ରାଜଧାନୀରେ ବଢୁଛି ଲୁଟେରାଙ୍କ ଦୌରାତ୍ମ୍ୟ: ବରଯାତ୍ରୀରେ ଆସି ଭୋଜି ଖାଇଲେ, ଭ୍ୟାନିଟି ବ୍ୟାଗ୍ ଧରି ଛୁ ମାରିଲା ଲୁଟେରା

The Sakala Picture
Published On

ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀରେ ବଢ଼ିଚାଲିଛି ଲୁଟେରାଙ୍କ ଦୌରାତ୍ମ୍ୟ । କେତେବେଳେ ଗ୍ରାହକ ବେଶରେ ଆସି ଔଷଧ ଦୋକାନରୁ ଲୁଟି ନେଇଛନ୍ତି ଟଙ୍କା ତ କେତେବେଳେ ବରଯାତ୍ରୀ ବେଶରେ ଲୁଟ୍ ହେଉଛି । ଏଥର ବରଯାତ୍ରୀ ବେଶରେ ଆସି ଭୋଜି ଖାଇଲେ, ଭ୍ୟାନିଟି ବ୍ୟାଗ୍ ଧରି ଛୁ ମାରିଲା ଲୁଟେରା । ୨ ଲକ୍ଷ ଟଙ୍କାର ସୁନା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଏହି ଚୋରି ସମୟର ସିସିଟିଭି ଭିଜୁଆଲ ବର୍ତ୍ତମାନ ସାମ୍ନାକୁ ଆସିଛି । […]

ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀରେ ବଢ଼ିଚାଲିଛି ଲୁଟେରାଙ୍କ ଦୌରାତ୍ମ୍ୟ । କେତେବେଳେ ଗ୍ରାହକ ବେଶରେ ଆସି ଔଷଧ ଦୋକାନରୁ ଲୁଟି ନେଇଛନ୍ତି ଟଙ୍କା ତ କେତେବେଳେ ବରଯାତ୍ରୀ ବେଶରେ ଲୁଟ୍ ହେଉଛି । ଏଥର ବରଯାତ୍ରୀ ବେଶରେ ଆସି ଭୋଜି ଖାଇଲେ, ଭ୍ୟାନିଟି ବ୍ୟାଗ୍ ଧରି ଛୁ ମାରିଲା ଲୁଟେରା । ୨ ଲକ୍ଷ ଟଙ୍କାର ସୁନା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଏହି ଚୋରି ସମୟର ସିସିଟିଭି ଭିଜୁଆଲ ବର୍ତ୍ତମାନ ସାମ୍ନାକୁ ଆସିଛି । ଲୁଟେରା ଜଣକ ଜଣେ ନାବାଳକକୁ ଢାଲ କରିଥିଲା ।

ଆହୁରି ପଢ଼ନ୍ତୁ: ୨୫ ବର୍ଷ ପରେ ସମୁଦ୍ର ଗର୍ଭରୁ ବାହାରିଲା ଗଙ୍ଗା ଦେବୀ ମନ୍ଦିର ! ବାଲି ଭିତରୁ ହଠାତ୍ ଦୃଶ୍ୟମାନ ହେଲା ମନ୍ଦିରର ଚୂଡା

ଏହି ଘଟଣା କେଶୁରା ଛକ ପଲ୍ଲବୀ ମଣ୍ଡପରେ ହୋଇଛି । କେଶୁରା ଛକ ପଲ୍ଲବୀ ମଣ୍ଡପରେ ଚାଲିଥିଲା ବାହାଘର । ଏହି ସମୟରେ ଜଣେ ନାବାଳକ ଓ ଜଣେ ବୟସ୍କ ବ୍ୟକ୍ତି ମଣ୍ଡପକୁ ଆସିଥିଲେ । ତା’ପରେ ଭୋଜି ଖାଇଥିଲେ । ମୌକା ପାଇ ମହିଳାଙ୍କ ସୁନା ଗହଣା ଥିବା ବ୍ୟାଗ୍ ଉଠାଇ ନେଇ ଚମ୍ପଟ୍ ମାରିଥିଲେ । ଏନେଇ ସହିଦନଗର ଥାନାରେ ଏତଲା ଦିଆଯିବା ପରେ ପୋଲିସ ସିସିଟିଭି ଫୁଟେଜ୍‌ ଆଧାରରେ ତଦନ୍ତ କରୁଛି ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର