ପୋଲିସର କଡ଼ା ପହରା ସତ୍ତ୍ୱେ ମନ୍ଦିରରେ କଳା କନା ବୁଲାଇଲେ ଲୁଟେରା

The Sakala Picture
Published On

ଭୁବନେଶ୍ୱର: ରଥଯାତ୍ରାରେ ମନ୍ଦିରରେ କଳା କନା ବୁଲାଇଲେ ଲୁଟେରା । ପୋଲିସର କଡ଼ା ପହରାକୁ ବେଖାତିର କରି ମନ୍ଦିରରୁ ଅଳଙ୍କାର ସହ ନଗଦ ଟଙ୍କା ଲୁଟିନେଲେ ଲୁଟେରା । ନିକୋ ପାର୍କ ନିକଟରେ ଥିବା ମନ୍ଦିରରୁ ଭୋର ସମୟରେ ହୋଇଛି ଲୁଟ୍ । ମଧୁସୂଦନ ନଗର ସୁନାଦେଇ ମନ୍ଦିରରୁ ନେଇଗଲେ ଅଳଙ୍କାର । ପ୍ରାଙ୍ଗଣରେ ଥିବା ରାମ ଓ ଗଣେଶ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଲୁଟ୍ ହୋଇଛି । ରୂପା ମୁକୁଟ, ସୁନା ଅଳଙ୍କାର, ନଗଦ ଟଙ୍କା, […]

ଭୁବନେଶ୍ୱର: ରଥଯାତ୍ରାରେ ମନ୍ଦିରରେ କଳା କନା ବୁଲାଇଲେ ଲୁଟେରା । ପୋଲିସର କଡ଼ା ପହରାକୁ ବେଖାତିର କରି ମନ୍ଦିରରୁ ଅଳଙ୍କାର ସହ ନଗଦ ଟଙ୍କା ଲୁଟିନେଲେ ଲୁଟେରା । ନିକୋ ପାର୍କ ନିକଟରେ ଥିବା ମନ୍ଦିରରୁ ଭୋର ସମୟରେ ହୋଇଛି ଲୁଟ୍ । ମଧୁସୂଦନ ନଗର ସୁନାଦେଇ ମନ୍ଦିରରୁ ନେଇଗଲେ ଅଳଙ୍କାର । ପ୍ରାଙ୍ଗଣରେ ଥିବା ରାମ ଓ ଗଣେଶ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଲୁଟ୍ ହୋଇଛି । ରୂପା ମୁକୁଟ, ସୁନା ଅଳଙ୍କାର, ନଗଦ ଟଙ୍କା, ଘଣ୍ଟ ଘଣ୍ଟା ଲୁଟ୍ ହୋଇଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ଚନ୍ଦନ ଯାତ୍ରାବେଳେ ନରେନ୍ଦ୍ର ପୁଷ୍କରିଣୀରେ ଫୁଟିବନି ବାଣ, ସିସିଟିଭି ସହ ରହିବ କଡ଼ା ସୁରକ୍ଷା ବ୍ୟବସ୍ଥା

ଲୁଟ ସାମଗ୍ରୀ ମଧ୍ୟରେ ମା’ ଙ୍କ ମନ୍ଦିରରେ ଥିବା ୧୨ ଟି ସୁନା ଆଖି ମଧ୍ୟ ରହିଛି । ଗ୍ୟାସ କଟରରେ କାଟି ଲୁଟେରା ଲୁଟ୍ କରିଥିବା ସ୍ପଷ୍ଟ । ଲୁଟର ଅଭିଯୋଗ ପରେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ସହିଦନଗର ଥାନା ପକ୍ଷରୁ ଜାରି ରହିଛି ତଦନ୍ତ । ମନ୍ଦିର କମିଟି ପକ୍ଷରୁ ଏନେଇ ସହିଦନଗର ଥାନାରେ ଏତଲା ଦାୟର ହୋଇଛି ।

ଆହୁରି ପଢ଼ନ୍ତୁ: ଜନ୍ମ ପ୍ରମାଣପତ୍ର ପାଇଁ ଗରିବଙ୍କୁ ଲୁଟୁଛନ୍ତି ସରକାରୀ ବାବୁ, ୭୦ ଟଙ୍କା ପରିବର୍ତ୍ତେ ନେଉଛନ୍ତି ୯୦୦

20 Jun 2023 By The Sakala

ପୋଲିସର କଡ଼ା ପହରା ସତ୍ତ୍ୱେ ମନ୍ଦିରରେ କଳା କନା ବୁଲାଇଲେ ଲୁଟେରା

ଭୁବନେଶ୍ୱର: ରଥଯାତ୍ରାରେ ମନ୍ଦିରରେ କଳା କନା ବୁଲାଇଲେ ଲୁଟେରା । ପୋଲିସର କଡ଼ା ପହରାକୁ ବେଖାତିର କରି ମନ୍ଦିରରୁ ଅଳଙ୍କାର ସହ ନଗଦ ଟଙ୍କା ଲୁଟିନେଲେ ଲୁଟେରା । ନିକୋ ପାର୍କ ନିକଟରେ ଥିବା ମନ୍ଦିରରୁ ଭୋର ସମୟରେ ହୋଇଛି ଲୁଟ୍ । ମଧୁସୂଦନ ନଗର ସୁନାଦେଇ ମନ୍ଦିରରୁ ନେଇଗଲେ ଅଳଙ୍କାର । ପ୍ରାଙ୍ଗଣରେ ଥିବା ରାମ ଓ ଗଣେଶ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଲୁଟ୍ ହୋଇଛି । ରୂପା ମୁକୁଟ, ସୁନା ଅଳଙ୍କାର, ନଗଦ ଟଙ୍କା, ଘଣ୍ଟ ଘଣ୍ଟା ଲୁଟ୍ ହୋଇଥିବା ଜଣାପଡିଛି ।

ଲୁଟ ସାମଗ୍ରୀ ମଧ୍ୟରେ ମା’ ଙ୍କ ମନ୍ଦିରରେ ଥିବା ୧୨ ଟି ସୁନା ଆଖି ମଧ୍ୟ ରହିଛି । ଗ୍ୟାସ କଟରରେ କାଟି ଲୁଟେରା ଲୁଟ୍ କରିଥିବା ସ୍ପଷ୍ଟ । ଲୁଟର ଅଭିଯୋଗ ପରେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ସହିଦନଗର ଥାନା ପକ୍ଷରୁ ଜାରି ରହିଛି ତଦନ୍ତ । ମନ୍ଦିର କମିଟି ପକ୍ଷରୁ ଏନେଇ ସହିଦନଗର ଥାନାରେ ଏତଲା ଦାୟର ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର