ତୁଟି ପାରୁନି ବିବାଦ: ତୃତୀୟ ଦିନ ପାଇଁ ବନ୍ଦ ରହିଛି ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି

The Sakala Picture
Published On

ଭୁବନେଶ୍ୱର: ଆଜି କ୍ରମାଗତ ତୃତୀୟ ଦିନ ପାଇଁ ବନ୍ଦ ରହିଛି ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ବିନା ପୂଜାର୍ଚ୍ଚନାରେ, ବିନା ଭୋଗରେ ଉପବାସରେ ଅଛନ୍ତି ଦେବ ଦେବ ମହାଦେବ। ତେବେ ସାହାଣ ମେଲା ସହ ଭକ୍ତଙ୍କ ଦର୍ଶନ ଜାରି ରହିଛି। ଅନ୍ନ ଭୋଗ ସମ୍ପୂର୍ଣ୍ଣ ବନ୍ଦ ରହିଛି ମନ୍ଦିରରେ। ଅଛୁଆଁ ଭୋଗକୁ ଅମୁଣିଆ କୂପରେ ନପୋତି ଭକ୍ତଙ୍କୁ ବିକ୍ରି କରିବା ଅଭିଯୋଗରେ ଲାଗି ରହିଛି ବିବାଦ। ସମସ୍ୟାର ସମାଧାନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଉଦ୍ୟମ ହୋଇଥିଲେ ହେଁ […]

ଭୁବନେଶ୍ୱର: ଆଜି କ୍ରମାଗତ ତୃତୀୟ ଦିନ ପାଇଁ ବନ୍ଦ ରହିଛି ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ବିନା ପୂଜାର୍ଚ୍ଚନାରେ, ବିନା ଭୋଗରେ ଉପବାସରେ ଅଛନ୍ତି ଦେବ ଦେବ ମହାଦେବ। ତେବେ ସାହାଣ ମେଲା ସହ ଭକ୍ତଙ୍କ ଦର୍ଶନ ଜାରି ରହିଛି। ଅନ୍ନ ଭୋଗ ସମ୍ପୂର୍ଣ୍ଣ ବନ୍ଦ ରହିଛି ମନ୍ଦିରରେ। ଅଛୁଆଁ ଭୋଗକୁ ଅମୁଣିଆ କୂପରେ ନପୋତି ଭକ୍ତଙ୍କୁ ବିକ୍ରି କରିବା ଅଭିଯୋଗରେ ଲାଗି ରହିଛି ବିବାଦ। ସମସ୍ୟାର ସମାଧାନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଉଦ୍ୟମ ହୋଇଥିଲେ ହେଁ ବାହାରି ପାରିନି କୌଣସି ନିଷ୍କର୍ଷ। ସମାଧାନ ପାଇଁ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଲୋଡିଛି ମନ୍ଦିର ପ୍ରଶାସନ। ଆଜି ୧୧ ଟା ସମୟରେ ଭୁବନେଶ୍ୱର ଉପ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପୁଣି ବସିବ ସମନ୍ୱୟ ବୈଠକ। ଆଲୋଚନା ଜରିଆରେ ସମସ୍ୟାର ସମାଧାନ ହେବା ନେଇ ଆଶା ରହିଛି ।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

ସୂଚନା ଅନିଯାୟୀ, ଦୁଇ ପ୍ରମୁଖ ନିଯୋଗକୁ ନେଇ ଉପୁଜିଥିବା ବିବାଦ ଯୋଗୁଁ ମହାପ୍ରଭୁ ଲିଙ୍ଗରାଜ ଉପବାସରେ ରହିଛନ୍ତି। ରବିବାରଠାରୁ – ବର୍ତ୍ତମାନ ପର୍ଯ୍ୟନ୍ତ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ସ୍ୱାଭାବିକ ହୋଇପାରିନାହିଁ। ସୋମବାର ପୂର୍ବାହ୍ଣ ଶ୍ରୀଲିଙ୍ଗରାଜ ଟ୍ରଷ୍ଟ ବୋର୍ଡର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଅବନ୍ତୀକାନ୍ତ ପଟ୍ଟନାୟକ ସମସ୍ୟାର ସମାଧାନ ପାଇଁ ମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଥିଲେ। ମାତ୍ର ପ୍ରମୁଖ ତିନି ନିଯୋଗର ପଦାଧିକାରୀମାନେ ବୈଠକକୁ ଆସି ନ ଥିଲେ। ଫଳରେ ବିବାଦ ଥମିବା ବଦଳରେ ଘନେଇବାରେ ଲାଗିଛି। ଅନ୍ୟପକ୍ଷରେ ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ଭବାନୀ ମିଶ୍ର ଏପର୍ଯ୍ୟନ୍ତ ଘଟଣାରେ ହସ୍ତକ୍ଷେପ କରିନାହାନ୍ତି। ଯାହାକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

ସାମାଜିକ କର୍ମୀ ଭୀଷ୍ମ ନାରାୟଣ ନାୟକ ଏହି ପ୍ରସଙ୍ଗରେ କହିଛନ୍ତି ଯେ, ମାରା ଭୋଗକୁ କୂଅରେ ନ ପକାଇ କିଏ ବିକ୍ରି କଲା ଓ ବଡ଼ୁ ନିଯୋଗ ଭୋଗକୁ ବିକ୍ରି କରିବାର ପ୍ରମାଣ କ’ଣ ଓ ଅର୍ଗଳିରେ କିଏ ତାଲା ପକାଇଲା ଯାହା ଫଳରେ ପରବର୍ତ୍ତୀ ନୀତିକାନ୍ତି ହୋଇପାରିଲା ନାହିଁ; ସେନେଇ ଛାନ୍‌‌ଭିନ୍‌‌ କରାଯିବା ଦରକାର। ମନ୍ଦିର ଭିତରେ ଥିବା ସିସିଟିଭି ଫୁଟେଜ୍‌‌କୁ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରିଲେ ସତ ସାମ୍ନାକୁ ଆସିବ ବୋଲି ଶ୍ରୀ ନାୟକ କହିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ଅନ୍ୟପକ୍ଷରେ ନୀତିକାନ୍ତି ବନ୍ଦ ହେବା ପଛରେ କିଏ ଦାୟୀ ସେନେଇ ପ୍ରଶ୍ନ ଉଠୁଛି। ପୂଜାପଣ୍ଡା ସମ୍ପାଦକ ସଚ୍ଚୀକାନ୍ତ ପୂଜାପଣ୍ଡାଙ୍କ କହିବା ଅନୁଯାୟୀ, ଭୋଗମଣ୍ଡପ ମାରା ହେଲେ ଭୋଗକୁ ଫୋପଡ଼ା ଯାଇଥାଏ। ଏହାପରେ ବଡ଼ୁ ସେବାୟତ ଭୋଗ ମଣ୍ଡପରେ ପାଣି ସିଞ୍ଚନ କରିବା ପରେ ଠା’ କରିଥାଆନ୍ତି। ଏହାପରେ ପୁନଃ ନୀତିକାନ୍ତି ଆରମ୍ଭ ହୁଏ। ରବିବାର ଦିନ ଭୋଗ ମାରା ହେବା ପରେ ମଧ୍ୟ ବଡ଼ୁ ନିଯୋଗ ଏହି ଦାୟିତ୍ୱକୁ ସଠିକ ଭାବେ ସମ୍ପାଦନ ନ କରିବାରୁ ନୀତିକାନ୍ତି ବନ୍ଦ ହୋଇଛି। ଅନ୍ୟପକ୍ଷରେ ବଡ଼ୁନିଯୋଗ ସମ୍ପାଦକ କମଳାକାନ୍ତ ବଡ଼ୁ କହିଛନ୍ତି ଯେ ମନ୍ଦିର ମାରା ହେବା ମାତ୍ରେ ଭୋଗ ମାରା ହେଲା। ଭୋଗକୁ ନୀତି ମୁତାବକ କୂଅରେ ଫିଙ୍ଗାଯିବା କଥା। ମାତ୍ର ବ୍ରାହ୍ମଣ ନିଯୋଗ ସେବାୟତ ମାରା ଭୋଗକୁ ବିକ୍ରି କରିଥିଲେ। ଏଣୁ ରାତ୍ର ୯ଟା ପର୍ଯ୍ୟନ୍ତ ଦିଅଁଙ୍କ ବେଶ ରଖି ସ୍ୱାଭାବିକ ନୀତିକାନ୍ତି ହେବା ନେଇ ଅପେକ୍ଷା କରିଥିଲୁ।

ସୂଚନାଯୋଗ୍ୟ ଯେ, ରବିବାର ଠାକୁରଙ୍କର ଭୋଗ ମଣ୍ଡପ ନୀତି ସମୟରେ ଜନୈକ ବ୍ୟକ୍ତି ଭୋଗମଣ୍ଡପରେ ପଶିଯିବାରୁ ଠାକୁର ମାରା ହୋଇଥିଲେ। ଏହାପରେ ଉକ୍ତ ଦିନର କୋଠ ଭୋଗ ଓ ବରାଦି ଭୋଗ ଇତ୍ୟାଦି କୂଅରେ ଫୋପାଡ଼ିବାର ନୀତି ରହିଥିଲେ ମଧ୍ୟ ଏଥିରେ ବ୍ୟତିକ୍ରମ ହୋଇଥିବା ଅଭିଯୋଗ ହୋଇଥିଲା। ସେତେବେଳଠାରୁ ସୋମବାର ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ବ୍ରାହ୍ମଣ ନିଯୋଗ ଓ ବଡ଼ୁ ନିଯୋଗ ମଧ୍ୟରେ ବିବାଦ ତୁଟିପାରୁନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର