ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟ୍

The Sakala Picture
Published On

ଭୁବନେଶ୍ୱର: ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟ୍ ଉଦ୍ୟମ ପଣ୍ଡ । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଟଳା ଷ୍ଟେଟ ବ୍ୟାଙ୍କକୁ ଲୁଟ୍ ଉଦ୍ୟମ କରି ଗିରଫ ହେଲା ଲୁଟେରା । ଗିରଫ ଅଭିଯୁକ୍ତ ବାଲିଅନ୍ତା ଅଞ୍ଚଳର ଉମା ଶଙ୍କର ପରିଡ଼ା । ପୋଲିସର ସୂଚନା ମୁତାବକ ଗତକାଲି ସନ୍ଧ୍ୟା ୫ଟା ବେଳେ ବ୍ୟାଙ୍କ ବନ୍ଦ ହେବା ସମୟରେ ଲୁଟେରା ଜଣକ ବ୍ୟାଙ୍କ ଭିତରେ ପଶି ହଠାତ ପିଅନ ଗଙ୍ଗାଧର ବେହେରାଙ୍କୁ ଛୁରି ଦେଖାଇ ଭୟଭୀତ କରିଥିଲା । ଏହାପରେ […]

ଭୁବନେଶ୍ୱର: ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟ୍ ଉଦ୍ୟମ ପଣ୍ଡ । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଟଳା ଷ୍ଟେଟ ବ୍ୟାଙ୍କକୁ ଲୁଟ୍ ଉଦ୍ୟମ କରି ଗିରଫ ହେଲା ଲୁଟେରା । ଗିରଫ ଅଭିଯୁକ୍ତ ବାଲିଅନ୍ତା ଅଞ୍ଚଳର ଉମା ଶଙ୍କର ପରିଡ଼ା । ପୋଲିସର ସୂଚନା ମୁତାବକ ଗତକାଲି ସନ୍ଧ୍ୟା ୫ଟା ବେଳେ ବ୍ୟାଙ୍କ ବନ୍ଦ ହେବା ସମୟରେ ଲୁଟେରା ଜଣକ ବ୍ୟାଙ୍କ ଭିତରେ ପଶି ହଠାତ ପିଅନ ଗଙ୍ଗାଧର ବେହେରାଙ୍କୁ ଛୁରି ଦେଖାଇ ଭୟଭୀତ କରିଥିଲା । ଏହାପରେ ତାଙ୍କ ବେକରେ ଛୁରି ଲଗାଇ ଶାଖା ପରିଚାଳକ ଏବଂ ଅନ୍ୟ ଦୁଇ କର୍ମଚାରୀଙ୍କୁ ‌ଭୟଭୀତ କରାଇ ରେକର୍ଡ ରୁମ ଭିତରେ ପୂରାଇ ବାହାର ପଟୁ ବନ୍ଦ କରି ଦେଇଥିଲା ।

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ା ଅଟୋନୋମସ୍ କଲେଜରେ ଏବିଭିପିର ଧାରଣା; ଭୋଟ ପୁନଃ ଗଣତି ଦାବି, ଶପଥ ଗ୍ରହଣ ଉତ୍ସବ ସ୍ଥଗିତ

କ୍ୟାସିୟରଙ୍କୁ ଭୟଭୀତ କରାଇ କ୍ୟାସ ଡ୍ରରେ ଥିବା ୮ ଲକ୍ଷ ଟଙ୍କା  ଓ ଲକରରେ ଥିବା ସମସ୍ତ ସୁନା ଗହଣାକୁ ବ୍ୟାଗରେ ପୂରାଇ ଖସି ପଳାଇଯିବାକୁ ଉଦ୍ୟମ କରିଥିଲା । କର୍ମଚାରୀମାନେ ଝରକା ବାଟେ ଚୋର ଚୋର ବୋଲି ଚିତ୍କାର କରିଥିଲେ । ଫୋନ୍ କରି ସ୍ଥାନୀୟ ଜଗନ୍ନାଥପୁର ଗାଁର ଯୁବକ ମାନଙ୍କୁ ସାହାଯ୍ୟ କରିବାକୁ କହିଥିଲେ । ସେମାନଙ୍କ ପାଟି ଶୁଣି ଆପାର୍ଟମେଣ୍ଟ ପରିସରରେ ଖେଳୁଥିବା ଯୁବକମାନେ ଲୁଟେରାକୁ ଗୋଡ଼ାଇଥିଲେ । ଫୋନ୍ କଲ ପାଇ ଜଗନ୍ନାଥପୁର ଗାଁର ଯୁବକମାନେ ବି ପହଞ୍ଚିଥିଲେ । କାଦୁଅ ବିଲ ଭିତରେ ଦୌଡ଼ି ଖସି ପଳାଇବାକୁ ଉଦ୍ୟମ କରୁଥିବା ଲୁଟେରାକୁ ସେମାନେ କାବୁ କରି ନେଇଥିଲେ ।

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ଓଲଟିଲା ଡିଜେ ଗାଡ଼ି: ଜଣଙ୍କର ମୃତ୍ୟୁ, ୧୦ରୁ ଊର୍ଦ୍ଧ୍ୱ ଆହତ

ଖବର ପାଇ ବାଲିଅନ୍ତା ଥାନା ଅଧିକାରୀ ଯୁବରାଜ ସ୍ୱାଇଁ ଏବଂ ପାହାଳ ଫାଣ୍ଡି ଅଧିକାରୀ ଷ୍ଟାଲିନ ବିଶ୍ୱାଳ ପହଞ୍ଚି ଛାନଭିନ୍ କରିଥିଲେ । ଘଟଣାସ୍ଥଳରୁ ପୋଲିସ ଲୁଟରେ ବ୍ୟବହୃତ ବାଇକଟିକୁ ମଧ୍ୟ ଜବତ କରିଛି । ଆହତ କର୍ମଚାରୀ ଗଙ୍ଗାଧର ବେହେରାକୁ ଚିକିତ୍ସା କରାଯାଉଛି । ବ୍ୟାଙ୍କ ଶାଖା ପରିଚାଳକଙ୍କ ସହ ଅନ୍ୟ କର୍ମଚାରୀଙ୍କୁ ଥାନାକୁ ନେଇ ପଚରାଉଚରା ଚଳାଇଛି । ସମ୍ପୃକ୍ତ ଲୁଟେରାକୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।

ଆହୁରି ପଢ଼ନ୍ତୁ: ବିଜେପି ନେତାଙ୍କ ମନ୍ତବ୍ୟକୁ ବିଜେଡିର କଡ଼ା ବିରୋଧ: ନବୀନଙ୍କ ବୟସକୁ ନେଇ ଆକ୍ଷେପ ବିକୃତ ମାନସିକତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର