ଆଜିଠୁ ରତ୍ନସିଂହାସନରେ ଦର୍ଶନ ଦେବେ କାଳିଆ ସାଆନ୍ତ : ମିଳିବ ନୀଳାଚଳ ଅବଢ଼ା, ଶ୍ରୀମନ୍ଦିରରେ ଲାଗିବ ଗହଳ ଚହଳ

The Sakala Picture
Published On

ପୁରୀ : ଶେଷରେ ନୀଳକନ୍ଦରକୁ ବିଜେ କରିଛନ୍ତି ନୀଳାଦ୍ରିନାଥ। ଦେବସ୍ନାନ ପୂର୍ଣ୍ଣିମାଠାରୁ ଅର୍ଥାତ୍‍ ୨୯ ଦିନ ଧରି ଖାଲିପଡ଼ିଥିବା ରତ୍ନବେଦି ଚତୁର୍ଦ୍ଧାବିଗ୍ରହଙ୍କ ଅବସ୍ଥାନ ପରେ ପୁଣି ପୂରିଉଠିଛି। ଏହାସହିତ ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚଳିତବର୍ଷ ଘୋଷଯାତ୍ରା ପରିସମାପ୍ତି ଘଟିଛି। ଅଭିମାନିନୀ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବା ପରେ ରତ୍ନବେଦିକୁ ବିଜେ କରିଛନ୍ତି କାଳିଆ ସାଆନ୍ତ। ବୁଧବାରଠାରୁ ପୁଣି ବଡ଼ଦେଉଳରେ ଆରମ୍ଭ ହେବ ଦାରୁଦିଅଁଙ୍କ ଲୀଳାଖେଳା। ଚଳଚଞ୍ଚଳ ହେବ ରୋଷଶାଳା, ବାହାରିବ ନୀଳାଚଳ ଅବଢ଼ା। ଭକ୍ତ […]

ପୁରୀ : ଶେଷରେ ନୀଳକନ୍ଦରକୁ ବିଜେ କରିଛନ୍ତି ନୀଳାଦ୍ରିନାଥ। ଦେବସ୍ନାନ ପୂର୍ଣ୍ଣିମାଠାରୁ ଅର୍ଥାତ୍‍ ୨୯ ଦିନ ଧରି ଖାଲିପଡ଼ିଥିବା ରତ୍ନବେଦି ଚତୁର୍ଦ୍ଧାବିଗ୍ରହଙ୍କ ଅବସ୍ଥାନ ପରେ ପୁଣି ପୂରିଉଠିଛି। ଏହାସହିତ ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚଳିତବର୍ଷ ଘୋଷଯାତ୍ରା ପରିସମାପ୍ତି ଘଟିଛି। ଅଭିମାନିନୀ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବା ପରେ ରତ୍ନବେଦିକୁ ବିଜେ କରିଛନ୍ତି କାଳିଆ ସାଆନ୍ତ। ବୁଧବାରଠାରୁ ପୁଣି ବଡ଼ଦେଉଳରେ ଆରମ୍ଭ ହେବ ଦାରୁଦିଅଁଙ୍କ ଲୀଳାଖେଳା। ଚଳଚଞ୍ଚଳ ହେବ ରୋଷଶାଳା, ବାହାରିବ ନୀଳାଚଳ ଅବଢ଼ା। ଭକ୍ତ ପାଇବେ ମହାପ୍ରସାଦ, ଆଉ ଶ୍ରୀମନ୍ଦିରରେ ଲାଗିବ ଗହଳ ଚହଳ।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ଜୁଲାଇ ୧ ତାରିଖରେ ଆରମ୍ଭ ହୋଇଥିଲା ଚତୁର୍ଦ୍ଧାବିଗ୍ରହଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା। ନବଦିନାତ୍ମକ ଯାତ୍ରା ସାରି ବାହୁଡ଼ାରେ ଶ୍ରୀମନ୍ଦିର ଅଭିମୁଖେ ବାହାରି ସିଂହଦ୍ୱାରରେ ପହଞ୍ଚିଥିଲେ ଦାରୁଦେବତା। ସୁନାବେଶରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଇ ଚତୁର୍ଦ୍ଦଶୀ ତିଥିରେ ରତ୍ନସିଂହାସନକୁ ବିଜେ କରିଛନ୍ତି ଦାରୁବିଗ୍ରହ। ମଙ୍ଗଳବାର ସକାଳ ୬ଟା ୫୦ ମଧ୍ୟରେ ତିନିରଥରେ ମଙ୍ଗଳ ଆଳତି ହୋଇଥିଲା। ଅବକାଶ, ଗୋପାଳ ବଲ୍ଲଭ ଓ ସକାଳଧୂପ ପୂର୍ବାହ୍ନ ୧୧ଟା ୫ ସୁଦ୍ଧା ଶେଷ ହୋଇଥିଲା। ଗୋଟିଏ ପରେ ଗୋଟିଏ ନୀତି ତ୍ୱରିତ ଗଡ଼ି ଚାଲିଥିଲା। ଅପରାହ୍ନ ୧ଟା ୨୦ ସୁଦ୍ଧା ମଧ୍ୟାହ୍ନ ଧୂପ ବଢ଼ିଥିଲା। ନୀତି ଏଭଳି ତ୍ୱରାନ୍ୱିତ ହୋଇଥିଲା ଯେ, ସନ୍ଧ୍ୟା ଆଳତି ଏବଂ ସନ୍ଧ୍ୟା ଧୂପ ନୀତି ଅପରାହ୍ନ ୨ଟା ୪୦ରେ ସରିଥିଲା। ଅପରାହ୍ନ ୧ଟା ୪୫ରେ ସନ୍ଧ୍ୟା ଆଳତି ଏବଂ ୨ଟା ୪୦ରେ ତିନିରଥରେ ସନ୍ଧ୍ୟା ଧୂପ ନୀତି ବଢ଼ିଥିଲା। ଏହାପରେ କୋଠ ସୁଅାଁସିଆମାନେ ଠାକୁରଙ୍କ ବିଜେ ପାଇଁ ରତ୍ନସିଂହାସନରେ ଚାର ବାନ୍ଧିଥିଲେ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ବଡ଼ଓଡ଼ିଆ ମଠ ମହନ୍ତ ଅଧିକାରୀ ବଂଶୀଧର ଦାସ ଗୋସ୍ୱାମୀ ଶ୍ରୀମନ୍ଦିରରେ ପହଞ୍ଚି ରତ୍ନସିଂହାସନ ମାଜଣା କରିଥିଲେ। ମଠ ପକ୍ଷରୁ ରତ୍ନସିଂହାସନ ଉପରେ କନକମୁଣ୍ଡି ଚାନ୍ଦୁଆ ବନ୍ଧା ଯାଇଥିଲା। ଏତଦ୍‍ବ୍ୟତୀତ ନୀଳଚକ୍ରରେ ମଠ ପ୍ରଦତ୍ତ ପତିତପାବନ ବାନା ଚୁନରା ସେବକ ବାନ୍ଧିଥିଲେ। ଏପଟେ ଅପରାହ୍ନ ୪ଟା ୧୦ ସୁଦ୍ଧା ତିନିରଥରେ ଚାରମାଳ ବନ୍ଧା ସରିଥିଲା। ଗଜପତି ମହାରାଜାଙ୍କ ପ୍ରତିନିଧି ମୁଦିରସ୍ତ ଅପରାହ୍ନ ୫ଟା ୫୫ରେ ପୁଷ୍ପାଞ୍ଜଳି ପ୍ରଦାନ କରିବା ପରେ ବାଜିଥିଲା ବିଜେ କାହାଳୀ। ପ୍ରଥମେ ତାଳଧ୍ୱଜ ପରେ ନନ୍ଦିଘୋଷ ଓ ଶେଷରେ ଦେବଦଳନ ରଥରେ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ ମୁଦିରସ୍ତ। ଏହାପରେ ଡୋରଲାଗି ହୋଇ ସନ୍ଧ୍ୟା ୬ଟାରେ ପହଣ୍ଡି ଆରମ୍ଭ ହୋଇଥିଲା। ହରିବୋଲ, ହୁଳହୁଳି ଓ ଜୟଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସିଂହଦ୍ୱାର।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ନନ୍ଦିଘୋଷ ରଥରୁ ମଦନମୋହନ ଓ ତାଳଧ୍ୱଜ ରଥରୁ ରାମ, କୃଷ୍ଣଙ୍କୁ ମହାଜନ ସେବକମାନେ ହାତରେ ଦକ୍ଷିଣୀ ଘରକୁ ବିଜେ କରାଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ଚତୁର୍ଦ୍ଧାବିଗ୍ରହଙ୍କ ପହଣ୍ଡି। ଗୋଟି ପହଣ୍ଡିରେ ରଥରୁ ନୀଳକନ୍ଦର ଅଭିମୁଖେ ବାହାରିଥିଲେ ଠାକୁର। ପ୍ରଥମେ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ପହଣ୍ଡି ସାଢେ ୬ଟାରେ ହୋଇଥିଲା। ସେବକମାନେ ସୁଦର୍ଶନଙ୍କୁ ରତ୍ନସିଂହାସନରେ ବିଜେ କରାଇବା ପରେ ସନ୍ଧ୍ୟା ୭ଟା ୫ରେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ପହଣ୍ଡି ହୋଇଥିଲା। ରଥ ସିଂହାସନରୁ ଓହ୍ଲାଇବା ପରେ ଚାରମାଳ ଆରମ୍ଭରେ ଠାକୁରଙ୍କ ଶ୍ରୀମସ୍ତକରେ ଟାହିଆ ଲାଗି କରାଯାଇଥିଲା। ପତିମହାପାତ୍ର ବନ୍ଦାପନା ସାରିବା ପରେ ପଣା ଭୋଗ ହୋଇ ସୁସଜ୍ଜିତ ଟାହିଆ ହଲାଇ ବଡ଼ଠାକୁର ରତ୍ନବେଦୀ ଅଭିମୁଖେ ଯାଇଥିଲେ। ଏହାପରେ ରାତି ୮ଟା ୫୦ରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ହୋଇଥିଲା। ଶେଷରେ ରାତି ୯ଟା ୪୫ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଟାହିଆ ଧାରଣ କରିବା ପରେ ଝୁଲି ଝୁଲି ରଥ ତଳକୁ ଓହ୍ଲାଇଥିଲେ ମହାପ୍ରଭୁ।

କାଳିଆ ସାଆନ୍ତ ରଥରୁ ଓହ୍ଲାଉଥିବା ଦେଖି ଲକ୍ଷ୍ମୀ ସାଆନ୍ତାଣୀ ଚାହାଣୀ ମଣ୍ଡପକୁ ବିଜେ କରିଥିଲେ। ଭେଟ ମଣ୍ଡପରୁ ଭିତରଚ୍ଛ ମହାପାତ୍ର ମହାଲକ୍ଷ୍ମୀଙ୍କୁ ମହାପ୍ରଭୁଙ୍କ ସହ ଭେଟ କରାଇଥିଲେ। ଏହାପରେ ଶ୍ରୀଜଗନ୍ନାଥ ରତ୍ନସିଂହାସନ ଅଭିମୁଖେ ବାହାରିଥିଲେ। କିନ୍ତୁ ବିବାହ ପରେ ମହାପ୍ରଭୁ ଲକ୍ଷ୍ମୀ ଠାକୁରାଣୀଙ୍କୁ ଛାଡ଼ି ଭାଇଭଉଣୀଙ୍କୁ ସାଥୀରେ ଧରି ଘୋଷଯାତ୍ରାରେ ପଳାଇଥିବାରୁ ମନଉଣା କରିଥିଲେ ଲକ୍ଷ୍ମୀ ସାଆନ୍ତାଣୀ। ତେଣୁ ଅଭିମାନରେ ସିଂହଦ୍ୱାରକୁ ବନ୍ଦ କରିଦେଇଥିଲେ। କିଛି ସମୟ ପରେ ସିଂହଦ୍ୱାର ଖୋଲି ଭିତରକୁ ପଳାଇଥିଲେ ମହାଲକ୍ଷ୍ମୀ। ଏହାପରେ ଶ୍ରୀମନ୍ଦିର ଭିତରକୁ ବିଜେ କରିଥିଲେ ମହାପ୍ରଭୁ। କିନ୍ତୁ ସେତେବେଳେ ଜୟ ବିଜୟ ଦ୍ୱାର ବନ୍ଦ ରହିଥିଲା। ସେଠାରେ ବଚନିକା ସରିବା ପରେ ଶ୍ରୀଜଗନ୍ନାଥଙ୍କର ଭଣ୍ଡାର ଘର ନିକଟରେ ଲକ୍ଷ୍ମୀଙ୍କ ସହିତ ଭେଟ ହୋଇଥିଲା। ସେଠାରେ ବିବାହର ଗଇଁଠାଳ ଫିଟାଯାଇଥିଲା। ଏହି ନୀତିକୁ ଭିତରଚ୍ଛ ମହାପାତ୍ର ସମ୍ପାଦନ କରିଥିଲେ। ଏହାପରେ ସେଠାରେ ବନ୍ଦାପନା ଏବଂ ରସଗୋଲା ଭୋଗ ହୋଇଥିଲା। ଅର୍ଥାତ୍‍ କାଳିଆ ସାଆନ୍ତ ରସଗୋଲା ଖୁଆଇ ଲକ୍ଷ୍ମୀ ସାଆନ୍ତାଣୀଙ୍କ ମାନଭଞ୍ଜନ କରିଥିଲେ। ଘଷାବିଡ଼ିଆ ଓ ମଣୋହି ପରେ ମହାପ୍ରଭୁ ରତ୍ନସିଂହାସନକୁ ବିଜେ କରିଥିଲେ।

13 Jul 2022 By The Sakala

https://www.thesakala.in/latest-odisha-news/lord-jagannath-returned-to-srimandira-after-ratha-yatra/article-13249
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର