ପୁରୀ ବେଳାଭୂମିରେ ଲାଗିଥିବା ଅଜଣା କଣ୍ଟେନରରୁ ଖାଦ୍ୟସାମଗ୍ରୀ ସହ ଅନେକ ସାମଗ୍ରୀ ବୋହିନେଲେ ଲୋକେ

The Sakala Picture
Published On

ପୁରୀ: ପୁରୀ ବେଳାଭୂମିରେ ଲାଗିଥିବା ଅଜଣା କଣ୍ଟେନରରୁ ବିଭିନ୍ନ ସାମଗ୍ରୀ ବୋହି ନେଲେ ସ୍ଥାନୀୟ ଲୋକେ। ମହମବତୀ, ଖାଦ୍ୟ ସାମଗ୍ରୀ, ଇଞ୍ଜିନ ଅଏଲ ଓ ପରଫ୍ୟୁମ ସହ ଅନେକ ସାମଗ୍ରୀ ସବୁକୁ ବୋହି ନେଇଛନ୍ତି ଲୋକେ । ଜିଲ୍ଲାପାଳ କହିଛନ୍ତି, କୋଲକତାରୁ କଣ୍ଟେନରଟି ଇଣ୍ଡୋନେସିଆ ଯାଉଥିବା ସମୟରେ ଖସି ପଡିଥିବା ସନ୍ଦେହ କରାଯାଉଛି । ୨ ଦିନ ତଳେ ପୁରୀର ପେଣ୍ଠକଟା ବେଳାଭୂମିରେ ଲାଗିଥିଲା ଏକ ବଡ଼ କଣ୍ଟେନର। ଯାହାକୁ ଖୋଲିବା ପାଇଁ କୋଷ୍ଟଗାର୍ଡ ଓ କଷ୍ଟମ […]

ପୁରୀ: ପୁରୀ ବେଳାଭୂମିରେ ଲାଗିଥିବା ଅଜଣା କଣ୍ଟେନରରୁ ବିଭିନ୍ନ ସାମଗ୍ରୀ ବୋହି ନେଲେ ସ୍ଥାନୀୟ ଲୋକେ। ମହମବତୀ, ଖାଦ୍ୟ ସାମଗ୍ରୀ, ଇଞ୍ଜିନ ଅଏଲ ଓ ପରଫ୍ୟୁମ ସହ ଅନେକ ସାମଗ୍ରୀ ସବୁକୁ ବୋହି ନେଇଛନ୍ତି ଲୋକେ । ଜିଲ୍ଲାପାଳ କହିଛନ୍ତି, କୋଲକତାରୁ କଣ୍ଟେନରଟି ଇଣ୍ଡୋନେସିଆ ଯାଉଥିବା ସମୟରେ ଖସି ପଡିଥିବା ସନ୍ଦେହ କରାଯାଉଛି । ୨ ଦିନ ତଳେ ପୁରୀର ପେଣ୍ଠକଟା ବେଳାଭୂମିରେ ଲାଗିଥିଲା ଏକ ବଡ଼ କଣ୍ଟେନର। ଯାହାକୁ ଖୋଲିବା ପାଇଁ କୋଷ୍ଟଗାର୍ଡ ଓ କଷ୍ଟମ ଡିପାର୍ଟମେଣ୍ଟକୁ ଖବର ଦିଆଯାଇଥିଲା। କିନ୍ତୁ ୩ ଦିନ ପରେ ବି କଣ୍ଟେନର ଖୋଲାଯାଇ ନ ଥିବା ବେଳେ ଆଜି ସକାଳେ କଣ୍ଟେନରର ଗୋଟିଏ ପାର୍ଶ୍ୱରେ ଫାଟ ସୃଷ୍ଟି ହୋଇ ବିଭିନ୍ନ ସାମଗ୍ରୀ ଦୃଶ୍ୟମାନ ହେବା ସହ କିଛି ସୁଦ୍ରରେ ଭାସୁଥିଲା। ପରେ ସ୍ଥାନୀୟ ଲୋକେ ପହଞ୍ଚି କଣ୍ଟେନରରୁ ସାମଗ୍ରୀ ବୋହିନେଇଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ: ମାଛ ଧରା ଜାଲରୁ ଉଦ୍ଧାର ହେଲା ୬ ଫୁଟ୍ ଲମ୍ବର ବଉଳା କୁମ୍ଭୀର

ସେପଟେ ଖୁବ୍‌ଶୀଘ୍ର କଣ୍ଟେନରଟି ଖୋଲିବା ନେଇ ସୂଚନା ମିଳିଛି । କୋଷ୍ଟଗାର୍ଡ ଓ କଷ୍ଟମ ବିଭାଗ ସହ ଆଲୋଚନା ପରେ କଣ୍ଟେନର ଖୋଲାଯିବ । ଗୋଟିଏ ପାର୍ଶ୍ବରେ ଫାଟ ପରେ ଭିତରେ ଥିବା ଜିନିଷପତ୍ର ଦେଖାଯାଉଛି । ଭିତରେ ଖାଦ୍ୟ ସାମଗ୍ରୀ ସହ ଇଞ୍ଜିନ ଅଏଲ ଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଚିକେନ୍ ଦୋକାନୀଙ୍କୁ ହତ୍ୟା, ପୁଅ ଗୁରୁତର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର