାକୁ ମା’ ସମଲେଶ୍ବରୀଙ୍କୁ ଚିଠି ଲେଖିଛନ୍ତି ଜଣେ ଯୁବତୀ । ପ୍ରେମିକ ରବୀନ୍ଦ୍ର ସହିତ ବିବାହ କରାଇଦେବା ପାଇଁ ମାଆଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି ଜଣେ ଅଜଣା ଯୁବତୀ ।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

ଜୟ ମାଁ ସମଲେଇ, ମାଁ ଗୋ ମୋର ଜୁହାର ଗ୍ରହଣ କର। ମାଁ ମୁଇଁ ତୋର ନିକେ ଗୁଟେ ଆଶା ନେଇ କରି ଆସିଛେ। ମାଆ ଗୋ ମୋର ପ୍ୟାର ରବୀନ୍ଦ୍ର ସାଙ୍ଗେ ମୋତେ ବିହା କରେଇ ଦେ, ମାଆ ସମକିରର ସହମତିରେ। ଜୟ ମା’ ଜଗତଜନନୀ କି ଜୟ। ଆଜି ମା ସମଲେଶ୍ୱରୀଙ୍କ ହୁଣ୍ଡିରୁ ମିଳିଛି ଏହି ଚିଠି। ଚିଠିରେ ରହିଛି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କୁ ଜଣେ ଭକ୍ତର ଆକୁଳ ନିବେଦନ। ନିଜ ପ୍ରେମକୁ ସାକାର କରିବାକୁ ମାଆଙ୍କୁ ଜଣାଇଛନ୍ତି ମନର କଥା। ତାଙ୍କ ଗୁହାରୀର ମାଧ୍ୟମ ହେଉଛି ଏ ହାତଲେଖା ଚିଠି। ଆଜି ସମେଲେଙ୍କ ହୁଣ୍ଡି ଖୋଲାଯାଇ ଟଙ୍କା ଗଣତି ବେଳେ ସାମ୍ନାକୁ ଆସିଛି ଏଭଳି ଚିଠି।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ତେବେ ମାଆଙ୍କ ଦାନ ହୁଣ୍ଡିରୁ ଦୁଇଟି ଚିଠି ମିଳିଥିବାବେଳେ, ଗୋଟିଏ ଚିଠି ଓଡ଼ିଆରେ ଲେଖାଅଛି । ଅନ୍ୟଟି ବଙ୍ଗଳା ଭାଷାରେ ଲେଖାଥିବା ଦେଖିବାକୁ ମିଳିଛି । ସିନ୍ଦୂର ବୋଳା ହୋଇ ଚିଠିଟି ମା’ଙ୍କ ହୁଣ୍ଡିରେ ପଡ଼ିଥିଲା।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର