ପ୍ରତିଦିନ ବଢୁଛି ଋଣ ଜାଲିଆତି ମାମଲା, ଜନବିରୋଧୀ କାର୍ଯ୍ୟରେ ଲିପ୍ତ ଥିଲେ ସୌମ୍ୟ: ଅନୁଭବ ପଟ୍ଟନାୟକ

The Sakala Picture
Published On

ଭୁବନେଶ୍ବର: ସୌମ୍ୟଙ୍କୁ ବହିଷ୍କାର ପରେ ପ୍ରତିକ୍ରିୟା ରଖିଛନ୍ତି ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ। ଋଣ ଜାଲିଆତି ମାମଲାରେ ସୌମ୍ୟରଞ୍ଜନଙ୍କ ବିରୋଧରେ ପ୍ରତିଦିନ ଅଭିଯୋଗ ବଢୁଛି । ପ୍ରାୟ ୩୦୦ରୁ ଅଧିକ କର୍ମଚାରୀଙ୍କୁ ସୌମ୍ୟରଞ୍ଜନ ଠକିଥିବା ଜଣାପଡିଛି। ଏନେଇ EOWରେ ମାମଲା ରୁଜୁ ପରେ ତଦନ୍ତ ଜୋରଦାର ହୋଇଛି। ଜନବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଜଣାପଡିବା ପରେ ଶେଷରେ ସୌମ୍ୟଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି ବୋଲି କହିଛନ୍ତି ଅନୁଭବ। ସୂଚନା ଥାଉକି, ଜନବିରୋଧୀ ନେତାଙ୍କ ବିରୋଧରେ ନବୀନଙ୍କ […]

ଭୁବନେଶ୍ବର: ସୌମ୍ୟଙ୍କୁ ବହିଷ୍କାର ପରେ ପ୍ରତିକ୍ରିୟା ରଖିଛନ୍ତି ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ। ଋଣ ଜାଲିଆତି ମାମଲାରେ ସୌମ୍ୟରଞ୍ଜନଙ୍କ ବିରୋଧରେ ପ୍ରତିଦିନ ଅଭିଯୋଗ ବଢୁଛି । ପ୍ରାୟ ୩୦୦ରୁ ଅଧିକ କର୍ମଚାରୀଙ୍କୁ ସୌମ୍ୟରଞ୍ଜନ ଠକିଥିବା ଜଣାପଡିଛି। ଏନେଇ EOWରେ ମାମଲା ରୁଜୁ ପରେ ତଦନ୍ତ ଜୋରଦାର ହୋଇଛି। ଜନବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଜଣାପଡିବା ପରେ ଶେଷରେ ସୌମ୍ୟଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି ବୋଲି କହିଛନ୍ତି ଅନୁଭବ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଉପକୂଳ ସୁରକ୍ଷା ପାଇଁ ବଡ଼ ରୋଡମ୍ୟାପ୍: ଦେଶର ଶ୍ରେଷ୍ଠ ମେରାଇନ୍ ପୋଲିସ ହେବାକୁ ଡିଜିପିଙ୍କ ଲକ୍ଷ୍ୟ

ସୂଚନା ଥାଉକି, ଜନବିରୋଧୀ ନେତାଙ୍କ ବିରୋଧରେ ନବୀନଙ୍କ ବଡ଼ ଆକ୍ସନ୍। ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ବିଜେଡିରୁ ବିଦା। ଏନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ସମ୍ବାଦ ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟଙ୍କ ବିରୋଧରେ ପୂର୍ବତନ କର୍ମଚାରୀ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ କରିବା ପରେ ନବୀନ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ତାଙ୍କ ବିରୋଧରେ ଆହୁରି ଅଭିଯୋଗ ହେଉଥିବାରୁ, ଏହା ଏକ ଗୁରୁତର ବ୍ୟାଙ୍କ ଘୋଟାଲା । ଏଥିରେ କର୍ମଚାରୀଙ୍କ ନାଁରେ କୋଟି କୋଟି ଟଙ୍କା ଲୋନ୍ ଉଠାଯାଇଛି । ୩ଶହରୁ ଅଧିକ କର୍ମଚାରୀ ଏହାର ଶିକାର ହୋଇଛନ୍ତି । ତାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଦଫା ୫୦୬, ୪୬୭, ୪୬୮, ୪୭୧, ୪୨୦, ୧୨୦ (ବି)  ଧାରାରେ ମାମଲାରୁ ରୁଜୁ ହୋଇଛି। ଏଭଳି ଜନବିରୋଧୀ କାର୍ଯ୍ୟକଳାପ ପାଇଁ ସୌମ୍ୟଙ୍କୁ ଦଳରୁ ବିଦା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ଆହୁରି ପଢ଼ନ୍ତୁ: ଅଦିନିଆ ରଥଯାତ୍ରାକୁ ନେଇ ଗଜପତିଙ୍କ କ୍ଷୋଭ: ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେବ ଶ୍ରୀମନ୍ଦିର ପରିଚାଳନା କମିଟି

ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ମଧ୍ୟ ଜନବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବିଦା ହୋଇଛନ୍ତି। ବାଲେଶ୍ବର ନିଗମାନନ୍ଦ ଆସୋସିଏଟରେ ପାର୍ଟନର ଥିବା ବେଳେ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ସବସିଡି ହଡ଼ପ କରିଥିବା ଅଭିଯୋଗ ହୋଇଥିଲା । ସେ ୨୦୧୭-୧୮ରୁ ୨୦୧୯-୨୦ ମଧ୍ୟରେ ୩କୋଟି ଟଙ୍କାରୁ ଉର୍ଦ୍ଧ୍ବ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ମାମଲାର ତଦନ୍ତ କରୁଛି ଭିଜିଲାନ୍ସ। ସୁଧାଂଶୁ ପରିଡ଼ାଙ୍କୁ ମଧ୍ୟ ଜନବିରୋଧୀ କାମ ପାଇଁ ବିଜେଡିରୁ ବିଦା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ଆହୁରି ପଢ଼ନ୍ତୁ: ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଜିଲ୍ଲା ଦାୟିତ୍ୱ ପ୍ରସଙ୍ଗ: ବିଜେଡି କହିଲା, 'ପୋଲିସ ଡିଜି ମାନିଲେ, ରାଜ୍ୟରେ ଆଇନଶୃଙ୍ଖଳା ଠିକ୍ ନାହିଁ'

21 Sep 2023 By The Sakala

ପ୍ରତିଦିନ ବଢୁଛି ଋଣ ଜାଲିଆତି ମାମଲା, ଜନବିରୋଧୀ କାର୍ଯ୍ୟରେ ଲିପ୍ତ ଥିଲେ ସୌମ୍ୟ: ଅନୁଭବ ପଟ୍ଟନାୟକ

ଭୁବନେଶ୍ବର: ସୌମ୍ୟଙ୍କୁ ବହିଷ୍କାର ପରେ ପ୍ରତିକ୍ରିୟା ରଖିଛନ୍ତି ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ। ଋଣ ଜାଲିଆତି ମାମଲାରେ ସୌମ୍ୟରଞ୍ଜନଙ୍କ ବିରୋଧରେ ପ୍ରତିଦିନ ଅଭିଯୋଗ ବଢୁଛି । ପ୍ରାୟ ୩୦୦ରୁ ଅଧିକ କର୍ମଚାରୀଙ୍କୁ ସୌମ୍ୟରଞ୍ଜନ ଠକିଥିବା ଜଣାପଡିଛି। ଏନେଇ EOWରେ ମାମଲା ରୁଜୁ ପରେ ତଦନ୍ତ ଜୋରଦାର ହୋଇଛି। ଜନବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଜଣାପଡିବା ପରେ ଶେଷରେ ସୌମ୍ୟଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି ବୋଲି କହିଛନ୍ତି ଅନୁଭବ।

ସୂଚନା ଥାଉକି, ଜନବିରୋଧୀ ନେତାଙ୍କ ବିରୋଧରେ ନବୀନଙ୍କ ବଡ଼ ଆକ୍ସନ୍। ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ବିଜେଡିରୁ ବିଦା। ଏନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ସମ୍ବାଦ ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟଙ୍କ ବିରୋଧରେ ପୂର୍ବତନ କର୍ମଚାରୀ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ କରିବା ପରେ ନବୀନ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ତାଙ୍କ ବିରୋଧରେ ଆହୁରି ଅଭିଯୋଗ ହେଉଥିବାରୁ, ଏହା ଏକ ଗୁରୁତର ବ୍ୟାଙ୍କ ଘୋଟାଲା । ଏଥିରେ କର୍ମଚାରୀଙ୍କ ନାଁରେ କୋଟି କୋଟି ଟଙ୍କା ଲୋନ୍ ଉଠାଯାଇଛି । ୩ଶହରୁ ଅଧିକ କର୍ମଚାରୀ ଏହାର ଶିକାର ହୋଇଛନ୍ତି । ତାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଦଫା ୫୦୬, ୪୬୭, ୪୬୮, ୪୭୧, ୪୨୦, ୧୨୦ (ବି)  ଧାରାରେ ମାମଲାରୁ ରୁଜୁ ହୋଇଛି। ଏଭଳି ଜନବିରୋଧୀ କାର୍ଯ୍ୟକଳାପ ପାଇଁ ସୌମ୍ୟଙ୍କୁ ଦଳରୁ ବିଦା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ମଧ୍ୟ ଜନବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବିଦା ହୋଇଛନ୍ତି। ବାଲେଶ୍ବର ନିଗମାନନ୍ଦ ଆସୋସିଏଟରେ ପାର୍ଟନର ଥିବା ବେଳେ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ସବସିଡି ହଡ଼ପ କରିଥିବା ଅଭିଯୋଗ ହୋଇଥିଲା । ସେ ୨୦୧୭-୧୮ରୁ ୨୦୧୯-୨୦ ମଧ୍ୟରେ ୩କୋଟି ଟଙ୍କାରୁ ଉର୍ଦ୍ଧ୍ବ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ମାମଲାର ତଦନ୍ତ କରୁଛି ଭିଜିଲାନ୍ସ। ସୁଧାଂଶୁ ପରିଡ଼ାଙ୍କୁ ମଧ୍ୟ ଜନବିରୋଧୀ କାମ ପାଇଁ ବିଜେଡିରୁ ବିଦା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର