ଆଜିଠୁ ଭକ୍ତଙ୍କୁ ମିଳିଲା ଜଗା ଦର୍ଶନ, ସକାଳ ୬ରୁ ରାତି ୯ ଯାଏଁ ଶ୍ରୀମନ୍ଦିର ଖୋଲା

The Sakala Picture
Published On

ପୁରୀ: ଦୀର୍ଘ ୨୩ ଦିନର ପ୍ରତୀକ୍ଷାରେ ପଡ଼ିବ ପୂର୍ଣ୍ଣଚ୍ଛେଦ। ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ଦ୍ୱାର। କରୋନା ଟାଣିଥିବା ଲକ୍ଷ୍ମଣରେଖା ଡେଇଁ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ। କୋଭିଡ଼ କଟକଣା ପାଳନ ପୂର୍ବକ ଶୃଙ୍ଖଳିତ ଭାବେ ଭକ୍ତମାନେ କିପରି ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିବେ ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବ୍ୟାରିକେଡ ଏବଂ କିଓସ୍କୋକୁ ମଧ୍ୟ ପ୍ରସ୍ତୁତ କରିଦିଆଯାଇଛି। ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୋମବାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୁଓର (ଏସ୍‍ଓପି) […]

ପୁରୀ: ଦୀର୍ଘ ୨୩ ଦିନର ପ୍ରତୀକ୍ଷାରେ ପଡ଼ିବ ପୂର୍ଣ୍ଣଚ୍ଛେଦ। ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ଦ୍ୱାର। କରୋନା ଟାଣିଥିବା ଲକ୍ଷ୍ମଣରେଖା ଡେଇଁ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ। କୋଭିଡ଼ କଟକଣା ପାଳନ ପୂର୍ବକ ଶୃଙ୍ଖଳିତ ଭାବେ ଭକ୍ତମାନେ କିପରି ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିବେ ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବ୍ୟାରିକେଡ ଏବଂ କିଓସ୍କୋକୁ ମଧ୍ୟ ପ୍ରସ୍ତୁତ କରିଦିଆଯାଇଛି। ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୋମବାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୁଓର (ଏସ୍‍ଓପି) ଜାରି କରାଯାଇଛି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମଧ୍ୟ ସବୁ ବ୍ୟବସ୍ଥାର ତଦାରଖ କରିଛନ୍ତି।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ନୂଆ ମାର୍ଗଦର୍ଶିକା ଅନୁଯାୟୀ, ମନ୍ଦିର ଖୋଲାଥିବା ଦିନମାନଙ୍କରେ ଶ୍ରଦ୍ଧାଳୁମାନେ ସକାଳ ୬ରୁ ରାତି ୯ଟା ପର୍ଯ୍ୟନ୍ତ ମନ୍ଦିରକୁ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ପ୍ରତି ଶନିବାର ଓ ରବିବାର ଦର୍ଶନ ବନ୍ଦ ରହି ମନ୍ଦିରକୁ ବିଶୋଧନ କରାଯିବ। ପ୍ରତ୍ୟେକ ଦର୍ଶନାର୍ଥୀଙ୍କୁ ୯୬ ଘଣ୍ଟା ମଧ୍ୟରେ କରିଥିବା ଆର୍‍ଟିପିସିଆର ନେଗେଟିଭ ରିପୋର୍ଟ କିମ୍ବା ଦୁଇଡୋଜ୍‍ ଟିକା ନେଇଥିବା ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ଏତଦ୍‍ବ୍ୟତୀତ ସମସ୍ତେ ସାଥୀରେ ଫଟୋ ପରିଚୟପତ୍ର (ଆଧାରକାର୍ଡ କିମ୍ବା ଭୋଟର କାର୍ଡ) ଆଣିଥିବେ। ନେଗେଟିଭ ରିପୋର୍ଟ ଏବଂ ଡବଲ ଡୋଜ୍‍ କଟକଣା ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। କୋଭିଡ଼ ସ୍ଥିତିକୁ ଦେଖି ଏହି କଟକଣାର ସମୀକ୍ଷା କରାଯାଇ ଯଦି ଆବଶ୍ୟକ ପଡେ ତେବେ ସଂଶୋଧିତ ନିର୍ଦ୍ଦେଶନାମା ଜାରୀ କରାଯିବ। ସେହିପରି ସମସ୍ତ ଦର୍ଶନାର୍ଥୀ ମନ୍ଦିର ବାହାରେ ଓ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଯିଏ ଏହାକୁ ଅବମାନନା କରିବେ ତାଙ୍କୁ ଜରିମାନା କରାଯିବ, ନଚେତ୍‍ ପ୍ରବେଶ କରିବାକୁ ଦିଆଯିବ ନାହିଁ। ମନ୍ଦିର ପ୍ରବେଶ ପୂର୍ବରୁ ଭଲ ଭାବେ ହାତ ସାନିଟାଇଜ୍‍ କରିବେ। କୋଭିଡ଼ ଗାଇଇଲାଇନ ଅନୁଯାୟୀ ଶ୍ରଦ୍ଧାଳୁମାନେ ଶାରୀରିକ ଦୂରତା ରକ୍ଷା କରିବେ ବୋଲି ଏସ୍‍ଓପିରେ ଉଲ୍ଲେଖ ରହିଛି।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ଅନ୍ୟପକ୍ଷରେ ଆଜିଠୁ ଶ୍ରୀମନ୍ଦିର ଖୋଲୁଥିବାରୁ ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ସୋମବାର ସବୁ ବ୍ୟବସ୍ଥାର ତଦାରଖ କରିଛନ୍ତି। ଶ୍ରଦ୍ଧାଳୁମାନେ କିପରି ଶୃଙ୍ଖଳିତ ଭାବେ ଧାଡ଼ିରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ସେଥିପାଇଁ ବ୍ୟାରିକେଡ୍‍, କିଓସ୍କୋର ଆଦି ବୁଲି ଦେଖିଛନ୍ତି। ମୁଖ୍ୟ ପ୍ରଶାସକ କହିଛନ୍ତି, କୋଭିଡ଼ ସ୍ଥିତିକୁ ଦେଖି ଛତିଶା ନିଯୋଗରେ ଫେବୃୟାରୀ ୧ରୁ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଥିଲା। ସେହି ଅନୁଯାୟୀ, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ସମସ୍ତଙ୍କୁ କୋଭିଡ଼ କଟକଣା କଡ଼ାକଡ଼ି ଭାବେ ପାଳନ କରିବାକୁ ହେବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ସୂଚନାଥାଉ କି, ରାଜ୍ୟ ତଥା ପୁରୀରେ କୋଭିଡ଼ ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରୁ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ସଂକ୍ରାନ୍ତରେ ଗତ ୭ ତାରିଖରେ ଛତିଶା ନିଯୋଗ ବୈଠକ ବସିଥିଲା। ଏଥିରେ ଗତ ୯ ତାରିଖଠାରୁ ୩୧ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ଲାଗି ନିଷ୍ପତ୍ତି ନିଆଯାଇଥିଲା। ଗତ ଶୁକ୍ରବାର ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ମାର୍ଗଦର୍ଶିକା ସଂକ୍ରାନ୍ତରେ ବିସ୍ତୃତ ଭାବେ ଆଲୋଚନା ହୋଇ ଫେବୃୟାରୀ ୧ରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବାକୁ ନିଆଯାଇଥିଲା ନିଷ୍ପତ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର