ଖୋର୍ଦ୍ଧା-ଭୁବନେଶ୍ୱର ଜାତୀୟ ରାଜପଥରେ ଲୁଟେରା ରାଜ୍‌; ୨୦ ଦିନରେ ୫ ଲୁଟ୍‌

The Sakala Picture
Published On

ଯାଁଳା: ଜାତୀୟ ରାଜପଥରେ ଖୋର୍ଦ୍ଧା-ଭୁବନେଶ୍ୱର ମଧ୍ୟରେ ଦିନକୁ ଦିନ ଲୁଟ୍‌ ବୃଦ୍ଧି ପାଇବାରେ ଲାଗିଛି। ପୁଲିସ ଯେତେ ସଜାଗ ହେଲେ ମଧ୍ୟ ଲୁଟେରାମାନେ ପୁଲିସ ଆଖିରେ ଧୂଳି ଦେଇ ଖୋଲା ଚାଲେଞ୍ଜ କରି ଖସି ଯାଉଛନ୍ତି। ଇମ୍ଫୋଭ୍ୟାଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଗୋହିରା ଠାରୁ ପିତାପଲ୍ଲୀ ମଧ୍ୟରେ ଗତ ୨୦ ଦିନ ମଧ୍ୟରେ ୫ଟି ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ସେଥିରୁ ୩ଟି ଗହଣା ଲୁଟ୍‌ ହୋଇଥିବା ବେଳେ ଦୁଇଟି ମୋବାଇଲ ଲୁଟ୍‌ […]

ଯାଁଳା: ଜାତୀୟ ରାଜପଥରେ ଖୋର୍ଦ୍ଧା-ଭୁବନେଶ୍ୱର ମଧ୍ୟରେ ଦିନକୁ ଦିନ ଲୁଟ୍‌ ବୃଦ୍ଧି ପାଇବାରେ ଲାଗିଛି। ପୁଲିସ ଯେତେ ସଜାଗ ହେଲେ ମଧ୍ୟ ଲୁଟେରାମାନେ ପୁଲିସ ଆଖିରେ ଧୂଳି ଦେଇ ଖୋଲା ଚାଲେଞ୍ଜ କରି ଖସି ଯାଉଛନ୍ତି। ଇମ୍ଫୋଭ୍ୟାଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଗୋହିରା ଠାରୁ ପିତାପଲ୍ଲୀ ମଧ୍ୟରେ ଗତ ୨୦ ଦିନ ମଧ୍ୟରେ ୫ଟି ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ସେଥିରୁ ୩ଟି ଗହଣା ଲୁଟ୍‌ ହୋଇଥିବା ବେଳେ ଦୁଇଟି ମୋବାଇଲ ଲୁଟ୍‌ ହୋଇଥିବା ଜଣାପଡ଼ିଛି। ରାଜପଥ ପ୍ରଶସ୍ତୀକରଣ ଓ ଫ୍ଲାଏଓଭର ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ଅନେକ ସ୍ଥାନରେ ରାସ୍ତାର ଦିଗ ପରିବର୍ତ୍ତନ ହୋଇଛି। ଯାହାକି ଲୁଟ୍‌ ପାଇଁ ଦୁର୍ବୃତ୍ତଙ୍କୁ ସୁହାଉଛି। ବିଶେଷକରି ସନ୍ଧ୍ୟାରେ ରାଜପଥରେ ପିତାପଲ୍ଲୀ, ଗଙ୍ଗପଡା ରାସ୍ତା ପୂରା ଅନ୍ଧାର ଓ ନିଛାଟିଆ ହୋଇଯାଉଛି। ଲୁଟେରାମାନେ ଏହି ରାସ୍ତାରେ ଲୋକଙ୍କଠାରୁ ସୁନାଗହଣାଠାରୁ ଆରମ୍ଭ କରି ଟଙ୍କା ଲୁଟି ନେଉଛନ୍ତି।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ଗତ ମେ ମାସ ୨୩ ତାରିଖ ଦିନ ପିତାପଲ୍ଲୀ ଓଡ଼ିଶା ହୋଟେଲ ନିକଟରେ ନୟାଗଡ଼ ଅଞ୍ଚଳର ବରିଷ୍ଠ ନାଗରିକ ଭ୍ରମରବର ସାହୁଙ୍କ ଠାରୁ ଲୁଟେରାମାନେ ଲୁଟ୍‌ କରିଥିଲେ। ଭ୍ରମରବର ଓ ତାଙ୍କ ସ୍ତ୍ରୀ ଏକ ମଟର ସାଇକଲ ଯୋଗେ ଭୁବନେଶ୍ୱରରୁ ନିଜ ଗାଁ ନୟାଗଡ଼ ମାଛିପଡ଼ା ଯାଉଥିବା ସମୟରେ ଦୁଇ ଜଣ ଦୁର୍ବୃତ୍ତ ଏକ ମଟର ସାଇକଲ ଯୋଗେ ଆସି ଭମରବରଙ୍କ ସ୍ତ୍ରୀ ଠାରୁ ଭ୍ୟାନିଟି ବ୍ୟାଗ ଝାମ୍ପି ନେଇଥିଲେ। ଭ୍ୟାନିଟି ଭିତରେ ୪୦ ଗ୍ରାମ ଓଜନର ଏକ ହାର, ଦୁଇଟି ମୋବାଇଲ ଓ ଅନ୍ୟାନ୍ୟ କାଗଜପତ୍ର ଥିବା ସେମାନେ ଅଭିଯୋଗରେ ଦର୍ଶାଇଥିଲେ। ସେହିଭଳି ଗତ ୩୦ ତାରିଖ ଦିନ ସେହି ପିତାପଲ୍ଲୀ ଫ୍ଲାଏ ଓଭର ନିକଟରୁ ପୁଣି ଜଣେ ମହିଳାଙ୍କଠାରୁ ଭ୍ୟାନିଟି ଝାମ୍ପି ନେଇଥିଲେ ଦୁର୍ବୃତ୍ତ। ଲୁଟ୍‌ର ଶିକାର ହୋଇଥିଲେ ଫତେଗଡ ଥାନା କରବର ଗ୍ରାମର କୃଷ୍ଣପ୍ରିୟା ମହାନ୍ତି। କୃଷ୍ଣପ୍ରିୟା ତାଙ୍କ ସ୍ବାମୀଙ୍କ ସହ କୌଣସି କାମରେ ଭୁବନେଶ୍ୱର ଆସିଥିଲେ। ରାତି ୮ଟା ବେଳେ ଫେରୁଥିବା ସମୟରେ ଦୁଇ ଜଣ ଲୁଟେରା ଏକ ପଲ୍‌ସର ମଟର ସାଇକଲ ଯୋଗେ ପିଛା କରି କୃଷ୍ଣପ୍ରିୟାଙ୍କ ଭ୍ୟାନିଟି ବ୍ୟାଗ ଝାମ୍ପି ନେଇଥିଲେ। ଭ୍ୟାନିଟି ଭିତରେ ୧୨ ଗ୍ରାମ ଓଜନର ହଳେ ସୁନାଚୁଡ଼ି ଓ ଏକ ଆଇଫୋନ୍ ଓ ୩୫ ହଜାର ଟଙ୍କା ଥିବା ଅଭିଯୋଗରେ ଦର୍ଶାଇଥିଲେ।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ସେହିଭଳି ଗତ ଜୁନ ୭ ତାରିଖ ସକାଳ ୮ଟା ସମୟରେ ଯାଁଳା କେ.କେ ପେଟ୍ରୋଲ ପମ୍ପ ନିକଟରୁ ଖୋର୍ଦ୍ଧା ବାଶେଳି ସାହିର ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁଙ୍କ ବେକରୁ ଏକ ସୁନା ଚେନ ଝାମ୍ପି ନେଇଥିଲେ ଲୁଟେରା। ସେ କୌଣସି କାମରେ ଖୋର୍ଦ୍ଧାରୁ ଭୁବନେଶ୍ୱର ନିଜ ସ୍କୁଟି ଯୋଗେ ଯାଉଥିବା ସମୟରେ ଦୁଇ ଜଣ ଦୁବୃର୍ତ୍ତ ଏକ ମଟର ସାଇକଲ ଯୋଗେ ଆସି ତାଙ୍କ ବେକରୁ ୧୪ ଗ୍ରାମର ଏକ ଚେନ ଝାମ୍ପି ନେଇ ଯାଇଥିଲେ। ଏନେଇ ପିୟଙ୍କା ଯାଁଳା ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଥିଲେ। ସେହିଭଳି ଗତ ୩୧ ତାରିଖ ଦିନ ସନ୍ଧ୍ୟାରେ ଯାଁଳା ଓଗାଳପଡ଼ା ଛକ ଓ ଡାକ୍ତରଖାନା ଛକ ନିକଟରୁ ଦୁଇ ଜଣଙ୍କ ଠାରୁ ପୃଥକ ପୃଥକ ଭାବେ ଦୁଇଟି ମୋବାଇଲ ଛଡ଼ାଇ ଲୁଟେରାମାନେ ଫେରାର ହୋଇଯାଇଥିଲେ। ଗତ ୨୦ ଦିନ ମଧ୍ୟରେ ପାଞ୍ଚୋଟି ଲୁଟ ହୋଇଥିବା ବେଳେ ଇମ୍ଫୋଭ୍ୟାଲି ଥାନା ପୁଲିସ କୌଣସି ଗୋଟିଏ ଲୁଟ ମାମଲାର ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇପାରି ନାହିଁ। ରାଜପଥରେ ଲୁଟ୍ ବଢୁଥିବାରୁ ସନ୍ଧ୍ୟା ପରେ ରାଜପଥ ଉପରେ ପୁଲିସ ପଇଁତରାକୁ ସୁଦୃଢ଼ କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର