SHG ମା’ ମାନଙ୍କୁ ଦିଆଯାଉଥିବା ଋଣ ୨ଟି ଲକ୍ଷ୍ୟ ନେଇ ହେଉଛି ଖର୍ଚ୍ଚ: ‘ଗୋଟିଏ ହେଲା ବ୍ୟବସାୟ ଓ ଅନ୍ୟଟି ନିଜସ୍ଵ ଭରଣପୋଷଣ’

The Sakala Picture
Published On

ଭୁବନେଶ୍ବର: ୨୦୨୩-୨୪ ପାଇଁ ମିଶନ ଶକ୍ତି ବିଭାଗକୁ ୨୫୫୪ କୋଟିରୁ ଅଧିକ ଅର୍ଥ ବ୍ୟୟବରାଦ ହୋଇଛି। ଗତବର୍ଷ ତୁଳନାରେ ୨୭ପ୍ରତିଶତ ଅଧିକ ଅର୍ଥ ବ୍ୟୟବରାଦ ଦିଆଯାଇଛି । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ମିଶନ ଶକ୍ତି ମନ୍ତ୍ରୀ ଓ ସଚିବ। SHGଙ୍କୁ ଦିଆଯାଉଥିବା ଋଣ ୨ଟି ଲକ୍ଷ୍ୟ ନେଇ ଖର୍ଚ୍ଚ ହେଉଛି  ଗୋଟିଏ ହେଲା ବ୍ୟବସାୟ ଓ ଅନ୍ୟଟି ନିଜସ୍ଵ ଭରଣପୋଷଣ ଲାଗି । ଆଗରୁ ନିଜ ଆବଶ୍ୟକତା ପୂରଣ ପାଇଁ ମହାଜନ ପାଖକୁ ଯାଉଥିଲେ । […]

ଭୁବନେଶ୍ବର: ୨୦୨୩-୨୪ ପାଇଁ ମିଶନ ଶକ୍ତି ବିଭାଗକୁ ୨୫୫୪ କୋଟିରୁ ଅଧିକ ଅର୍ଥ ବ୍ୟୟବରାଦ ହୋଇଛି। ଗତବର୍ଷ ତୁଳନାରେ ୨୭ପ୍ରତିଶତ ଅଧିକ ଅର୍ଥ ବ୍ୟୟବରାଦ ଦିଆଯାଇଛି । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ମିଶନ ଶକ୍ତି ମନ୍ତ୍ରୀ ଓ ସଚିବ। SHGଙ୍କୁ ଦିଆଯାଉଥିବା ଋଣ ୨ଟି ଲକ୍ଷ୍ୟ ନେଇ ଖର୍ଚ୍ଚ ହେଉଛି  ଗୋଟିଏ ହେଲା ବ୍ୟବସାୟ ଓ ଅନ୍ୟଟି ନିଜସ୍ଵ ଭରଣପୋଷଣ ଲାଗି । ଆଗରୁ ନିଜ ଆବଶ୍ୟକତା ପୂରଣ ପାଇଁ ମହାଜନ ପାଖକୁ ଯାଉଥିଲେ । ୬୦ ରୁ ୭୦% ସୁଧ ଦେଉଥିଲେ । ଏବେ SHG ଗ୍ରୁପ ଦ୍ଵାରା ସେମାନେ ଋଣ ପାଇପାରିଛନ୍ତି । ଏହା ସେମାନଙ୍କର ସଶକ୍ତିକରଣ। କୋଭିଡ ସମୟରେ ବିଭିନ୍ନ ଗୋଷ୍ଠୀରୁ ଋଣ ନେଇ ଘର ଚଳାଇଛନ୍ତି । ଫଳରେ ସେମାନେ ଗରିବୀ ଭିତରକୁ ଯିବେ ନାହିଁ । ତେଣୁ SHG ପଇସା ସୁଧ ଲଗାଇବାକୁ ଭିନ୍ନ ଦୃଷ୍ଟିକୋଣରେ ଦେଖନ୍ତୁ ନାହିଁ ।

ଆହୁରି ପଢ଼ନ୍ତୁ: ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀଙ୍କ ଆକାଉଣ୍ଟକୁ ଗଲା ସିଏମ୍‌ କିଷାନ ଟଙ୍କା

ଏବର୍ଷ ଜଙ୍ଗଲ ଓ ପରିବେଶ, ଗଣଶିକ୍ଷା ବିଭାଗ ସହ ସହଭାଗିତା କରିବ ମିଶନ ଶକ୍ତି । ଜଙ୍ଗଲ ନିଆଁ ନେଇ ସଚେତନତା ସୃଷ୍ଟି, ନର୍ସରୀ କାମ ପାଇବେ ମିଶନ ଶକ୍ତି ମହିଳା। ସମସ୍ତ ୫ଟି ସ୍କୁଲ ଓ କସ୍ତୁରବା ଗାନ୍ଧୀ ସ୍କୁଲର ମେଣ୍ଟେନାନସ କରିବେ SHG । SHG ମହିଳାଙ୍କୁ ୫ ବର୍ଷରେ ୧୦ ହଜାର କୋଟି ଟଙ୍କାର କାମ ଯୋଗାଇବେ ରାଜ୍ୟ ସରକାର।

ଆହୁରି ପଢ଼ନ୍ତୁ: ବିଜେଡିର କ୍ଷୋଭ: ଓଡ଼ିଶାର ସ୍ୱାର୍ଥ ବିରୋଧରେ ଭୋଟ ଦେଲେ ବିଜେପିର ୨୦ ସାଂସଦ

ପ୍ରତି ଜିଲ୍ଲାରେ SHG ମହିଳାଙ୍କୁ ଦିଆଯିବ ଡ୍ରାଇଭିଂ ଟ୍ରେନିଂ। ଗଞ୍ଜାମ ଇଣ୍ଡଷ୍ଟ୍ରିଆଲ ପାର୍କରେ ଶୁଖୁଆ, ଆଚାର ନିର୍ମାଣକୁ ଦିଆଯିବ ଗୁରୁତ୍ବ । SHG ମହିଳାଙ୍କୁ ମିଳିବ ଫେସନ୍, ବିୟୁଟି, ଷ୍ଟିଚିଂ, ଡିଜିଟାଲ ଓ ବିଜିନେସ ମ୍ୟାନେଜମଣ୍ଟ ଟ୍ରେନିଂ। OUAT ସହଭାଗିତାରେ କୃଷି ପ୍ରକ୍ରିୟାକରଣ ଟ୍ରେନିଂ ଦିଆଯିବ । ଚଳିତ ବର୍ଷ SHGର ୨ ଲକ୍ଷ ଇସି ସଦସ୍ୟ ଙ୍କୁ ଇ-ସ୍କୁଟର କ୍ରୟ ପାଇଁ ଋଣ ଯୋଗାଇବେ ରଜ୍ୟ ସରକାର । ସ୍କୁଟର ଋଣ ର ସମସ୍ତ ସୁଧ ରାଜ୍ୟ ସରକାର ବହନ କରିବେ । ଆବଶ୍ୟକ ପଡିଲେ ଅତିରିକ୍ତ ବଜେଟରେ ବଢାଯିବ ପାଣ୍ଠି ।

ଆହୁରି ପଢ଼ନ୍ତୁ: କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲିକଢ଼ା ପ୍ରକ୍ରିୟା: ଗର୍ଭଗୃହକୁ ଟନେଲ୍‌ ନିର୍ମାଣ ଆରମ୍ଭ, ଉଚ୍ଚସ୍ତରୀୟ ବୈଷୟିକ ଟିମ୍ ଅନୁଧ୍ୟାନ ପରେ କଢ଼ାଯିବ ବାଲି

ମାଆମାନେ ଉଦ୍ୟୋଗୀ ହୁଅନ୍ତୁ ବୋଲି ଚାହାଁନ୍ତି ମୁଖ୍ୟମନ୍ତ୍ରୀ। ମାଆମାନେ ଅଧିକ ସଶକ୍ତ ହେବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ। ଇଣ୍ଡଷ୍ଟ୍ରିଆଲ ପାର୍କ ପାଇଁ ୧୫୦କୋଟି ବ୍ୟୟ ବରାଦ ହୋଇଛି। ସବୁ ଏସଏଚଜିଙ୍କ ପାଇଁ ହେବ ଇଣ୍ଡଷ୍ଟ୍ରିଆଲ ପାର୍କ । ଏହାଛଡ଼ା ୫ଶହ ମିଶନ ଶକ୍ତି କାଫେ ଓ ବଜାର ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି । ଫଳରେ ମିଶନଶକ୍ତି ମାଆ ମାନେ ସେମାନଙ୍କ ଉତ୍ପାଦ ସହଜରେ ବିକ୍ରି କରିପାରିବେ। ସାଧାରଣତଃ ପର୍ୟ୍ୟଟନସ୍ଥଳୀ ଓ ବଡ଼ ଜିଲ୍ଲାରେ ବଜାର ପାଇଁ ୩୭୦ କୋଟି ମିଳିଛି ।

06 Mar 2023 By The Sakala

SHG ମା’ ମାନଙ୍କୁ ଦିଆଯାଉଥିବା ଋଣ ୨ଟି ଲକ୍ଷ୍ୟ ନେଇ ହେଉଛି ଖର୍ଚ୍ଚ: ‘ଗୋଟିଏ ହେଲା ବ୍ୟବସାୟ ଓ ଅନ୍ୟଟି ନିଜସ୍ଵ ଭରଣପୋଷଣ’

ଭୁବନେଶ୍ବର: ୨୦୨୩-୨୪ ପାଇଁ ମିଶନ ଶକ୍ତି ବିଭାଗକୁ ୨୫୫୪ କୋଟିରୁ ଅଧିକ ଅର୍ଥ ବ୍ୟୟବରାଦ ହୋଇଛି। ଗତବର୍ଷ ତୁଳନାରେ ୨୭ପ୍ରତିଶତ ଅଧିକ ଅର୍ଥ ବ୍ୟୟବରାଦ ଦିଆଯାଇଛି । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ମିଶନ ଶକ୍ତି ମନ୍ତ୍ରୀ ଓ ସଚିବ। SHGଙ୍କୁ ଦିଆଯାଉଥିବା ଋଣ ୨ଟି ଲକ୍ଷ୍ୟ ନେଇ ଖର୍ଚ୍ଚ ହେଉଛି  ଗୋଟିଏ ହେଲା ବ୍ୟବସାୟ ଓ ଅନ୍ୟଟି ନିଜସ୍ଵ ଭରଣପୋଷଣ ଲାଗି । ଆଗରୁ ନିଜ ଆବଶ୍ୟକତା ପୂରଣ ପାଇଁ ମହାଜନ ପାଖକୁ ଯାଉଥିଲେ । ୬୦ ରୁ ୭୦% ସୁଧ ଦେଉଥିଲେ । ଏବେ SHG ଗ୍ରୁପ ଦ୍ଵାରା ସେମାନେ ଋଣ ପାଇପାରିଛନ୍ତି । ଏହା ସେମାନଙ୍କର ସଶକ୍ତିକରଣ। କୋଭିଡ ସମୟରେ ବିଭିନ୍ନ ଗୋଷ୍ଠୀରୁ ଋଣ ନେଇ ଘର ଚଳାଇଛନ୍ତି । ଫଳରେ ସେମାନେ ଗରିବୀ ଭିତରକୁ ଯିବେ ନାହିଁ । ତେଣୁ SHG ପଇସା ସୁଧ ଲଗାଇବାକୁ ଭିନ୍ନ ଦୃଷ୍ଟିକୋଣରେ ଦେଖନ୍ତୁ ନାହିଁ ।

ଏବର୍ଷ ଜଙ୍ଗଲ ଓ ପରିବେଶ, ଗଣଶିକ୍ଷା ବିଭାଗ ସହ ସହଭାଗିତା କରିବ ମିଶନ ଶକ୍ତି । ଜଙ୍ଗଲ ନିଆଁ ନେଇ ସଚେତନତା ସୃଷ୍ଟି, ନର୍ସରୀ କାମ ପାଇବେ ମିଶନ ଶକ୍ତି ମହିଳା। ସମସ୍ତ ୫ଟି ସ୍କୁଲ ଓ କସ୍ତୁରବା ଗାନ୍ଧୀ ସ୍କୁଲର ମେଣ୍ଟେନାନସ କରିବେ SHG । SHG ମହିଳାଙ୍କୁ ୫ ବର୍ଷରେ ୧୦ ହଜାର କୋଟି ଟଙ୍କାର କାମ ଯୋଗାଇବେ ରାଜ୍ୟ ସରକାର।

ପ୍ରତି ଜିଲ୍ଲାରେ SHG ମହିଳାଙ୍କୁ ଦିଆଯିବ ଡ୍ରାଇଭିଂ ଟ୍ରେନିଂ। ଗଞ୍ଜାମ ଇଣ୍ଡଷ୍ଟ୍ରିଆଲ ପାର୍କରେ ଶୁଖୁଆ, ଆଚାର ନିର୍ମାଣକୁ ଦିଆଯିବ ଗୁରୁତ୍ବ । SHG ମହିଳାଙ୍କୁ ମିଳିବ ଫେସନ୍, ବିୟୁଟି, ଷ୍ଟିଚିଂ, ଡିଜିଟାଲ ଓ ବିଜିନେସ ମ୍ୟାନେଜମଣ୍ଟ ଟ୍ରେନିଂ। OUAT ସହଭାଗିତାରେ କୃଷି ପ୍ରକ୍ରିୟାକରଣ ଟ୍ରେନିଂ ଦିଆଯିବ । ଚଳିତ ବର୍ଷ SHGର ୨ ଲକ୍ଷ ଇସି ସଦସ୍ୟ ଙ୍କୁ ଇ-ସ୍କୁଟର କ୍ରୟ ପାଇଁ ଋଣ ଯୋଗାଇବେ ରଜ୍ୟ ସରକାର । ସ୍କୁଟର ଋଣ ର ସମସ୍ତ ସୁଧ ରାଜ୍ୟ ସରକାର ବହନ କରିବେ । ଆବଶ୍ୟକ ପଡିଲେ ଅତିରିକ୍ତ ବଜେଟରେ ବଢାଯିବ ପାଣ୍ଠି ।

ମାଆମାନେ ଉଦ୍ୟୋଗୀ ହୁଅନ୍ତୁ ବୋଲି ଚାହାଁନ୍ତି ମୁଖ୍ୟମନ୍ତ୍ରୀ। ମାଆମାନେ ଅଧିକ ସଶକ୍ତ ହେବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ। ଇଣ୍ଡଷ୍ଟ୍ରିଆଲ ପାର୍କ ପାଇଁ ୧୫୦କୋଟି ବ୍ୟୟ ବରାଦ ହୋଇଛି। ସବୁ ଏସଏଚଜିଙ୍କ ପାଇଁ ହେବ ଇଣ୍ଡଷ୍ଟ୍ରିଆଲ ପାର୍କ । ଏହାଛଡ଼ା ୫ଶହ ମିଶନ ଶକ୍ତି କାଫେ ଓ ବଜାର ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି । ଫଳରେ ମିଶନଶକ୍ତି ମାଆ ମାନେ ସେମାନଙ୍କ ଉତ୍ପାଦ ସହଜରେ ବିକ୍ରି କରିପାରିବେ। ସାଧାରଣତଃ ପର୍ୟ୍ୟଟନସ୍ଥଳୀ ଓ ବଡ଼ ଜିଲ୍ଲାରେ ବଜାର ପାଇଁ ୩୭୦ କୋଟି ମିଳିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର