ପୁଣି ରାଜଧାନୀରେ ମାତିଲେ ଲୁଟେରା, ଆପାର୍ଟମେଣ୍ଟରେ ପଶି ବୁଲାଇଲେ କଳାକନା

The Sakala Picture
Published On

ଭୁବନେଶ୍ବର: ପୁଣି ପୁଲିସକୁ ଚକମା ଦେଲେ ଲୁଟେରା । ଆପାର୍ଟମେଣ୍ଟରେ ପଶି କଳାକନା ବୁଲାଇଲେ। ଘଟଣା ଘଟିଛି ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପଦ୍ମକେଶରୀପୁର ନିକଟରେ ଥିବା ସତ୍ୟବାଦୀ ରେସିଡେନ୍ସିରେ। ୨ଟି ଫ୍ଲାଟରୁ ପ୍ରାୟ ୨୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନା ଗହଣା, ଦାମୀ ଘଣ୍ଟା ଓ ଅନ୍ୟ ଆସବାବପତ୍ର ଲୁଟ ହୋଇଛି। ଫ୍ଲାଟ ନମ୍ବର ୧୦୪ ଓ ୨୦୧ ରୁ ଲୁଟପାଟ କରିଛନ୍ତି ଲୁଟେରା । ଦୁଇଟି ଯାକ ଫ୍ଲାଟରେ କେହି ନଥିଲେ । ଗୋଟିଏ ଫ୍ଲାଟର […]

ଭୁବନେଶ୍ବର: ପୁଣି ପୁଲିସକୁ ଚକମା ଦେଲେ ଲୁଟେରା । ଆପାର୍ଟମେଣ୍ଟରେ ପଶି କଳାକନା ବୁଲାଇଲେ। ଘଟଣା ଘଟିଛି ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପଦ୍ମକେଶରୀପୁର ନିକଟରେ ଥିବା ସତ୍ୟବାଦୀ ରେସିଡେନ୍ସିରେ। ୨ଟି ଫ୍ଲାଟରୁ ପ୍ରାୟ ୨୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନା ଗହଣା, ଦାମୀ ଘଣ୍ଟା ଓ ଅନ୍ୟ ଆସବାବପତ୍ର ଲୁଟ ହୋଇଛି। ଫ୍ଲାଟ ନମ୍ବର ୧୦୪ ଓ ୨୦୧ ରୁ ଲୁଟପାଟ କରିଛନ୍ତି ଲୁଟେରା । ଦୁଇଟି ଯାକ ଫ୍ଲାଟରେ କେହି ନଥିଲେ । ଗୋଟିଏ ଫ୍ଲାଟର ମାଲିକ ରାଉରକେଲା ଯାଇଥିବା ବେଳେ ଅନ୍ୟ ଫ୍ଲାଟ ମାଲିକ ନିଜ ଝିଅ ପାଖକୁ ବାଙ୍ଗାଲୋର ଯାଇଥିଲେ । ଗୋଟିଏ ଫ୍ଲାଟର ଚାବି ସିକ୍ୟୁରିଟି ଗାର୍ଡ ପାଖରେ ଥିଲା । ତେବେ ତାଲା କାଟି ଏଭଳି ଲୁଟ ହୋଇଛି ।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ସିସିଟିଭିରେ ଲୁଟେରା ମୁଖା ପିନ୍ଧି କିଭଳି ଏପଟ ସେପଟ ହେଉଥିବା ଦେଖିବାକୁ ମିଳିଛି। ଗତକାଲି ରାତିରେ ଧାରୁଆ ଅସ୍ତ୍ର ସାହାଯ୍ୟରେ ଫ୍ଲାଟରୁ ଲୁଟ କରାଯାଇଛି। ସେପଟେ ପୁଲିସ ପେଟ୍ରୋଲିଂକୁ ଦାୟୀ କରିଛନ୍ତି ସ୍ଥାନୀୟଲୋକେ। ସୋସାଇଟିରେ ସିକ୍ୟୁରିଟି ଓ ସିସିଟିଭି କାମ କରୁନଥିବା ସେମାନେ ଅଭିଯୋଗ କରିଛନ୍ତି। ସେପଟେ ପୁଲିସ ପାଇଁ ମଧ୍ୟ ଏହି ଲୁଟ ମୁଣ୍ଡବିନ୍ଧାର କାରଣ ପାଲଟିଛି । କାରଣ ଗତକାଲି ପାହାଳ ଓ ପଟିଆ ଅଞ୍ଚଳରୁ ସିରିଜ ଲୁଟ ପରେ ଆଜିର ଏହି ଘଟଣା କମିଶନରେଟ ପୋଲିସର ନିଦ ହଜାଇ ଦେଇଛି।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର