ଭରସା ହରାଉଛି ମାଟ୍ରିମୋନି ସାଇଟ୍‌‌: ଜୀବନ ସାଥୀ ଖୋଜି ଫସୁଛନ୍ତି ଯୁବଗୋଷ୍ଠୀ

The Sakala Picture
Published On

ଭୁବନେଶ୍ୱର:ବାପା ଓ ମା’ଙ୍କ ବଡ଼ ଚିନ୍ତା ନିଜ ପିଲା ଲାଗି ଉପଯୁକ୍ତ ବରପାତ୍ର କିମ୍ବା କନ୍ୟାପାତ୍ରୀ ଖୋଜିବା। ନିଜର ମନ ପସନ୍ଦର ସାଥୀ ଖୋଜିବା ଲାଗି ନୂଆ ପ୍ଲାଟ୍‌‌ଫର୍ମ ପାଲଟିଛି ମାଟ୍ରିମୋନି। ସେଥିରେ ଝିଅ କିମ୍ବା ପୁଅ ନିଜ ମନ ପସନ୍ଦର ଉପଯୁକ୍ତ ଜୀବନ ସାଥୀ ଖୋଜୁଛନ୍ତି। କିନ୍ତୁ ଏହି ମାଟ୍ରିମୋନି ସାଇଟ୍‌‌ ଏବେ ଠକଙ୍କ ଠକେଇର ନୂଆଧାରା ଭାବେ ଗଣନା କରିଗଲାଣି। ବିବାହ ଋତୁ ଚାଲିଥିବାରୁ ମାଟ୍ରିମୋନି ସାଇଟ୍‌‌ ଅଧିକ ପ୍ରାଧାନ୍ୟ ଦିଆଯାଉଛି। ବିଶେଷକରି ଉଚ୍ଚଶିକ୍ଷିତ […]

ଭୁବନେଶ୍ୱର:ବାପା ଓ ମା’ଙ୍କ ବଡ଼ ଚିନ୍ତା ନିଜ ପିଲା ଲାଗି ଉପଯୁକ୍ତ ବରପାତ୍ର କିମ୍ବା କନ୍ୟାପାତ୍ରୀ ଖୋଜିବା। ନିଜର ମନ ପସନ୍ଦର ସାଥୀ ଖୋଜିବା ଲାଗି ନୂଆ ପ୍ଲାଟ୍‌‌ଫର୍ମ ପାଲଟିଛି ମାଟ୍ରିମୋନି। ସେଥିରେ ଝିଅ କିମ୍ବା ପୁଅ ନିଜ ମନ ପସନ୍ଦର ଉପଯୁକ୍ତ ଜୀବନ ସାଥୀ ଖୋଜୁଛନ୍ତି। କିନ୍ତୁ ଏହି ମାଟ୍ରିମୋନି ସାଇଟ୍‌‌ ଏବେ ଠକଙ୍କ ଠକେଇର ନୂଆଧାରା ଭାବେ ଗଣନା କରିଗଲାଣି। ବିବାହ ଋତୁ ଚାଲିଥିବାରୁ ମାଟ୍ରିମୋନି ସାଇଟ୍‌‌ ଅଧିକ ପ୍ରାଧାନ୍ୟ ଦିଆଯାଉଛି। ବିଶେଷକରି ଉଚ୍ଚଶିକ୍ଷିତ ଓ ଯୁବପିଢ଼ି ମାଟ୍ରିମୋନି ସାଇଟ୍‌‌ ମନ ପସନ୍ଦର ଜୀବନ ସାଥୀ ଖୋଜି ବିବାହ କରିବା ଲାଗି ମନସ୍ଥ କରୁଛନ୍ତି। ବହୁଳ ମାତ୍ରରେ ମାଟ୍ରିମୋନି ସାଇଟ୍‌‌ ବ୍ୟବହାର ହେଉଥିବାରୁ ଠକ ଏହାକୁ ନିଜ ସ୍କାନରକୁ ଆଣିଛନ୍ତି। ମାଟ୍ରିମୋନି ସାଇଟ୍‌‌ରେ ପଞ୍ଜୀକରଣ କରିବା ପରେ ଫଟୋ ଓ ସମସ୍ତ ତଥ୍ୟ ଦେଉଛନ୍ତି। ଏଥିରେ କିଛି ମାନଦଣ୍ଡ ନ ଥିବାରୁ ଠକଙ୍କ ଲୋଲୁପଦୃଷ୍ଟି ଏବେ ମାଟ୍ରିମୋନି ସାଇଟ୍‌‌ରେ ପଡ଼ିଛି। ଦୀର୍ଘଦିନ ମାଟ୍ରିମୋନି ସାଇଟ୍‌‌ରେ ବାର୍ତ୍ତାଳପ ହେବା ପରେ ବିବାହ ଲାଗି ମନସ୍ଥ କରାଯାଉଛି। ସେଥିରେ ଫଟୋ ସହ ଗୁରୁତ୍ୱପୂର୍ଣ୍ଣ ସମସ୍ତ ତଥ୍ୟ ଦିଆଯାଉଛି। ମାତ୍ର କିଛି ବ୍ୟକ୍ତିବିଶେଷ ମାଟ୍ରିମୋନି ସାଇଟ୍‌‌ରେ ଠକେଇ କରିବାରେ ଲାଗି ପଡ଼ିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ରାଜଧାନୀରେ ମାଟ୍ରିମୋନି ସାଇଟ୍‌‌ରେ ଠକେଇ ଘଟଣା ବଢ଼଼ିଛି। କେଉଁଠି ପ୍ରତାରଣାର ଅଭିଯୋଗ ତ ଆଉ କେଉଁଠି ଠକେଇ ଅଭିଯୋଗ ରହିଛି। ନକଲି ଫଟୋ, ଠିକଣା ଓ ଅଧିକ ଟଙ୍କା ରୋଜଗାର ଦର୍ଶାଇ ଇଚ୍ଛୁକ ପ୍ରାର୍ଥୀ ସହ କଥାବାର୍ତ୍ତା କରୁଛନ୍ତି। ଠକେଇ ଜାଲରେ ଫସାଇବା ପରେ ଗୋପନୀୟ ତଥ୍ୟ ନେଇ ଟଙ୍କା ଚଳୁ କରୁଛନ୍ତି। ଫଳରେ ମାଟ୍ରିମୋନି ସାଇଟ୍‌‌ରେ ଜୀବନ ସାଥୀ ଖୋଜି ବିବାହ କରିବା ଅଧାରେ ଅଟକି ଯାଉଛି। ସାଇବର୍‌‌ ଥାନା ଠାରୁ କ୍ରାଇମ୍‌‌ବ୍ରାଞ୍ଚରେ ଏସମ୍ପର୍କୀତ ମାମଲା ଗଦାଗଦା। ବିଭିନ୍ନ ମାଟ୍ରିମୋନି ସାଇଟ୍‌‌ ଖୋଲିବା ଉପରେ ମାର୍ଗଦର୍ଶିକା ନ ଥିବାରୁ ଠକ ଠକେଇ ଜାଲ ବିଛାଇ ସଫଳ ହେଉଥିବା ଅନେକ ଉଦାହରଣ ରହିଛି। ସେପଟେ ମାଟ୍ରିମୋନି ସାଇଟ୍‌‌ରେ ଜୀବନ ସାଥୀ ଖୋଜିବା ବେଳେ ପୁଲିସ ସତର୍କ କରିଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ଅତୀତ ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରନ୍ତୁ। ନିଜର ବ୍ୟକ୍ତିଗତ ଗୋପନୀୟତାକୁ ସଙ୍ଗେ ସଙ୍ଗେ ପ୍ରକାଶ କରନ୍ତୁ ନାହିଁ। ସମ୍ପୃକ୍ତ ବ୍ୟକ୍ତିଙ୍କ କୌଣସି କଥାରେ ପ୍ରଲୋଭିତ ହୁଅନ୍ତୁ ନାହିଁ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

କେତେକ ଘଟଣାବଳୀ

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

-ମାଟ୍ରିମୋନି ସାଇଟ୍‌‌ରେ ନିଜକୁ ନୌବାହିନୀର ଅଧିକାରୀର ପରିଚୟ ଦେଇ ଯୁବତୀଙ୍କୁ ପ୍ରତାରଣା ସହ ଠକେଇ କରିଥିବା ଯୁବକ ସୌମ୍ୟରଞ୍ଜନ ମିଶ୍ରକୁ ଗିରଫ କରାଯାଇଥିଲା। ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିବାର ଧମକ ଦେଇ ଫସିଥିଲା ସୌମ୍ୟରଞ୍ଜନ।

-ମାଟ୍ରିମୋନି ସାଇଟ୍‌‌ରେ ସ୍ତ୍ରୀ ନାମରେ ମିଛ ଆକାଉଣ୍ଟ ଖୋଲି ଠକେଇ କରୁଥିବା ଅଭିଯୁକ୍ତ ନୃସିଂହ ବିଶ୍ୱାଳ। ଅନ୍‌‌ଲାଇନରୁ ସୁନ୍ଦରୀ ଯୁବତୀଙ୍କ ଫଟୋ ଆଣି ନିଜ ଆକାଉଣ୍ଟରେ ପୋଷ୍ଟ କରି ଜାଲ ବୁଣିଥିଲା। ଭୁବନେଶ୍ୱରରେ ରହୁଥିବା ଯୁବ ଇଞ୍ଜିନିୟର ମାନସ ରଞ୍ଜନ ପଣ୍ଡା ନିଜ ପାଇଁ କନିଅାଁ ଖୋଜୁଥିବା ବେଳେ ୩ ଲକ୍ଷ ଠଙ୍କା ଠକେଇର ଶିକାର ହୋଇଥିଲେ।

-ନିଜ ଇଞ୍ଜିନିୟର ଓ ଡାକ୍ତର ପରିଚୟ ଦେଇ ମାଟ୍ରିମୋନି ସାଇଟ୍‌‌କୁ ମିଛ ପ୍ରଲୋଭନ ଦେଖାଇ ଠକେଇ କରୁଥିବା ସମୀରକୁ ଗିରଫ କରାଯାଇଥିଲା। ସେ ମାଟ୍ରିମୋନି ସାଇଟ୍‌‌ରେ ୪ରୁ୫ଜଣଙ୍କୁ ଠକେଇ କରିଥିଲା।

-ମାଟ୍ରିମୋନି ସାଇଟ୍‌‌ରେ ଝିଅ ଖୋଜୁଖୋଜୁ ବିଦେଶିନୀ ହାବୁଡ଼ରେ ପଡ଼ିଥିଲେ ଆଇଟି ପ୍ରଫେସନାଲ ରାମଚନ୍ଦ୍ର ମହାପାତ୍ର। ବାଲେଶ୍ୱର ହୋଇଥିବା ମାୟାବିନୀ ସୁନ୍ଦରୀ କାଲିଫର୍ଣ୍ଣିଆର ଏମ୍‌‌ବିବିଏସ୍‌‌ ଡାକ୍ତର ଥିବା ପ୍ରିୟା ଗୁପ୍ତା ପରିଚୟ ଦେଇ ୨୪ ଲକ୍ଷ ଟଙ୍କା ଲୁଟି ନେଇଥିଲା।

-ମାଟ୍ରିମୋନିରେ ନିଜ ମନ ପସନ୍ଦର ଝିଅ ଖୋଜି ଫସିଥିଲେ ବିଟେକ୍‌‌ ଛାତ୍ର କିଶନ କୁମାର ବେହେରା। ଦିଲ୍ଲୀ ବିମାନ ବନ୍ଦରରେ ଫସି ଯାଇଥିବା କହି କିଶନଙ୍କ ଠାରୁ ୩ଲକ୍ଷ ୬୦ହଜାର ଟଙ୍କା ଲୁଟି ନେଇଥିଲା ସାଇବର୍‌‌ ଠକ।

-ବର ଖୋଜି ଠକେଇ ଶିକାର ହୋଇଥିଲେ ସୁଭଦ୍ରା ପରିଦର୍ଶନୀ। ସଫ୍ଟୱେର ଇଞ୍ଜିନିୟର ଥିବା ବିକାଶ ରାଉତରାୟର ପରିଚୟ ଦେଇ ୧ ଲକ୍ଷ ୫୨ହଜାର ଟଙ୍କା ଠକି ନେଇଯାଇଥିଲା।

-ମାଟ୍ରିମୋନି ସାଇଟ୍‌‌ରେ ପ୍ରଥମେ ବନ୍ଧୁତା ପରେ ପ୍ରେମ। ଯୁବତୀଙ୍କ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା ଓ ଠକେଇ କରିଥିଲେ। ଏହି ମାମଲାରେ ବିଶ୍ୱଜିତ ସାମନ୍ତରାୟକୁ ଗିରଫ କରିଥିଲା ପୁଲିସ।

-ପଲ୍ଲୀଠୁ ଦିଲ୍ଲୀ ଯାଏଁ ଚର୍ଚ୍ଚାରେ ରହିଥିବା ୧୮ ପତ୍ନୀଙ୍କ ସ୍ୱାମୀ ନକଲି ଡାକ୍ତର ରମେଶ ମାଟ୍ରିମୋନିରେ ସାଇଟ୍‌‌ରେ ଜାଲ ବିଛାଇ କୋଟି କୋଟି ଟଙ୍କା ଠକେଇ କରିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର